ଓଡିଶା

odisha

ETV Bharat / health

ଡାଇବେଟିସ ରୋଗୀ ଧ୍ୟାନ ଦିଅନ୍ତୁ, ଭୁଲରେ ବି ଖାଆନ୍ତୁନି ଏହି ଫଳ... - FRUITS TO AVOID IN DIABETES

ମଧୁମେହ ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ । ବାରଣ କରାଯାଇଥିବା ଫଳ ଖାଇଲେ ବଢିପାରେ ବ୍ଲଡ ସୁଗାର ଲେବଲ ।

FRUITS TO AVOID IN DIABETES
FRUITS TO AVOID IN DIABETES (FREEPIK)

By ETV Bharat Odisha Team

Published : Feb 6, 2025, 8:54 AM IST

ହାଇଦ୍ରାବାଦ: ଆଜିକାଲି ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କୋଟି କୋଟି ଲୋକ ଏହି ରୋଗରେ ପୀଡିତ। ମଧୁମେହ ରୋଗୀଙ୍କୁ ନିଜ ଖାଦ୍ୟପେୟର ଯତ୍ନ ନେବା ଆବଶ୍ୟକ । ସେହିପରି ନିଜ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ । ମଧୁମେହ ଏପରି ରୋଗ ଯେଉଁଥିରେ ରକ୍ତରେ ଥିବା ଶର୍କରା (Sugar) ପରିମାଣ ବଢ଼ିଯାଏ । ଫଳରେ ମଧୁମେହରେ ପୀଡିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।

ଡାଇବେଟିସ ରୋଗୀ ଧ୍ୟାନ ଦିଅନ୍ତୁ:

ଏପରିକି ରକ୍ତରେ ସୁଗାର ମାତ୍ରା ବହୁ ପରିମାଣରେ ବୃଦ୍ଧି ଯୋଗୁଁ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇପାରେ । ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏମିତି କିଛି ଖାଦ୍ୟ ଅଛି ଯାହାକୁ ମଧୁମେହ ରୋଗୀ ଖାଇବା ପାଇଁ ଡାକ୍ତରମାନେ ବାରଣ କରିଥାନ୍ତି । ଯେପରିକି ମଧୁମେହ ରୋଗୀଙ୍କୁ ସପେଟା ଫଳ ଖାଇବାରୁ ଦୂରେଇ ରହିବାକୁ କୁହନ୍ତି ଡାକ୍ତର ।

ସପେଟା ଖାଇବାକୁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ । ଏହି ଫଳ ବ୍ୟତୀତ ଏହାର ମଞ୍ଜି ଏବଂ ପତ୍ର ମଧ୍ୟ ସ୍ବାସ୍ଥ୍ୟ ପକ୍ଷେ ହିତକର । ତଥାପି, ଡାକ୍ତରଙ୍କ ମତରେ, ମଧୁମେହ ରୋଗୀମାନେ ଏହି ଫଳ ଖାଇବାରୁ ଦୂରେଇ ରହିବା ଉଚିତ । କାରଣ ସପେଟାରେ ଶ୍ବେତସାର (carbohydrate) ବହୁ ପରିମାଣରେ ଥାଏ । ତେଣୁ ଏହି ଫଳର ସୁଗାର ପରିମାଣ ମଧ୍ୟ ଅଧିକ ଥାଏ । ଆପଣଙ୍କୁ କହିରଖୁଛୁ ଯେ, ସପେଟାରେ ଥିବା ଅଧିକାଂଶ କାର୍ବୋହାଇଡ୍ରେଟ୍ ପ୍ରାକୃତିକ ସର୍କରା (natural Sugar) ଆକାରରେ ଥାଏ । ତେଣୁ ଡାକ୍ତରମାନେ ମଧୁମେହ ରୋଗୀମାନଙ୍କୁ ଏହି ଫଳର ନଖାଇବାକୁ ପରାମର୍ଶ ଦିଅନ୍ତି । ଏହାସହ ଲିଚୁ, କଦଳୀ, ଆମ୍ବ, ତରଭୁଜ ମଧ୍ୟ ଖାଇବାରୁ ମଧୁମେହ ରୋଗୀ ଦୂରେଇ ରହିବା ଉଚିତ ।

ଏହା ବି ପଢନ୍ତୁ...କେତେ ଉପକାରୀ ଅମୃତଭଣ୍ଡା, ଉଚ୍ଚ ରକ୍ତଚାପ ଓ ଡାଇବେଟିସ ରୋଗୀ ଖାଇବେ ନା ନାହିଁ ?

