ଓଡିଶା

odisha

ETV Bharat / health

ଏହି 5 ପ୍ରକାରର ଲୋକଙ୍କୁ ଅଧିକ କୋଲେଷ୍ଟ୍ରଲ ବିପଦ, ଆପଣ ଅଛନ୍ତି କି ଲିଷ୍ଟରେ ?

ମୁଖ୍ୟତଃ 5 ପ୍ରକାରର ଲୋକଙ୍କୁ ହାଇ କୋଲେଷ୍ଟ୍ରଲ ବିପଦ ରହିଥାଏ । ଆଉ ଆପଣ ନାହାନ୍ତି ତ ଏହି ତାଲିକାରେ ? ଜାଣିବା ପାଇଁ ପଢନ୍ତୁ ପୁରା ଖବର

By ETV Bharat Health Team

Published : 4 hours ago

ଏହି 5 ପ୍ରକାରର ଲୋକଙ୍କୁ ଅଧିକ କୋଲେଷ୍ଟ୍ରଲ ବିପଦ
ଏହି 5 ପ୍ରକାରର ଲୋକଙ୍କୁ ଅଧିକ କୋଲେଷ୍ଟ୍ରଲ ବିପଦ (ETV Bharat)

High Cholesterol:ଆଜିକାଲି ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ଯୋଗୁଁ ଲୋକମାନେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ପୀଡିତ ହେଉଛନ୍ତି । ସେଥିମଧ୍ୟରୁ ହାଇ କୋଲେଷ୍ଟ୍ରଲ ଏବେ ଏକ ପ୍ରମୁଖ ସମସ୍ୟାରେ ପାଲଟିଛି । କୋଲେଷ୍ଟ୍ରଲ ହେଲା ଶରୀରରେ ଥିବା ଚର୍ବି । ଏହା ଶରୀରରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିଥାଏ । ଚର୍ବି ହରମୋନ (ଟେଷ୍ଟୋଷ୍ଟେରନ, ଇଷ୍ଟ୍ରୋଜନ) ଉତ୍ପାଦନ, ଭିଟାମିନ-ଡି ତିଆରିରେ ସାହାଯ୍ୟ କରେ । କୋଲେଷ୍ଟ୍ରଲ ମୁଖ୍ୟତଃ ଭୋଜନରୁ ଉତ୍ପନ୍ନ ହୋଇଥାଏ । ଆଉ କିଛି ଲିଭର ସୃଷ୍ଟି କରିଥାଏ । ଏହି କୋଲେଷ୍ଟ୍ରଲ ଦୁଇ ପ୍ରକାରର- ଏଲଡିଏଲ (କମ୍ ଘନତ୍ବ ଲିପୋପ୍ରୋଟିନ), ଏଚଡିଏଲ (ଉଚ୍ଚ ଘନତ୍ବ ଲିପୋପ୍ରୋଟିନ) ।

ଏଚଡିଏଲ ଆମ ଶରୀରର ଅତ୍ୟନ୍ତ ଲାଭଦାୟକ, ତେଣୁ ଏହାକୁ ଭଲ କୋଲେଷ୍ଟ୍ରଲ କୁହାଯାଏ । ଏଲଡିଏ ଶରୀରର ପାଇଁ ହାନିକାରକ ହୋଇଥିବାରୁ ଏହାକୁ ଖରାପ କୋଲେଷ୍ଟ୍ରଲ କୁହାଯାଏ । ଏହା ରକ୍ତବାହିକାରେ ଜମା ହୋଇ ରକ୍ତ ପ୍ରବାହକୁ ଅବରୋଧ କରିଥାଏ । ଧମନୀରେ ଜମା ହୋଇଥିବା ଚର୍ବିକୁ ପ୍ଲେକ କୁହନ୍ତି । ଏହାଦ୍ବାରା ହୃଦଘାତ ଓ ବ୍ରେନଷ୍ଟ୍ରୋକ ଆଶଙ୍କା ବଢିଥାଏ ।

ଶରୀରରେ ଖରାପ କୋଲେଷ୍ଟ୍ରଲ ବୃଦ୍ଧି ନେଇ ଖରାପ ଖାଦ୍ୟ ଅଭ୍ୟାସ, ଧୂମ୍ରପାନ, ମଦ୍ୟପାନ, ବ୍ୟାୟାମ ଅଭାବ ପ୍ରମୁଖ କାରଣ । ଶରୀରରେ ଭଲ କୋଲେଷ୍ଟ୍ରଲ ସ୍ତର କମିଗଲେ ଖରାପ କୋଲେଷ୍ଟ୍ରଲ ବଢିଯାଏ ଏବଂ ଏହାକୁ ହାଇକୋଲେଷ୍ଟ୍ରଲ କୁହନ୍ତି । ବିଶେଷ ଭାବେ 5 ପ୍ରକାରର ଲୋକଙ୍କଠାରେ ହାଇ କୋଲେଷ୍ଟ୍ରଲ ହେବାର ଆଶଙ୍କା ଅଧିକ ଥାଏ । ଯେମିତିକି:-

