Foods for Diabetes: ଦିନକୁ ଦିନ ବିଭିନ୍ନ ମାରାତ୍ମକ ରୋଗ ଗ୍ରାସ କରୁଛି ମଣିଷକୁ । ମେଦବହୁଳତା, ଡାଇବେଟିସ୍, କୋଲେଷ୍ଟ୍ରଲ, ବ୍ଲଡପ୍ରେସର ପ୍ରଭୃତି ରୋଗ ଯେମିତି ସାଧାରଣ ହୋଇଗଲାଣି । ଏହା ପ୍ରମୁଖ କାରଣ ପରିବର୍ତ୍ତିତ ଜୀବନଶୈଳୀ ଓ ଖାଦ୍ୟପେୟ । ବିଶେଷ କରି ଆଜିକାଲି ଅଧିକାଂଶ ଲୋକ ଡାଇବେଟିସ୍ ପୀଡିତ । ଦେଖାଯାଏ ଅନେକ ଡାଇବେଟିସ ରୋଗୀ କ'ଣ ଖାଇବେ ଓ କ'ଣ ନ ଖାଇବେ ସେନେଇ ଦ୍ବନ୍ଦରେ ଥାଆନ୍ତି । କାରଣ ବିଭିନ୍ନ ଖାଦ୍ୟରେ ବ୍ଲଡ ସୁଗାର ବଢାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଡାଇବେଟିସ ରୋଗୀ କ'ଣ ଖାଇବା ଉଚିତ୍ ଓ କ'ଣ ନୁହେଁ ।
ଫଳ ଓ ସବୁଜ ପନିପରିବା:
ଡାଇବେଟିସ୍ ରୋଗୀ ବିଭିନ୍ନ ତଟକା ପନିପରିବା ଓ ଫଳ ଖାଇବା ଉଚିତ୍ । କାରଣ ଏଥିରୁ ଶରୀରକୁ ଜରୁରୀ ପୋଷକ ତତ୍ତ୍ବ ମିଳିଥାଏ । ସେମାନେ ସେଓ, କମଳା, ଅଙ୍ଗୁର, ତରଭୁଜ, କିୱି, ଆଭୋକାଡୋ ଇତ୍ୟାଦି ଫଳ ଖାଇପାରିବେ । ଏସବୁ ଫଳର ଗ୍ଲାଇସେମିକ ଇଣ୍ଡେକ୍ସ କମ୍ । ଅର୍ଥାତ୍ ଏସବୁ ଫଳ ବ୍ଲଡ ସୁଗାର ବଢାଏ ନାହିଁ । ଏଥିରେ ଥିବା ଫାଇବାର ସୁଗାର କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ । ଏଥିସହ ସବୁଜ ପନିପରିବା ଖାଇବା ଆବଶ୍ୟକ ।
ହୋଲ ଗ୍ରେନ:
ଡାଇବେଟିସ୍ ରୋଗୀ ହୋଲ ଗ୍ରେନ୍ ଯେମିତିକି ମିଲେଟ, ବ୍ଲାକ ରାଇସ, ବ୍ରାଉନ ରାଇସ୍, ଅଟା, ଓଟ୍ସ , ହୋଲ ଗ୍ରେନ ବ୍ରେଡ ପ୍ରଭୃତି ଖାଦ୍ୟ ଖାଇବା ଭଲ । କାରଣ ଏସବୁ ଖାଦ୍ୟରେ ପ୍ରଚୁର ମାତ୍ରାରେ ଫାଇବର ଓ ନ୍ୟୁଟ୍ରିଏନ୍ସ ରହିଥାଏ । ଯାହାକି ବ୍ଲଡ ସୁଗାର ସ୍ଥିର ରଖିବାରେ କାମ କରେ ।
କୋଳି:
ଡାଇବେଟିସ୍ ଥିଲେ ବ୍ଲୁବେରୀ, ଷ୍ଟ୍ରବେରୀ, ଜମୁକୋଳି ପ୍ରଭୃତି ଖାଇବା ଭଲ । ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଓ ଭିଟାମିନ ରହିଥାଏ । ଏହାର ଗ୍ଲାଇସେମିକ ଇଣ୍ଡେକ୍ସ ମଧ୍ୟ କମ୍ । ଜାମୁକୋଳି ବ୍ଲଡ ସୁଗାର ନିୟନ୍ତ୍ରଣରେ ସାହାଯ୍ୟ କରେ ।
କମ୍ ଫ୍ୟାଟ ଥିବା ଦୁଗ୍ଧଜାତ ପଦାର୍ଥ:
ଫ୍ୟାଟ୍ ନଥିବା କିମ୍ବା କମ୍ ଫ୍ୟାଟ ଥିବା ଦୁଗ୍ଧଜାତୀୟ ପଦାର୍ଥ ଡାଇବେଟିସ୍ ରୋଗୀମାନେ ଖାଇପାରିବେ । ସେମାନେ କ୍ଷୀର, ୟୋଗର୍ଟ ଓ ଚିଜ୍ ସେବନ କରିପାରିବେ ।
