ETV Bharat / state

୫ ଦିନ ମଧ୍ୟରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଖରେ ପହଞ୍ଚିବ ଅର୍ଥ ରାଶି: ରାଜସ୍ୱ ମନ୍ତ୍ରୀ - REVENUE MINISTER REACTION

ଭାଗ ଚାଷୀ ଆଇନ ନେଇ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିକ୍ରିୟା, 'ଏବେସୁଦ୍ଧା ଓଡ଼ିଶାରେ ନାହିଁ କୌଣସି ଭାଗ ଚାଷୀ ଆଇନ, ଆଗାମୀ ଦିନରେ ଆଇନ ଆସିବ ନା ନାହିଁ ଆଲୋଚନା ପରେ ଜଣାପଡିବ

Revenue minister Suresh Pujari
Revenue minister Suresh Pujari (ETV Bharat Odisha)
author img

By ETV Bharat Odisha Team

Published : 22 hours ago

ଭୁବନେଶ୍ୱର: 'ଆଗାମୀ ୫ ଦିନ ଭିତରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଖରେ ପହଞ୍ଚିବ ଅର୍ଥ ରାଶି । ରାଜସ୍ୱ ବିଭାଗରୁ ଏହି ଅର୍ଥରାଶି ଜିଲ୍ଲାପାଳମାନଙ୍କ ନିକଟକୁ ପଠାଯାଇଥିବା ବେଳେ ଅଦିନିଆ ବର୍ଷାର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ପାଖରେ ଖୁବଶୀଘ୍ର ପହଞ୍ଚିବ କ୍ଷତିପୂରଣ ରାଶି ।’’ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏନେଇ ସୂଚନା ଦେଇଛନ୍ତି ।

  • 16 ଜିଲ୍ଲାରେ ଫସଲ ନଷ୍ଟ

ଡିସେମ୍ବରରେ ଅଦିନିଆ ବର୍ଷା ପ୍ରଭାବରେ 16 ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଧାନ, ପନିପରିବାଠୁ ଆରମ୍ଭ କରି କପା, ଚିନାବାଦାମ ସବୁଥିରେ କ୍ଷତି ସହିଛି ଚାଷୀ । ତେବେ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ଆକଳନ ସରିଥିବା ବେଳେ ଜିଲ୍ଲାପାଳମାନେ ମଧ୍ୟ ରିପୋର୍ଟ ପ୍ରଦାନ କରିସାରିଛନ୍ତି । ରାଜସ୍ୱ ବିଭାଗରୁ ୧୬ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କ୍ଷତିପୂରଣ ଟଙ୍କା ପଠା ସରିଥିବା ବେଳେ ଆଗାମୀ ୫ ଦିନ ଭିତରେ ଚାଷୀମାନେ ଏହି ଟଙ୍କା ପାଇସାରିଥିବେ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।

Revenue minister Suresh Pujari (ETV Bharat Odisha)
  • ୫ ଦିନ ମଧ୍ୟରେ ଚାଷୀଙ୍କ ପାଖରେ ପହଞ୍ଚିବ କ୍ଷତିପୂରଣ ରାଶି

