ଓଡିଶା

odisha

ETV Bharat / health

କାହିଁକି ଜନ୍ମ ହୁଅନ୍ତି ପ୍ରିମାଚ୍ୟୁର ଶିଶୁ, କ'ଣ ହୋଇଥାଏ ସମସ୍ୟା ? - PREMATURE BABY CAUSES

ସମୟ ପୂର୍ବରୁ ପ୍ରସବ । ଏହାର କାରଣ ଓ ନିରାକରଣ କ'ଣ । ଏନେଇ କ'ଣ କହୁଛନ୍ତି ଶିଶୁରୋଗ ବିଶେଷଜ୍ଞ ଅଭିଲିପ୍ସା ଆଚାର୍ଯ୍ୟ ।

Causes Of Premature Baby
Causes Of Premature Baby (ETV Bharat Odisha)

By ETV Bharat Odisha Team

Published : Dec 27, 2024, 5:16 PM IST

ଭୁବନେଶ୍ବର: ପ୍ରାୟତଃ ଗର୍ଭବତୀ ମହିଳାଙ୍କର ସମୟ ପୂର୍ବରୁ ପ୍ରସବ ହୋଇଥାଏ । ପ୍ରିମାଚ୍ୟୁର ଶିଶୁର ଜନ୍ମ ସମୟ ଅଧିକ ବିପଦପୂର୍ଣ୍ଣ ହୋଇଥାଏ । ଅନେକ ସମୟରେ ଏହି ଶିଶୁ ଜନ୍ମହେବା ପୂର୍ବରୁ ହିଁ ମୃତ୍ୟୁବରଣ କରିଥାନ୍ତି । ଅନ୍ୟ ଶିଶୁଙ୍କ ଅପେକ୍ଷା ସମୟ ପୂର୍ବରୁ ଜନ୍ମ ନେଇଥିବା ଶିଶୁଙ୍କର ମସ୍ତିଷ୍କ ଯେମିତି ବିକାଶ ହେବା କଥା ସେତିକି ହୋଇନଥାଏ । ତେବେ ପ୍ରିମାଚ୍ୟୁର ଶିଶୁ କାହିଁକି ଜନ୍ମ ହୋଇଥାନ୍ତି ? ଏହାର ପ୍ରତିକାର କିପରି କରାଯାଇ ପାରିବ ? ସେ ନେଇ ସୂଚନା ଦେଇଛନ୍ତି ଶିଶୁରୋଗ ବିଶେଷଜ୍ଞ ଅଭିଲିପ୍ସା ଆଚାର୍ଯ୍ୟ ।

ହାଇରିସ୍କ ନିଉ ବର୍ନ ବେବି କାହାକୁ କହିବା ?

Causes Of Premature Baby (ETV Bharat Odisha)

ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅଭିଲିପ୍ସା ଆଚାର୍ଯ୍ୟ କହିଛନ୍ତି, "ଯେଉଁ ଶିଶୁମାନେ ସଠିକ ସମୟ ପୂର୍ବରୁ ଜନ୍ମ ଗ୍ରହଣ ହୋଇଥାନ୍ତି ସେମାନଙ୍କୁ ହାଇରିସ୍କ ନିଉ ବର୍ନ ବେବି କୁହାଯାଇଥାଏ । ବିଶେଷ ଭାବରେ ଏଭଳି ଶିଶୁ ୩୭ ସପ୍ତାହ ପୂର୍ବରୁ ଜନ୍ମ ଗ୍ରହଣ କରିଥାନ୍ତି । ଯଦି ସାଢେ ୮ ମାସ ପୂର୍ବରୁ ଶିଶୁ ଜନ୍ମ ନେଲା ତେବେ ଏହାକୁ କୁହାଯାଇଥାଏ ପ୍ରିମାଚ୍ୟୁର ବେବି । ଯାହାଙ୍କୁ ହାଇରିସ୍କ ବେବି ମଧ୍ୟ କୁହାଯାଇଥାଏ ।"

କେଉଁମାନଙ୍କୁ ହାଇ ରିସ୍କ ବେବି କହିବା ?

ଡାକ୍ତର ଅଭିଲିପ୍ସା ଆଚାର୍ଯ୍ୟଙ୍କ କହିବା ଅନୁସାରେ, ବିଶେଷ ଭାବରେ ଜନ୍ମ ହେବା ସମୟରେ ଶିଶୁଟି ସାଧାରଣ ଭାବରେ କାନ୍ଦି ନଥାଏ, ଶିଶୁଟିକୁ ଜଣ୍ଡିସ ଆସିଥାଏ, ଶିଶୁଟି କମ ଓଜନର ହୋଇଥାଏ, ଶିଶୁ ଓ ମାଆ ଶରୀରରୁ ସୁଗାର କମିଯାଇଥାଏ ଆଦି ଲକ୍ଷଣ ଦେଖାଗଲେ ଯାହାକୁ ଆମେ ହାଇରିସ୍କ ବେବି କହିଥାଉ । ଯାହା ଲକ୍ଷଣ ମାନ ଅତି ମାରାତ୍ମକ ଅଟେ ।

କାହିଁକି ସମୟ ପୂର୍ବରୁ ପିଲା ଜନ୍ମ ହୋଇଥାଏ ?