ଅସ୍ବାସ୍ଥ୍ୟକର ଖାଦ୍ୟପାନୀୟ:

ଯେଉଁ ଲୋକେ ଅଧିକ ଟ୍ରାନ୍ସ ଫ୍ୟାଟ ବା ଚର୍ବି ଖାଉଛନ୍ତି ସେମାନଙ୍କୁ ହାଇକୋଲେଷ୍ଟ୍ରଲ ହେବାର ଆଶଙ୍କା ଅଧିକ । ବିଶେଷଜ୍ଞଙ୍କ କହିବା କଥା, ଯଦି ଆପଣ ଖାଦ୍ୟରେ ପ୍ରଚୁର ତେଲ, ଘିଅ, ବଟର ଓ ପନିର ଖାଉଛନ୍ତି ତାହେଲେ କୋଲେଷ୍ଟ୍ରଲ ହୋଇପାରେ । ଏହାବ୍ୟତୀତ ଜଙ୍କଫୁଡ, ଚିନି, କାର୍ବୋହାଇଡ୍ରେଟ ଭରପୁର ଖାଦ୍ୟ ଖାଇଲେ ହାଇକୋଲେଷ୍ଟ୍ରଲ ଆଶଙ୍କା ରହିଥାଏ ।

ମୋଟାପଣ:

ଆଜିକାଲି ଅଧିକାଂଶ ଲୋକେ ମୋଟାପା ସମସ୍ୟାକୁ ନେଇ ଚିନ୍ତିତ । ଆନୁବଂଶିକ ଦୋଷ, ଅଧିକ ଭୋଜନ, ଚର୍ବି ଯୁକ୍ତ ଖାଦ୍ୟ ଓ ଶାରିରୀକ ଗତିବିଧିର ଅଭାବ ଯୋଗୁଁ ଓଜନ ବୃଦ୍ଧି ପାଉଛି । ଏହି ମୋଟାପଣର ଶିକାର ଲୋକଙ୍କୁ ହାଇ କୋଲେଷ୍ଟ୍ରଲ ବିପଦ ରହିଥାଏ । ଏନେଇ ବିଶେଷଜ୍ଞଙ୍କ କହିବା କଥା, ଯଦି ଆପଣ ସନ୍ତୁଳିତ ଖାଦ୍ୟ ଗ୍ରହଣ ଓ ବ୍ୟାୟାମ କରିବେ ମୋଟାପା ଆଶଙ୍କା କମିଯାଏ ।

ବ୍ୟାୟାମ ନ କରିବା:

ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକଙ୍କ ପାଖରେ ନିଜ ପାଇଁ ସମୟ କମ୍ । 8ରୁ 10 ଘଣ୍ଟା ଡେସ୍କ ଜବ୍ ଭିତରେ ସେମାନେ ଶାରିରୀକ ରୂପେ ସକ୍ରିୟ ରହିପାରୁ ନାହାନ୍ତି । କିଛି ସମୟ ବାହାର କରି ବ୍ୟାୟାମ କରିବା ସେମାନଙ୍କ ପକ୍ଷେ ମୁସ୍କିଲ ଲାଗେ । ଏପରି ବ୍ୟକ୍ତି ହାଇ କୋଲେଷ୍ଟ୍ରଲ ପ୍ରଭାବିତ ହୋଇପାରନ୍ତି । ଶାରିରୀକ ଗତିବିଧି ଅଭାବରୁ କେବଳ କୋଲେଷ୍ଟ୍ରଲ ନୁହେଁ, ଆହୁରି ଅନେକ ରୋଗ ଆଶଙ୍କା ରହିଥାଏ ।

ଧୂମ୍ରପାନ:

ଧୂମ୍ରପାନ ଭଳି ବଦଅଭ୍ୟାସ ଯୋଗୁଁ ଅନେକ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ହୋଇଥାଏ । ଧୂମ୍ରପାନ କରୁଥିବା ଲୋକଙ୍କ କୋଲେଷ୍ଟ୍ରଲ ସ୍ତର ବଢିଥାଏ । ଏହାଦ୍ବାରା ହାଇ କୋଲେଷ୍ଟ୍ରଲ ହେବାର ଆଶଙ୍କା ଥାଏ । ଧୂମ୍ରପାନ ଭଲ କୋଲେଷ୍ଟ୍ରଲ କମାଏ । ଏହି କାରଣରୁ ହାଇ କୋଲେଷ୍ଟ୍ରଲ ସହିତ ହୃଦରୋଗ ଓ ରକ୍ତଚାପ ସମ୍ବନ୍ଧୀୟ ରୋଗ ହେବାର ଅଶଙ୍କା ବୃଦ୍ଧି ପାଇଥାଏ ।