ଏହା ବି ପଢନ୍ତୁ...କାହିଁକି ହୁଏ ରକ୍ତ କର୍କଟ ? ବ୍ଲଡ କ୍ୟାନସର ଲକ୍ଷଣ ସାମାନ୍ୟ ହେଲେ ରୋଗ ଭୟଙ୍କର ...

ହାଇପରଗ୍ଲାସେମିୟା ଓ ହାଇପୋଗ୍ଲାସେମିୟା କ'ଣ?

  • ଯଦି ଆପଣଙ୍କୁ ହାଇ ବ୍ଲଡ ସୁଗାର (Hyperglacemia)ଅଛି , ତେବେ ଆପଣଙ୍କର ଫାଷ୍ଟିଂ ବ୍ଲଡ ସୁଗାର ସ୍ତର 130 mg/dL ଉପରେ ରହିବ ଏବଂ ରାଣ୍ଡମ ବ୍ଲଡ ସୁଗାର ସ୍ତର 180 mg/dL ଉପରେ ରହିବ । ଯଦି ଆପଣଙ୍କର ବ୍ଲଡ ସୁଗାର ଲେବଲ ନିରନ୍ତର ଏହି ସୀମା ଉପରେ ରହିଥାଏ, ତେବେ ଆପଣଙ୍କୁ ପ୍ରି-ଡାଇବେଟିସ୍ କିମ୍ବା ମଧୁମେହ ହୋଇପାରେ। ଯଦି ଏହାକୁ ନିୟନ୍ତ୍ରଣ କରା ନ ଯାଏ, ତେବେ ହୃଦରୋଗ, ସ୍ନାୟୁ ସମସ୍ୟା ଏବଂ ବୃକକ୍ ରୋଗ ଭଳି ଗମ୍ଭୀର ସମସ୍ୟା ଦେଖାଦେବାର ଆଶଙ୍କା ରହିଛି ।
  • ଯଦି ଆପଣଙ୍କର ଲୋ ବ୍ଲଡ ସୁଗାର ବା ରକ୍ତ ଶର୍କରା ସ୍ତର କମ୍ (Hypoglacemia)ଅଛି, ତେବେ ଆପଣଙ୍କର ଫାଷ୍ଟିଂ ବ୍ଲଡ ସୁଗାର ସ୍ତର 70 mg/dL ରୁ କମ୍ ହେବ ଏବଂ ରାଣ୍ଡମ ବ୍ଲଡ ସୁଗାର ସ୍ତର 60 mg/dL ରୁ କମ୍ ହେବ । ଏସବୁ କ୍ଷେତ୍ରରେ ମୁଣ୍ଡ ବୁଲାଇବା, ଅଚେତ ହେବା ମୂର୍ଚ୍ଛା ଅନୁଭବ କରିବା ଭଳି ଲକ୍ଷଣ ଦେଖାଦେବ । ଏହା ସାଧାରଣତଃ ଇନସୁଲିନ୍ କିମ୍ବା ମଧୁମେହ ପ୍ରତିରୋଧୀ ଔଷଧ ନେଉଥିବା ରୋଗୀଙ୍କଠାରେ ଦେଖାଦେଇଥାଏ । ସେହିପରି ଯେଉଁମାନେ ବହୁତ ଦିନ ଧରି ଉପବାସ ରୁହନ୍ତି ବା ଖିଆପିଆ ଠିକ ଭାବେ କରନ୍ତି ନାହିଁ ସେମାନଙ୍କ କ୍ଷେତ୍ରରେ Hypoglacemia ଦେଖାଦିଏ ।

ABOUT THE AUTHOR

...view details