ଅଣ୍ଡା:
ନିୟମିତ ଅଣ୍ଡା ଖାଇବା ଦ୍ବାରା ହୃଦରୋଗ ଆଶଙ୍କା କମ୍ ହୋଇଥାଏ । ଏଥିସହ ଅଣ୍ଡା ଇନସୁଲିନ ସେନସିଟିଭିଟି ଉନ୍ନତ କରେ, ରକ୍ତର ଭଲ କୋଲେଷ୍ଟ୍ରଲ (HDL) ସ୍ତର ବୃଦ୍ଧି କରେ । ଏକ ଅଧ୍ୟୟନରୁ ଜଣାପଡେ, ସପ୍ତାହକୁ 6ରୁ ଅଧିକ ଅଣ୍ଡା ଖାଇବା ଦ୍ବାରା ଡାଇବେଟିସ୍ ଥିବା ଲୋକଙ୍କ ମଧ୍ୟରେ ହୃଦରୋଗ ଆଶଙ୍କା ବୃଦ୍ଧି ପାଏ ନାହିଁ । ଏହା ଦୃଷ୍ଟି ଶକ୍ତି ପାଇଁ ମଧ୍ୟ ଭଲ ।
ଫ୍ୟାଟି ମାଛ:
ସାଲମନ ଓ ମାକରଲ ଭଳି ଫ୍ୟାଟି ମାଛରେ ପ୍ରଚୁର ଓମେଗା-3 ଫ୍ୟାଟି ଏସିଡି ରହିଥାଏ । ଯାହା ହୃଦୟ ସ୍ବାସ୍ଥ୍ୟ ପାଇଁ ଭଲ । ନିୟମିତ ଭାବେ ପର୍ଯ୍ୟାପ୍ତ ମାତ୍ରାରେ ଏହି ଫ୍ୟାଟ ସେବନ କରିବା ଖାସ୍ କରି ମଧୁମେହ ରୋଗୀଙ୍କ ପାଇଁ ଜରୁରୀ । କାରଣ ଡାଇବେଟିସ୍ ଲୋକଙ୍କୁ ହୃଦଜନିତ ରୋଗ ଓ ଷ୍ଟ୍ରୋକ ଆଶଙ୍କା ଅଧିକ ରହିଥାଏ । ଫ୍ୟାଟି ମାଛ ଏହି ଆଶଙ୍କା କମ୍ କରିଥାଏ । ବାଦାମରେ ମଧ୍ୟ ଫ୍ୟାଟି ଏସିଡ ରହିଥାେ ।
କନ୍ଦମୂଳ:
ସାଧାରଣତଃ ଡାଇବେଟିସ୍ ରୋଗୀଙ୍କୁ ଆଳୁ ଖାଇବାକୁ ମନା କରାଯାଏ । ତେବେ ସେମାନେ ଆଳୁ ବଦଳରେ କନ୍ଦମୂଳ ଖାଇପାରିବେ । କନ୍ଦମୂଳର ଗ୍ଲାଇସେମିକ ଇଣ୍ଡେକ୍ସ ସାଧାରଣ ଆଳୁ ତୁଳନାରେ କମ୍ । ଏହାକୁ ଖାଇଲେ ଅଧିକ ବ୍ଲଡ ସୁଗାର ବୃଦ୍ଧି ହୁଏ ନାହିଁ । ଏଥିରେ ଫାଇବର ମଧ୍ୟ ରହିଥାଏ ଯାହା ସୁଗାଲ ପରିଚାଳନା କରିବାରେ ସାହାଯ୍ୟ କରେ ।
ଡାଇବେଟିସ୍ ରୋଗୀ କ'ଣ ଖାଇବେ ନାହିଁ:
- ଅଧିକ କାର୍ବୋହାଇଡ୍ରେଟ ଖାଦ୍ୟ
- ସାଚୁରେଟେଡ ଫ୍ୟାଟ
- ମୃଦ୍ୟୁପାନୀୟ
- ଲୁଣିଆ ଚଟ୍ପଟା ଖାଦ୍ୟ
- ମଦ୍ୟପାନ
ଏହା ମଧ୍ୟ ପଢନ୍ତୁ:ଅଧିକ ସମୟ ବସି ରହୁଥିଲେ ସାବଧାନ ! ହୃଦରୋଗଠୁ କ୍ୟାନ୍ସର ଯାଏ ହୋଇପାରେ ମାରାତ୍ମକ ରୋଗ - Sitting risks
ଏହା ମଧ୍ୟ ପଢନ୍ତୁ:ପେଟ ସଫା ହଉନି କି ? ହୋଇପାରେ ଏସବୁ ସମସ୍ୟା - Inability to Defecate
Ref- https://www.healthline.com/nutrition/16-best-foods-for-diabetics#best-foods
https://www.medicalnewstoday.com/articles/324416#walnuts
Disclaimer-ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।