ଓଡିଶା

odisha

ETV Bharat / health

କୋଲେଷ୍ଟ୍ରଲ ବଢ଼ିଲେ ଶରୀରରେ କ'ଣ ପରିବର୍ତ୍ତନ ହୁଏ ? ଜାଣନ୍ତୁ ... - HIGH CHOLESTEROL

ଆପଣଙ୍କ ଶରୀରରେ ଏସବୁ ଲକ୍ଷଣ ଦେଖା ଯାଉଛି କି ? ତାହାଲେ ଭବିଷ୍ୟତରେ ହୃଦଘାତ ଏବଂ ବ୍ରେନ ଷ୍ଟ୍ରୋକ ହୋଇପାରେ । ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ ?

HIGH CHOLESTEROL SYMPTOMS FEET
HIGH CHOLESTEROL SYMPTOMS FEET (GETTY IMAGES)

By ETV Bharat Odisha Team

Published : Feb 15, 2025, 5:10 PM IST

ହାଇଦ୍ରାବାଦ:ଆଜିକାଲିର ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟପେୟ ଏବଂ ଖରାପ ଅଭ୍ୟାସ ଯୋଗୁଁ ଅନେକ ଲୋକଙ୍କ ଶରୀରରେ ଖରାପ କୋଲେଷ୍ଟ୍ରଲ (Bad cholesterol) ସ୍ତର ବୃଦ୍ଧି ପାଉଛି । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଖରାପ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ହେଲେ ହୃଦଘାତ ଏବଂ ବ୍ରେନଷ୍ଟ୍ରୋକ ଇତ୍ୟାଦି ହେବାର ଆଶଙ୍କା ରହିଛି ।

ସାଧାରଣତଃ ଆମ ଶରୀରରେ ଦୁଇ ପ୍ରକାର କୋଲେଷ୍ଟ୍ରଲ ଦେଖାଯାଏ । ପ୍ରଥମଟି ହେଲା 'ଲୋ ଡେନ୍‌ସିଟି ଲିପୋପ୍ରୋଟିନ୍‌ସ' (low density lipoproteins) ବା ଖରାପ କୋଲେଷ୍ଟ୍ରଲ ଏବଂ ଦ୍ବିତୀୟଟି 'ହାଇ ଡେନସିଟି ଲିପୋପ୍ରୋଟିନ୍‌ସ' (high density lipoproteins) ବା ଭଲ କୋଲେଷ୍ଟ୍ରଲ । ତେବେ ହାଇ ଡେନସିଟି ଲିପୋପ୍ରୋଟିନ୍‌ସ (HDL) ଶରୀର ପାଇଁ ବହୁତ ଭଲ ।ଏହାକୁ ଭଲ କୋଲେଷ୍ଟ୍ରଲ୍ କୁହାଯାଏ । ଲୋ ଡେନ୍‌ସିଟି ଲିପୋପ୍ରୋଟିନ୍‌ସ (LDL) ଆମ ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ । ଏପରି ପରିସ୍ଥିତିରେ ବିଶେଷଜ୍ଞମାନେ କୁହନ୍ତି, ଯେତେବେଳେ ଜଣେ ବ୍ୟକ୍ତିର ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ପାଏ , ସେତେବେଳେ ଶରୀରର କିଛି ଅଂଶରେ କିଛି ସଙ୍କେତ ଦେଖାଯିବା ଆରମ୍ଭ ହୁଏ । ଆସନ୍ତୁ ଜାଣିବା କ'ଣ ସେହି ସଙ୍କେତ ...

କୋଲେଷ୍ଟ୍ରଲ ବୃଦ୍ଧି ହେଲେ ଶରୀରରେ କ'ଣ ପରିବର୍ତ୍ତନ ହୁଏ ?

  • ଶରୀରରେ ଲୋ ଡେନ୍‌ସିଟି ଲିପୋପ୍ରୋଟିନ୍‌ସ (LDL) ଥିଲେ ପାଦ ନଖ ଭଙ୍ଗୁର ହୋଇଯାଏ ଏବଂ ନଖ ଭାଙ୍ଗିବାକୁ ଲାଗେ ।
  • ନଖ ଧିରେ ଧିରେ ବଢ଼ିଥାଏ । ପାଦ ନଖ ମଧ୍ୟ ହାଲୁକା ହଳଦିଆ ହୋଇଯାଏ । ତେବେ ନଖ ରଙ୍ଗ ବିକୃତ ହେବାର ଏକ କାରଣ ହେଉଛି ପାଦରେ ରକ୍ତ ପ୍ରବାହ କମିଯିବା । ସେହି ସମୟରେ ଉଚ୍ଚ କୋଲେଷ୍ଟ୍ରଲ୍ ଯୋଗୁଁ ଗୋଡ଼ରେ ରକ୍ତ ପ୍ରବାହ କମିଯାଏ ଏବଂ ଗୋଡ଼ର ରଙ୍ଗ ଫିକା ପଡ଼ିଯାଏ ।
  • ୨୦୧୪ ମସିହାରେ ଆମେରିକାର ନ୍ୟୁୟର୍କ ୟୁନିଭରସିଟି ସ୍କୁଲ ଅଫ୍ ମେଡିସିନ ଚର୍ମରୋଗ ବିଜ୍ଞାନ ପ୍ରଫେସର ଡକ୍ଟର ମାର୍କ ଏସ୍. ଲିଓନ ଦ୍ବାରା ପ୍ରକାଶିତ 'ଜର୍ଣ୍ଣାଲ ଅଫ୍ ଦି ଆମେରିକୀୟ ଏକାଡେମୀ ଅଫ୍ ଡର୍ମାଟୋଲୋଜି'ର ସୂଚନା ଅନୁଯାୟୀ ଶରୀରରେ ଉଚ୍ଚ ସ୍ତରର LDL ଥିବା ଲୋକଙ୍କର ନଖ ହଳଦିଆ ହେବାର ସମ୍ଭାବନା ଅଧିକ ଥାଏ ।
  • ନଖରେ ନୀଳ କିମ୍ବା କଳା ଦାଗ ରହିଥିଲେ ଖରାପ କୋଲେଷ୍ଟ୍ରଲ୍ ସ୍ତର ଅଧିକ ରହିଛି ବୋଲି ଜାଣିବା
  • ଯଦି ଶରୀରରେ ହାଇ କୋଲେଷ୍ଟ୍ରଲ୍ ଥିବା କିଛି ଲକ୍ଷଣ ଦେଖୁଛନ୍ତି । ତେବେ ଆପଣ ଏଗୁଡ଼ିକୁ ଅଣଦେଖା କିମ୍ବା ଅବହେଳା କରନ୍ତୁନି । ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ନଚେତ୍ ଆପଣଙ୍କ ଭବିଷ୍ୟତରେ ହୃଦରୋଗ, ବ୍ରେନଷ୍ଟ୍ରୋକ୍ କିମ୍ବା ଉଚ୍ଚ ରକ୍ତଚାପ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ଏହା ମଧ୍ୟ ପଢନ୍ତୁ...ରାତି 10ଟା ପରେ ଶରୀରରେ ଏସବୁ ଲକ୍ଷଣ, ହୋଇପାରେ ହାଇ କୋଲେଷ୍ଟ୍ରଲର କାରଣ: ରିସର୍ଚ୍ଚ - CHOLESTEROL

