ETV Bharat / state

ଗଡିଲା ଡବଲ ଡେକର ବସ୍‌, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ - DOUBLE DECKER BUS

ଦିବ୍ୟାଙ୍ଗଙ୍କ ପାଇଁ ବି ଗଡ଼ିଲା ସ୍ୱତନ୍ତ୍ର ହ୍ୱିଲଚେୟାର ଲିପ୍ଟିଂ ବସ୍‌ । ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ନିଜେ ବସରେ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଗଡିଲା ଡବଲ ଡେକର ବସ୍‌, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ
ଗଡିଲା ଡବଲ ଡେକର ବସ୍‌, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ (ETV Bharat Odisha)
author img

By ETV Bharat Odisha Team

Published : 23 hours ago

ଭୁବନେଶ୍ବର: ଓଡ଼ିଶାରେ ଆଜିଠୁ ବିଧିବଦ୍ଧ ଭାବେ ଗଡିଲା ଡବଲ ଡେକର ବସ୍‌ । ସହରୀ ପରିବହନ ବ୍ୟବସ୍ଥାରେ ଏହି ବସ ସେବା ବଡ ସହାୟକ ହେବ । ସ୍ୱତନ୍ତ୍ର ଭାବେ ଏହି ସେବା ପ୍ରବାସୀ ଭାରତୀୟଙ୍କ ପାଇଁ ଆରମ୍ଭ ହୋଇଥିବା ବେଳେ ୫ଟି ଡବଲ ଡେକର ବସ୍‌ ସହ 10 ଟି ହପ ଅନ ହପ ଅଫ (ହୋହୋ )ବସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହ ଶ୍ରୀମନ୍ଦିର ପ୍ରଶାସନର ଇ-ବସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହୋଇଛି ।

  • ଡବଲ ଡେକର ବସରେ ଯାତ୍ରା କଲେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଆଜି ଏହି ସବୁ ବସଗୁଡ଼ିକର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ । ‘କ୍ରୁଟ’ ଏହି ସବୁ ପରିଚାଳନା କରିବ । ପତାକା ଦେଖାଇ ଏହାର ଉଦଘାଟନ ମୁଖ୍ୟମନ୍ତ୍ରୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଓ ଅନ୍ୟ ମନ୍ତ୍ରୀମାନେ ଡବଲ ଡେକର ବସରେ ବସି ଜନତା ମୈଦାନ ଗସ୍ତ କରିଛନ୍ତି । ସେଠାରେ ପ୍ରବାସୀ ଭାରତୀୟ ଦିବସର ଶେଷ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏନେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି ୫ଟି ଡବଲ-ଡେ଼କର ବସ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଅନ୍ୟ ନୂଆ ବସର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବ ନିଆରା ଅନୁଭୂତି ଥିଲା ସେଥିରେ ବସିବା । ଏହି ବସରେ ପ୍ରବାସୀମାନେ ପୁରୀ ଓ କୋଣାର୍କ ଯାତ୍ରା କରିବେ । ପ୍ରବାସୀ ଭାରତୟ ଦିବସ ସାରିବା ପରେ ଏହା ରୁଟରେ ଚାଲିବ। ପ୍ରବାସୀ ସମ୍ମିଳନୀ ପରିସର ମୁଖ୍ୟମନ୍ତ୍ରୀ ସମୀକ୍ଷା କଲେ ସବୁ କାର୍ଯ୍ୟ ସରିଛି ଯାହା କିଛି କିଛି ଅଛି ତାହା ସରିଯିବ ।

ଗଡିଲା ଡବଲ ଡେକର ବସ୍‌, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ (ETV Bharat Odisha)
  • ଜନତା ମୈଦାନ ଅଭିମୁଖେ ଅତିଥି:-