ମଦ୍ୟପାନ:

ମଦ ସ୍ବାସ୍ଥ୍ୟ ପକ୍ଷେ ଖୁବ୍ ହାନିକାରକ । ଏହା ଜାଣି ମଧ୍ୟରେ ଲୋକମାନେ ଏହି ନିଶା ଛାଡିପାରୁ ନାହାନ୍ତି । ଅତ୍ୟଧିକ ମଦ ପିଉଥିବା ଲୋକଙ୍କ ଶରୀରରେ ଖରାପ କୋଲେଷ୍ଟ୍ରଲ ହେବାର ସମ୍ଭାବନା ଅଧିକ ଥାଏ । ମଦ ପିଇଲେ କୋଲେଷ୍ଟ୍ରଲ ବଢେ । ଭଲ କୋଲେଷ୍ଟ୍ରଲ ସ୍ତର ହ୍ରାସ ପାଏ । ଏହାଦ୍ବାରା ଖରାପ କୋଲେଷ୍ଟ୍ରଲ ଅଧିକ ବଢିଯାଏ । ବିଶେଷଜ୍ଞଙ୍କ କହିବା କଥା, ପ୍ରଚୁର ମଦ୍ୟପାନ କରୁଥିବା ଲୋକଙ୍କୁ ହାଇକୋଲେଷ୍ଟ୍ରଲ ସହ ହୃଦରୋଗ, ଲିଭର ଫେଲ୍ ଓ ମାନସିକ ରୋଗ ହେବାର ବିପଦ ରହିଥାଏ ।

କେମିତି ରୋକିବେ ହାଇ କୋଲେଷ୍ଟ୍ରଲ ?

କୋଲେଷ୍ଟ୍ରଲ ବଢାଉଥିବା ଖାଦ୍ୟପଦାର୍ଥ ଖାଆନ୍ତୁ ନାହିଁ । ଯଥାସମ୍ଭବ ତେଲ, ଘିଅ, ବଟର, ରିଫାଇନ୍ଡ ଖାଦ୍ୟ କମ୍ ମାତ୍ରାରେ ଖାଆନ୍ତୁ । ଚର୍ବି ଯୁକ୍ତ ଖାଦ୍ୟରୁ ଦୂରେଇ ରହୁନ୍ତୁ । କମ୍ ଲୁଣ ଖାଆନ୍ତୁ । ନିଜର ଓଜନ କମାଇବାକୁ ଚେଷ୍ଟା କରନ୍ତୁ । ଧୂମ୍ରପାନ, ମଦ୍ୟପାନ ଛାଡନ୍ତୁ । ପ୍ରତିଦିନ ଅତିକମରେ 30 ମିନିଟ୍ ବ୍ୟାୟାମ କରନ୍ତୁ । ଏହାସହିତ ଭୋଜନରେ ସବୁଜ ପନିପରିବା, ଫଳମୂଳ, ମିଲେଟ ଜାତୀୟ ଖାଦ୍ୟ ସାମିଲ କରନ୍ତୁ । ବାଦାମ, ପିସ୍ତାବାଦମ, ଅଖରୋଟ ପ୍ରଭୃତି ଡ୍ରାଏଫ୍ରୁଟ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ।

Ref- https://www.heart.org/en/health-topics/cholesterol/causes-of-high-cholesterol

https://www.nhlbi.nih.gov/health/blood-cholesterol/causes

https://www.webmd.com/cholesterol-management/ss/slideshow-surprising-causes-high-cholesterol

ଏହା ମଧ୍ୟ ପଢନ୍ତୁ:ଖାଇବା ପରେ ଛାତିରେ ଜଳାପୋଡା ହେଉଛି ? ନ୍ୟୁଟ୍ରିସନିଷ୍ଟ କହିଲେ ଏମିତି

ଏହା ମଧ୍ୟ ପଢନ୍ତୁ:ମଧୁମେହ ଓ ମୋଟାପଣ ପାଇଁ ରାମବାଣ ଏହି ସବୁଜ ପରିବା

ଏହା ମଧ୍ୟ ପଢନ୍ତୁ:ଛୁଟିଦିନରେ ଘରେ ବନାନ୍ତୁ ହାଇଦ୍ରାବାଦି ଚିକେନ ଦମ ବିରିୟାନୀ

(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ABOUT THE AUTHOR

...view details