ଡାକ୍ତରଙ୍କ କହିବା ଅନୁସାରେ ସମୟ ପୂର୍ବରୁ ପିଲାମାନେ ଜନ୍ମ ଗ୍ରହଣ କରିବାର ମୁଖ୍ୟ କାରଣ ହେଉଛି, ବିଶେଷ ଭାବରେ ମାଆମାନଙ୍କୁ ସଂକ୍ରମଣ ହୋଇଥିଲେ, ଗର୍ଭାଶୟ ମଧ୍ୟରେ ଯେଉଁ ପାଣି ଅଛି ତାହା ଇନଫେକସନ ହେଲେ, ଉଚ୍ଚ ରକ୍ତଚାପ ଅଧିକ ମାତ୍ରାରେ ଦୀର୍ଘ ଦିନ ରହିଲେ ପ୍ରିମାଚ୍ଯୁର ଶିଶୁ ଜନ୍ମ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ଗର୍ଭଧାରଣ କରିବା ପାଇଁ ଯୋଜନା କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ମାଆର ସଂପୂର୍ଣ୍ଣ ଭାବରେ କେୟାର ବା ସଠିକ ଭାବରେ ଯତ୍ନ ନେବା ଆବଶ୍ୟକ । ଯଦି ୟୁରିନ ଇନଫେକସନ ହୋଇଥାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

କିପରି ଦୃଷ୍ଟି ଦେବା ଆବଶ୍ୟକ:

ଶିଶୁଟିର ବ୍ରେନ ବିକଶିତ ଗୁରୁତ୍ଵପୂର୍ଣ୍ଣ ଅଟେ । ଦୁଇ ବର୍ଷ ପର୍ଯ୍ୟନ୍ତ ବ୍ରେନ ବିକଶିତ ହୋଇଥାଏ । ଦୁଇ ମାସରେ ପିଲାଟି ମାଆକୁ ଦେଖିବ, ହସିବ । ତିନି ମାସରେ ପିଲାଟି ବେକ ସିଧାକରିବ । ଷଷ୍ଠ ମାସରେ ସପୋର୍ଟରେ ବସିବା ଆରମ୍ଭ କରିବ । ୮ ମାସରେ ବିନା ସପୋର୍ଟରେ ବସିବାକୁ ଚେଷ୍ଟା କରିବ ଶିଶୁ । ୯ ମାସରେ ଶିଶୁ ଗୁରୁଣ୍ଡିବ । ୧ ବର୍ଷରେ ସେ ଛିଡା ହେବ । ୧ରୁ ୨ ବର୍ଷ ମଧ୍ୟରେ କଥା କହିବା ଏବଂ ଭାଷା ଆଦି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୋପାନ ଅଟେ । ୨ ବର୍ଷ ପରେ ପିଲାର ପାଠ ପଢୁଛି କି ନାହିଁ, ତାହାର ବୟସ ଅନୁସାରେ ଠିକ ଅଛି କି ନାହିଁ, ଲେଖିବା ସ୍କିଲ ଉପରେ ବାରମ୍ବାର ଦେଖିବାକୁ ପଡିବ । ତେବେ ବିଭିନ୍ନ ସୋପାନରେ ସଠିକ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଯେପରି ଗର୍ଭଧାରଣ ଠାରୁ ଆରମ୍ଭ କରି ୨ ବର୍ଷ ମଧ୍ୟରେ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଆବଶ୍ୟକ ।

ଏହା ମଧ୍ୟ ପଢ଼ନ୍ତୁ...ଯୋନି ସଂକ୍ରମଣକୁ କରନ୍ତୁନି ଅବହେଳା, ନେଇପାରେ କ୍ୟାନ୍ସର ରୂପ, ସାବଧାନ ମହିଳା !

ଏହା ମଧ୍ୟ ପଢ଼ନ୍ତୁ...ଶୀତ ଦିନେ କାଶ ଭଲ ହେଉନି କି ? ଉପାୟ ବତାଇଲେ ଡାକ୍ତର


ନିରାକରଣ:
ପ୍ରତ୍ଯେକ ଦିନ ବ୍ୟାୟାମ କରିବା ସହ ଯୋଗ କରିବା ଆବଶ୍ୟକ । ପୃଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ । ସଠିକ ସମୟରେ ଖାଦ୍ଯ ଖାଇବା ସହ ଠିକ ଭାବରେ ଶୋଇବା ଆବଶ୍ୟକ । ଜୀବନ ଶୈଳୀରେ ପରିବର୍ତ୍ତନ କରିବା ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details