ଓଡିଶା

odisha

By ETV Bharat Health Team

Published : 4 hours ago

Updated : 3 hours ago

ETV Bharat / health

ସକାଳେ ଫିଙ୍ଗି ଦେଉଛନ୍ତି କି ବାସି ରୁଟି ? ଏହାର ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ - Stale roti health benefits

Health benefits of stale roti: ରାତିରେ ରୁଟି ବଳକା ରହିଗଲେ ସକାଳୁ ଫିଙ୍ଗି ଦେଉଛନ୍ତି କି ? ଏପରି ଆଦୌ କରନ୍ତୁନି । ତାଜା ରୁଟି ଭଳି ବାସି ରୁଟି ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୂର । ଏଥିରେ ଭିଟାମିନ, ଫାଇବର, ଆଇରନ, କ୍ୟାଲେସିୟମ ଭଳି ପୋଷକ ତତ୍ତ୍ବ ରହିଛି ଯାହା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରେ । ପଢନ୍ତୁ ପୁରା ଖବର

ସକାଳେ ଫିଙ୍ଗି ଦେଉଛନ୍ତି କି ବାସି ରୁଟି ? ଏହାର ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ସକାଳେ ଫିଙ୍ଗି ଦେଉଛନ୍ତି କି ବାସି ରୁଟି ? ଏହାର ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ (ETV Bharat)

Health benefits of stale roti: ଭାରତୀୟ ଭୋଜନର ଏକ ପ୍ରମୁଖ ଖାଦ୍ୟ ରୁଟି । ସାଧାରଣତଃ ରାତ୍ରିଭୋଜନରେ ସମସ୍ତେ ରୁଟି ଖାଇବା ପସନ୍ଦ କରନ୍ତି । ବେଳେବେଳେ ରାତିରେ ଅଧିକ ରୁଟି ତିଆରି ହୋଇଗଲେ ବଳକା ରହିଯାଏ । ସକାଳୁ ଅନେକ ଲୋକ ଏହାକୁ ଫିଙ୍ଗି ଦେଇଥାନ୍ତି ନଚେତ୍ ଗାଈ କିମ୍ବା କୁକୁରକୁ ଖାଇବାକୁ ଦିଅନ୍ତି । ଏହାକୁ ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ସେମାନେ ଭାବନ୍ତି । ହେଲେ ବାସି ରୁଟିରେ ଏମିତି ସ୍ବାସ୍ଥ୍ୟ ଉପକାରୀ ଗୁଣ ଅଛି, ଯାହା ଜାଣିଲେ ଆପଣ ଏହାକୁ ଆଉ ଫିଙ୍ଗିବେ ନାହିଁ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ବାସି ରୁଟି ତାଜା ରୁଟିଠାରୁ ଅଧିକ ଭଲ । ଏଥିରେ ଭିଟାମିନ, ଫାଇବର, ଆଇରନ, କ୍ୟାଲେସିୟମ, କାର୍ବୋହାଇଡ୍ରେଟ୍ସ ଭଳି ଅନେକ ଜରୁରୀ ପୋଷକ ତତ୍ତ୍ବ ରହିଛି । ଏହାକୁ ସକାଳ ଜଳଖିଆ ଭାବେ ଖାଇପାରିବେ । ବାସି ରୁଟି ଖାଇଲେ ହଜମ ପ୍ରକ୍ରିୟା ଭଲ ରଖିବା ସହ ବ୍ଲଡପ୍ରେସର ଏବଂ ଓଜନ ନିୟନ୍ତ୍ରଣ କରେ ।

ନ୍ୟୁଟ୍ରିସନିଷ୍ଟ ତଥା କଣ୍ଟେଣ୍ଟ କ୍ରିଏଟର ଦୀପଶିଖା ଜୈନଙ୍କ ଅନୁସାରେ, ରୁଟି 12 ଘଣ୍ଟା ଯାଏଁ ଥଣ୍ଡା ସ୍ଥାନରେ ରହିଲେ, ଏହାର କମ୍ପୋଜିସନ ବଦଳିଯାଏ । ଏଥିରୁ ଅନେକ ସ୍ବାସ୍ଥ୍ୟଗତ ଫାଇଦା ମିଳିଥାଏ । ଏହା ଶରୀରରେ ଭଲ ବ୍ୟାକ୍ଟେରିଆ ସଂଖ୍ୟା ବଢାଇବା ସହିତ ହଜମରେ ସାହାଯ୍ୟ କରେ ।

ବାସି ରୁଟି ଖାଇବାର ଫାଇଦା:

ହଜମ ପ୍ରକ୍ରିୟା ଠିକ୍ ରଖେ: ବାସି ରୁଟିରେ ଥିବା ପୋଷକ ତତ୍ତ୍ବ ହଜମ ପ୍ରକ୍ରିୟା ଉନ୍ନତ କରେ । ଏଥିରେ ପ୍ରୋବାୟୋଟିକ ରହିଛି, ଏହା ପେଟରେ ଭଲ ବ୍ୟାକ୍ଟେରିଆ ସୃଷ୍ଟି କରେ । ଏହି ବ୍ୟାକ୍ଟେରିଆ ପାଚନ ତନ୍ତ୍ର ସୁସ୍ଥ ରଖେ । ଯାହାଫଳରେ ଗ୍ୟାସ୍, କୋଷ୍ଠକାଠିନ୍ୟ, ବଦହଜମୀ ଓ ଏସିଡିଟି ଭଳି ସମସ୍ୟା କମ୍ ହୋଇଥାଏ । ଆୟୁର୍ବେଦ ଅନୁସାରେ, ବାସି ରୁଟି ତାଜା ରୁଟି ତୁଳନାରେ ପେଟ ପାଇଁ ହାଲୁକା ହୋଇଥିବାରୁ ସହଜରେ ହଜମ ହୋଇଯାଏ ।

ବ୍ଲଡପ୍ରେସର: ହାଇ ବ୍ଲଡପ୍ରେସର ରୋଗୀ ବାସି ରୁଟି ଖାଇବା ଲାଭଦାୟକ । ସକାଳୁ ଥଣ୍ଡା କ୍ଷୀର ସହ ବାସି ରୁଟି ଖାଇଲେ ବ୍ଲଡପ୍ରେସର କଣ୍ଟ୍ରୋଲ ହୋଇପାରେ । ଏହା ଏକ ହେଲ୍‌ଦି ବ୍ରେକଫାଷ୍ଟ ।

ଡାଇବେଟିସ୍: ବାସି ରୁଟିରେ ଭଲ ବ୍ୟାକ୍ଟେରିଆ ରହିଥାଏ । ଏହା ରକ୍ତରେ ଗ୍ଲୁକୋଜ ସ୍ତର ନିୟନ୍ତ୍ରଣ କରିପାରେ । ତେଣୁ ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ଉତ୍ତମ ଜଳଖିଆ ଅଟେ ।

ଓଜନ ନିୟନ୍ତ୍ରଣ: ବାସି ରୁଟିରେ ତାଜା ରୁଟି ତୁଳନାରେ କମ୍ କ୍ୟାଲୋରୀ ଥାଏ । ଏଥିରେ ଥିବା ଡାଏଟାରୀ ଫାଇବର ଲମ୍ବା ସମୟ ଯାଏଁ ପେଟ ଭର୍ତ୍ତି ହେଲା ଭଳି ଅନୁଭବ କରାଏ ଅର୍ଥାତ୍ ଶୀଘ୍ର ଭୋକ ଲାଗେନି । ଫଳରେ ଓଜନ ନିୟନ୍ତ୍ରଣ ରହେ ।

ଇମ୍ୟୁନିଟି ବଢାଏ: ବାସି ରୁଟିରେ ପ୍ରୋବାୟୋଟିକ୍ସ ରହିଥାଏ । ଯାହା ଶରୀରରେ ଇମ୍ୟୁନିଟି ସିଷ୍ଟମ ମଜଭୁତ କରେ ଏବଂ ବିଭିନ୍ନ ରୋଗ ଓ ସଂକ୍ରମଣରୁ ସୁରକ୍ଷା ଦିଏ ।

ଆଇରନ ଅଭାବ ପୂରଣ କରେ: ବାସି ରୁଟିରେ ପ୍ରଚୁର ମାତ୍ରାରେ ଆଇରନ ଥାଏ, ଯାହା ଶରୀରରେ ରକ୍ତ ଅଭାବ ପୂରଣ କରିପାରେ । ଏଥିରେ କ୍ୟାଲେସିୟମ ଥିବାରୁ ହାଡ ଓ ଦାନ୍ତ ମଜଭୁତ କରିବାରେ ମଧ୍ୟ ସହାୟକ ହୋଇପାରେ । ସେହିପରି ବାସି ରୁଟି କାର୍ବୋହାଇଡ୍ରେଟର ଏକ ପାୱାରହାଉସ୍ ଅଟେ, ଯାହା ଆପଣଙ୍କୁ ସାରା ଦିନ ଆକ୍ଟିଭ ରଖିବା ପାଇଁ ଆବଶ୍ୟକ ଶକ୍ତି ଯୋଗାଇବାରେ ସାହାଯ୍ୟ କରେ ।

ଏହା ମଧ୍ୟ ପଢନ୍ତୁ:କାହିଁକି ହୁଏ ସ୍ତନ କର୍କଟ ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ କହିଲେ ଡାକ୍ତର - Breast Cancer

ଏହା ମଧ୍ୟ ପଢନ୍ତୁ:ଗାଡିରେ ଯାତ୍ରା କଲେ ବାନ୍ତି ହେଉଛି କି ? ଚିନ୍ତା କରନ୍ତୁନି, ଆପଣାନ୍ତୁ ଏହି ଘରୋଇ ଟିପ୍ସ - Motion sickness prevention

Disclaimer- ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

Last Updated : 3 hours ago

ABOUT THE AUTHOR

...view details