ଏପଟେ ପ୍ରବାସୀ ଭାରତୀୟମାନକର ଜନତା ମୈଦାନକୁ ଛୁଟୁଛି ସୁଅ । ଭାରତର ବିଭିନ୍ନ କୋଣ ଅନୁକୋଣରୁ ପ୍ରବାସୀ ଭାରତୀୟମାନେ ଏହି ଦିବସରେ ସାମିଲ ହୋଇଥିବା ବେଳେ ଓଡ଼ିଶାର ଅତିଥ୍ୟକୁ ବେଶ ପ୍ରଶଂସା କରାଇଛନ୍ତି । ପ୍ରଥମ ଥର ପାଇଁ ଓଡିଶାର ଭୁବନେଶ୍ୱର ରେ ଏହି ଦିବସ ପାଳନ ହୋଇଥିବା ବେଳେ ମନ୍ଦିର ମାଳିନୀ ସହର ର ସୌଦର୍ଯ୍ୟକୁ ନେଇ ଖୁସି ହୋଇଛନ୍ତ ପ୍ରବାସୀ । ଏହାସହ ଓଡ଼ିଶାର କଳା ସଂସ୍କୃତି ଓ ଉଚକୋଟିର ଇତିହାସ ବିଷୟରେ ମଧ୍ୟ ଜାଣିବାର ସ୍ପୃହା ସେମାନଙ୍କ ଭିତରେ ଦେଖିବାକୁ ମିଳିଛି ।

ଗଡିଲା ଡବଲ ଡେକର ବସ୍‌, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ
ଗଡିଲା ଡବଲ ଡେକର ବସ୍‌, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ (ETV Bharat Odisha)
ଗଡିଲା ଡବଲ ଡେକର ବସ୍‌, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ
ଗଡିଲା ଡବଲ ଡେକର ବସ୍‌, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ (ETV Bharat Odisha)
  • ଦିବ୍ୟାଙ୍ଗଙ୍କ ପାଇଁ ଗଡିଲା ସ୍ପେଶାଲ ବସ:-

ଅନ୍ୟପଟେ ପ୍ରଥମ ଥର ଲାଗି ଦିବ୍ୟାଙ୍ଗଙ୍କ ଲାଗି ରହିଛି ଲିଫ୍ଟି ବ୍ୟବସ୍ଥା । ଏହି ବସରେ ଦିବ୍ୟାଂଗମାନେ ବସିବା ଲାଗି ନିଜ ହୁଇଲ ଚେୟାରରୁ ଓହ୍ଲାଇବେ ନାହିଁ କି କାହାରି ସାହାରା ନେବେ ନାହିଁ । ଯେଉଁ ଦିବ୍ୟାଙ୍ଗମାନେ ବିନା ହୁଇଲ ଚେୟାର ହେଉ କି ଅନ୍ୟ କାହାରି ସାହାରା ନେଇ ବସ୍ ରେ ଯିବା ପାଇଁ ପ୍ରୟାସ କରୁଛନ୍ତି ତାହା ମଧ୍ୟ କରିବାକୁ ପଡ଼ିବ ନାହିଁ । ସେମାନଙ୍କ ପାଇଁ ବସରେ ଚଢିବା ଯେହେତୁ ବଡ କଷ୍ଟକର, ତେଣୁ ଏହି ବସରେ ରହିଛି ଲିଫ୍ଟିଂ ବ୍ୟବସ୍ଥା । ସାଧାରଣ ଯାତ୍ରୀଙ୍କ ଲାଗି ବସରେ ଚଢିବା ଲାଗି ଯେଉଁଠି ଡୋର ରହୁଛି ତା ପାଖରେ ରହିଛି ଦିବ୍ୟଙ୍ଗମାନଙ୍କ ଲାଗି ଏହି ଲିଫ୍ଟଂ ବ୍ୟବସ୍ଥା । ସେଠାରେ ହ୍ୟାଣ୍ଡେଲ ଧରିବା ମାତ୍ରେ ଲିଫ୍ଟ ଦିବ୍ୟାଂଙ୍ଗ ଯାତ୍ରୀଙ୍କୁ ବସ ଭିତରକୁ ନେଇଯିବ । ଏହି କାର୍ଯ୍ୟକ୍ରମରେ ପରିବହନ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିଧାୟକ ବାବୁ ସିଂଙ୍କ ସମେତ ପରିବହନ କମିଶନର ଉଷା ପାଢୀ ଓ ‘କ୍ରୁଟ’ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.