ରାଜସ୍ୱ ମନ୍ତ୍ରୀ କହିଛନ୍ତି, " 14 ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଛି । ଆଉ ଦୁଇ ଜିଲ୍ଲାରେ ବି ଆଂଶିକ କ୍ଷତି ହୋଇଛି । ପୁରୀରେ ସର୍ବାଧିକ କ୍ଷତି ହୋଇଥିଲା । ତା ପଛକୁ ଗଞ୍ଜାମ ଜିଲ୍ଲା ରହିଛି । ଧାନ, ପନିପରିବା, ଚିନା ବାଦାମ ଓ କପା ବି ନଷ୍ଟ ହୋଇଛି । ପାଖାପାଖି 6 ଲକ୍ଷ 66 ହଜାର 720 ଚାଷୀ କ୍ଷତି ସହିଛନ୍ତି । 2 ଲକ୍ଷ 26 ହଜାର 791.27 ହେକ୍ଟର ଚାଷ ଜମିରେ ନଷ୍ଟ ହୋଇଛି । 292 କୋଟି ଟଙ୍କା କ୍ଷତିପୂରଣ ଆବଶ୍ୟକତା ନେଇ ଡିସେମ୍ବର ୩୦ ତାରିଖରେ ଜିଲ୍ଲାପାଳମାନେ ରିପୋର୍ଟ ପ୍ରଦାନ କରିଥିବା ବେଳେ ଜାନୁଆରୀ ୩ ତାରିଖ ଦିନ ରାଜସ୍ୱ ବିଭାଗରୁ ଜିଲ୍ଲାପାଳମାନଙ୍କୁ ଟଙ୍କା ପଠା ଦିଆସରିଛି । କିଛି ସ୍ଥାନରେ ଚାଷୀଙ୍କୁ କ୍ଷତିପୂରଣ ଟଙ୍କା ପ୍ରଦାନ କରାଯାଇଛି । ଆଗାମୀ ୫ ଦିନ ମଧ୍ୟରେ ସମସ୍ତ ଚାଷୀଙ୍କ ପାଖରେ ଏହି ଟଙ୍କା ପହଞ୍ଚିଯିବ । ଜଳସେଚିତ ଜମି ପାଇଁ ହେକ୍ଟର ପିଛା 15 ହଜାର ଓ ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା 7500 ଟଙ୍କା ରହିଛି । ୩ ତାରିଖ ଦିନ ଜିଲ୍ଲାପାଳମାନଙ୍କୁ 292 କୋଟି ଟଙ୍କା ପଠାଯାଇଛି । ଜିଲ୍ଲାପାଳମାନେ ଖୁବଶୀଘ୍ର ତଥ୍ୟ ଆଧାରରେ ଚାଷୀମାନଙ୍କୁ ଟଙ୍କା ପ୍ରଦାନ କରିବେ ।

ଏହାମଧ୍ୟ ପଢନ୍ତୁ...

ଚାଷ କ୍ଷୟକ୍ଷତି ସମୀକ୍ଷା: BJP-BJD ମୁହାଁମୁହିଁ, ଏଭଳି କହିଲା କଂଗ୍ରେସ

କ୍ଷେତରେ ଉଜୁଡା ଧାନ ଦେଖିଲେ, ଚାଷୀଙ୍କୁ କ’ଣ କହିଲେ ନବୀନ ଶୁଣନ୍ତୁ

ସବୁ ଚାଷୀଙ୍କୁ କ୍ଷତିପୂରଣ, କେହି ରହିବେନି ଅବହେଳିତ: ଉପମୁଖ୍ୟମନ୍ତ୍ରୀ

ଗଞ୍ଜାମରେ ନବୀନ: କ୍ଷେତରେ ବୁଲି କ୍ଷୟକ୍ଷତି ଦେଖିଲେ, ଚାଷୀଙ୍କୁ ଭେଟିଲେ

  • 'ଭାଗ ଚାଷୀଙ୍କ ପାଇଁ ନାହିଁ କୌଣସି ଆଇନ'

ଭାଗ ଚାଷୀ ଆଇନ ନେଇ ରାଜସ୍ୱ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, "ଓଡ଼ିଶାରେ ଏବେସୁଦ୍ଧା କୌଣସି ଭାଗ ଚାଷୀ ଆଇନ ନାହିଁ । ଆଗାମୀ ଦିନରେ ଆଇନ ଆସିବ ନା ନାହିଁ, ସେ ନେଇ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ହେବ । ଏ ନେଇ ତର୍କର ଆବଶ୍ୟକତା ରହିଛି । ପ୍ରଶାସନ ପାଖରେ ଭାଗ ଚାଷୀ ମାନଙ୍କର ନିଖୁଣ ତଥ୍ୟ ନାହିଁ । ଏହାକୁ ନେଇ ଆଗାମୀ ଦିନରେ ତର୍ଜମା କରାଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.