ETV Bharat / health

ଇକମୋ ସହାୟତାରେ ଜଟିଳ ହାର୍ଟ ଅପରେସନ: ଏହା କେତେ ସୁରକ୍ଷିତ, କହିଲେ ଡାକ୍ତର - ECMO MACHINE

ଇକମୋ ସହାୟତାରେ ସଫଳ ହୋଇପାରୁଛି ଜଟିଳ ହାର୍ଟ ଅପରେସନ । ତେବେ ଏହି ଇକମୋ ବ୍ୟବହାର କେତେ ସୁରକ୍ଷିତ ସେନେଇ ସୂଚନା ଦେଲେ ଡାକ୍ତର ।

ଇକମୋ ସହାୟତାରେ ଜଟିଳ ହାର୍ଟ ଅପରେସନ
ଇକମୋ ସହାୟତାରେ ଜଟିଳ ହାର୍ଟ ଅପରେସନ (ETV Bharat)
author img

By ETV Bharat Health Team

Published : Jan 5, 2025, 7:57 PM IST

ଜଟିଳ ହାର୍ଟ ଅପରେସନ ପାଇଁ ଇକମୋ ଏକ ସଞ୍ଜିବନୀ ସଦୃଶ୍ୟ । ଏହି ମେସିନ ସହାୟତାରେ ଗୁରୁତର ରୋଗୀର ଜୀବନ ବଞ୍ଚାଯାଇପାରିବ । ରାଜ୍ୟରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ଇକମୋ ଚିକିତ୍ସାରେ ଜଟିଳ ସ୍ବାସ୍ଥ୍ୟ ସମସ୍ୟାରୁ ସୁସ୍ଥ ହୋଇଛନ୍ତି । ଏନେଇ ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସ୍ପିଟାଲର ଇକାମୋର ମୁଖ୍ୟ ଡାକ୍ତର ନିରଞ୍ଜନ ପାଣିଗ୍ରାହୀ କହିଛନ୍ତି ଯେ, ଇକାମୋର ବ୍ୟବହାର ଏବଂ ଚିକିତ୍ସା ବହୁ ଉନ୍ନତ ଅଟେ । ଏହାକୁ ଭୟ ନକରି ଡାକ୍ତରଙ୍କ ପରାମର୍ଶରେ ଆବଶ୍ୟକ ସ୍ଥଳେ ଇକାମୋ ନେବା ଆବଶ୍ୟକ ।

ଡାକ୍ତର ନିରଞ୍ଜନ ପାଣିଗ୍ରାହୀ କହିଛନ୍ତି, ଜଣେ ଯୁବକଙ୍କ ହଠାତ ନିଶ୍ଵାସ ପ୍ରଶ୍ଵାସରେ ନେବାରେ ସମସ୍ୟା ହୋଇଥିଲା । ଇକୋ ପରେ ତାଙ୍କୁ ମାଇଟ୍ରାଲ ଭାଲବ ସମସ୍ୟା ଥିବାର ଜଣାପଡିଥିଲା । ହାଇଦ୍ରାଦର ବିଭିନ୍ନ ହସ୍ପିଟାଲ ଏହାର ଚିକିତ୍ସା ପାଇଁ ମନା କରିଦେଇଥିଲେ । ଏହି ରୋଗରେ ଠିକ୍ ସମୟରେ ଅପରେସନ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ପରବର୍ତ୍ତୀ ସମୟରେ ଇକମୋ ମେସିନ ସହାୟତାରେ ଯୁବକଙ୍କ ସଫଳ ସର୍ଜରୀ ହୋଇଥିଲା । ମାତ୍ର 5 ଦିନ ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ । ତେଣୁ ଯୁବାବସ୍ଥାରେ ହାର୍ଟରେ ଯଦି ଏପରି କୌଣସି ସମସ୍ୟା ଦେଖାଯାଉଛି ତେବେ ଇକମୋ ସାହାଯ୍ୟରେ ଚିକିତ୍ସା କରାଯାଇପାରିବ ବୋଲି କହିଛନ୍ତି ଡାକ୍ତର ।