ଏହା ମଧ୍ୟ ପଢନ୍ତୁ...ଏହି 5 ପ୍ରକାରର ଲୋକଙ୍କୁ ଅଧିକ କୋଲେଷ୍ଟ୍ରଲ ବିପଦ, ଆପଣ ଅଛନ୍ତି କି ଲିଷ୍ଟରେ ? - HIGH CHOLESTEROL

ଏହା ମଧ୍ୟ ପଢନ୍ତୁ...ଖାଆନ୍ତୁ ଜୁଆଣି, ପିଅନ୍ତୁ ଜୁଆଣି ପାଣି, କମିବ କୋଲେଷ୍ଟ୍ରଲ, ମୋଟାପଣକୁ ବାଏ ବାଏ... - CHOLESTEROL AND AJWAIN

  • ହାଇ କୋଲେଷ୍ଟ୍ରଲ୍ ସ୍ତରକୁ କିପରି ହ୍ରାସ କରିବେ ?
  • ବିଶେଷଜ୍ଞଙ୍କ ମତରେ ଶରୀରରେ ଉଚ୍ଚ କୋଲେଷ୍ଟ୍ରଲ୍ ସ୍ତର କମାଇବା ପାଇଁ, ଫଳ, ପନିପରିବା, ଶସ୍ୟ ଏବଂ ଲିନ୍ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ । କୋଲେଷ୍ଟ୍ରଲ୍ ସ୍ତର ବୃଦ୍ଧି କରୁଥିବା ଚର୍ବିଯୁକ୍ତ ଖାଦ୍ୟଠାରୁ ମଧ୍ୟ ଦୂରେଇ ରୁହନ୍ତୁ ।
  • ଆପଣଙ୍କ ଶରୀରକୁ ଝାଳ ବାହାର କରିବା ପାଇଁ, ପ୍ରତିଦିନ ଦୌଡ଼ିବା, ଚାଲିବା, ସାଇକେଲିଂ ଇତ୍ୟାଦି ଭଳି ବ୍ୟାୟାମ କରନ୍ତୁ । ଏହା କରିବା ଦ୍ୱାରା ଶରୀରରେ ଉଚ୍ଚ କୋଲେଷ୍ଟ୍ରଲ୍ ସ୍ତର ସହଜରେ ହ୍ରାସ ପାଇବ ।
  • ଧୂମପାନ LDL କୋଲେଷ୍ଟ୍ରଲର ସ୍ତରକୁ ବୃଦ୍ଧି କରେ । ତେଣୁ ଏହି ଅଭ୍ୟାସକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ଉଚିତ ।
  • ଓଜନ ଅଧିକ ଥିବା ଲୋକମାନେ ଓଜନ ହ୍ରାସ କରି ଖରାପ କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରିପାରିବେ ।
  • ଶରୀରରେ ଖରାପ କୋଲେଷ୍ଟ୍ରଲ୍ ସ୍ତର ବୃଦ୍ଧି ହେବା ଏକ କାରଣ ଅତ୍ୟଧିକ ଚାପ ଏବଂ ଚିନ୍ତା ମଧ୍ୟ ହୋଇପାରେ । ସେଥିପାଇଁ ବିଶେଷଜ୍ଞମାନେ ଚାପ ମୁକ୍ତ ପାଇଁ ପ୍ରତିଦିନ ଯୋଗ ଏବଂ ଧ୍ୟାନ କରିବାକୁ ପରାମର୍ଶ ଦିଅନ୍ତି ।

(Disclaimer: ଏଠାରେ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ବୁଝିବା ପାଇଁ । ଆମେ କିଛି ଅଧ୍ୟୟନ, ଡାକ୍ତରୀ ଏବଂ ସ୍ୱାସ୍ଥ୍ୟ ବୃତ୍ତିଗତ ସୁପାରିଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରୁଛୁ । କିନ୍ତୁ ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ।)


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details