ସାଧାରଣତଃ ଦୁଇ ପ୍ରକାର ଇକାମୋର ବ୍ୟବାହାର ହୋଇଥାଏ ଯଥା- ଫୁସଫୁସ ସମସ୍ୟା ଓ ହାର୍ଟ ସମସ୍ୟା ପାଇଁ । ସାଧାରଣତଃ କାର୍ଡିଆକ ଷ୍ଟ୍ରୋକ ପୀଡିତଙ୍କ କ୍ଷେତ୍ରରେ ଇକମୋ ବ୍ୟବହାର କରାଯାଇଥାଏ । ଚିକିତ୍ସା କ୍ଷେତ୍ରରେ ଇକମୋ ବେଶ୍ ପ୍ରଭାବଶାଳୀ । ଏହା କମ୍ ବ୍ୟୟବହୁଳ ମଧ୍ୟ ।

ଇକମୋରେ ହାର୍ଟ ସର୍ଜରୀ ବିରଳ:

ସାଧାରଣ ଭାବେ ଇକାମୋରେ ହାର୍ଟ ସର୍ଜରୀ କରିବା ବିରଳ । ବିଶ୍ବରେ ଦୁଇଟି ସ୍ଥାନାରେ ଏଭଳି ଅପରେସନ କରାଯାଇଥିବା ବେଳେ ଭାରତରେ ଏହା ପ୍ରଥମ ଅପରେସନ ବୋଲି କହିଛନ୍ତି ଡାକ୍ତର ନିରଞ୍ଜନ ପାଣିଗ୍ରାହୀ । ତେବେ ଏନେଇ ଅଧିକ ସଚେତନତା ଆବଶ୍ୟକତା ରହିଥିବାବେଳେ ଏହା ବହୁତ ରିସ୍କ ଅଟେ । ଏଥିରେ ରୋଗୀଙ୍କ ମୃତ୍ୟୁ ହେବାର ସମ୍ଭାବନା ଅଧିକ ଥାଏ ।

ଇକମୋ ବ୍ୟବହାର ପାଇଁ ନାହାନ୍ତି ଭଲ ବିଶେଷଜ୍ଞ:

ଇକମୋର ବ୍ୟବହାର କରିବା ପାଇଁ ବହୁତ କମ ବିଶେଷଜ୍ଞ ରହିଛନ୍ତି । ଯାହାଫଳରେ ଅନେକ ହସ୍ପିଟାଲରେ ଇକମୋର ବ୍ୟବହାର ସଠିକ ଭାବରେ ହୋଇପାରୁନାହିଁ । ଇକମୋ ଚଳାଇବା ପାଇଁ ଅଭିଜ୍ଞତା ଆବଶ୍ୟକ ଥିବା କହିଛନ୍ତି ଡାକ୍ତର ପାଣିଗ୍ରାହୀ ।

ହାର୍ଟ ଭାଲବ କ'ଣ:

ହାର୍ଟ ଶରୀରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଶରୀରର ସବୁ ଅଙ୍ଗକୁ ରକ୍ତ ସଞ୍ଚାଳନ କରିଥାଏ । ହାର୍ଟ ଭିତରେ ଆମର ଚାରୋଟି ଚାମ୍ବର ବା କୋଠରୀ ରହିବା ସହ ଚାରୋଟି ଭାଲବ ରହିଛି ଯଥା- ଆଓର୍ଟିକ୍ ଭାଲବ, ମାଇଟ୍ରାଲ ଭାଲବ, ଟ୍ରାଇକସପିନ୍ ଭାଲବ ଏବଂ ପଲମୋନାର ଭାଲବ । ହାର୍ଟରେ ଥିବା ଏହି ଭଲବ ରକ୍ତକୁ ଠିକ୍ ଦିଗରେ ପ୍ରଭାବିତ ହେବାରେ ସାହାଯ୍ୟ କରିଥାଏ । ହୃଦୟକୁ ସୁସ୍ଥ ଏବଂ ଜୀବନ୍ତ ରଖିବା ପାଇଁ ରକ୍ତ ଗୋଟିଏ ଭାଲବରୁ ଅନ୍ୟକୁ ପ୍ରବାହିତ ହୁଏ ଏବଂ ପରେ ଏହାକୁ ଶରୀରକୁ ପମ୍ପ କରିଥାଏ । ରକ୍ତକୁ ଗୋଟିଏ ଭାଲବରୁ ଅନ୍ୟକୁ ଯିବା ପାଇଁ ଏକ ଗେଟ୍ ଦେଇ ଯାଇଥାଏ ଯାହାକି ଗୋଟିଏ ଦିଗରେ ଖୋଲିଥାଏ । ଏହି ଗେଟ୍ ଗୁଡ଼ିକୁ ଭାଲବ କୁହାଯାଏ ।

ହାର୍ଟ ଭାଲବ କାହିଁକି ରୋଗାଗ୍ରସ୍ତ ହୋଇଥାଏ:

ହାର୍ଟ ରୋଗର ମୁଖ୍ୟ କାରଣ ହେଉଛି ରିମାଟିକ ହାର୍ଟ ସମସ୍ୟା । ଏହା ଗୋଟିଏ ଜୀବାଣୁ ଜନିତ ରୋଗ । ଏଥିରେ ସବୁବେଳେ ଗଳାରେ ସଂକ୍ରମଣ ଆରମ୍ଭ ହୋଇଥାଏ । ଧୀରେ ଧୀରେ ଏହା ହାର୍ଟକୁ ସଂକ୍ରମଣ ହୋଇଥାଏ ଏବଂ ହାର୍ଟର ଭାଲବଗୁଡିକକୁ ନଷ୍ଟ କରିଦେଇଥାଏ । ଏହାସହ ଅନ୍ୟାନ୍ୟ ହାର୍ଟ ଭାଲବ ରୋଗ ଯେମିତିକି ଜନ୍ମଗତ ହାର୍ଟ ରୋଗ, ହାର୍ଟ ଭାଲବର ଇଞ୍ଜେକ୍ସନ ନ ନେଲେ ବୟସ୍କ ଲୋକଙ୍କ କ୍ଷେତ୍ରରେ ସେନାଇଲ ହାର୍ଟ ରୋଗ ଦ୍ଵାରା ଏଭଳି ହାର୍ଟ ଭାଲବ ସଂକ୍ରମଣ ହୋଇଥାଏ ।

ଏହାର ମୁଖ୍ୟ ଲକ୍ଷଣ:

ଶୀଘ୍ର ଥକିଯିବା
ଅଳ୍ପ ବାଟ ଚାଲିଲେ ଥକ୍କା ଲାଗିବା
ଧଇଁସଇଁ ହେବା
ହୃଦସ୍ପନ୍ଦନ ବଢିବା
ରାତିରେ ଶୋଇବା ସମୟରେ ଅଣନିଶ୍ୱାସୀ ଲାଗିବା

କେଉଁ ବୟସ ଅଧିକ ଦେଖାଯାଏ:

ହାର୍ଟ ଭଲବ ରୋଗ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କଠାରେ ଦେଖାଯାଇଥାଏ । କ୍ରିମାଟିକ ହାର୍ଟ ରୋଗ ବିଶେଷ ଭାବରେ ୧୩ ରୁ ୧୫ବର୍ଷ ମଧ୍ୟରେ ଦେଖାଯାଇଥାଏ । ପ୍ରାପ୍ତ ବୟସ୍କ କ୍ଷେତ୍ରରେ ପ୍ରାୟ 30 ରୁ 35 ବର୍ଷ ମଧ୍ୟରେ ଏହା ଦେଖାଯାଇଥାଏ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.