ଓଡିଶା

odisha

ETV Bharat / health

ଡାଇବେଟିସ୍‌ରୁ କୋଲେଷ୍ଟ୍ରଲ ଯାଏଁ, କଖାରୁ ମଞ୍ଜି ଖାଇଲେ ମିଳିପାରେ ଏସବୁ ଫାଇଦା - Pumpkin Seeds Benefits - PUMPKIN SEEDS BENEFITS

Benefits of Pumpkin Seeds: ଖୁବ୍ କମ୍ ଲୋକ ଜାଣନ୍ତି ଯେ, କେବଳ କଖାରୁ ନୁହେଁ, ଏହାର ମଞ୍ଜି ବି ବହୁ ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୂର। ଡାଇବେଟିସ୍‌ଠାରୁ ନେଇ କୋଲେଷ୍ଟ୍ରଲ ଓ ନିଦ୍ରାହୀନତା ସମସ୍ୟା ଯାଏଁ, ଏହି ମଞ୍ଜି ସେବନ କଲେ ଫାଇଦା ମିଳିଥାଏ । ପଢନ୍ତୁ ପୁରା ଖବର

ଡାଇବେଟିସ୍‌ରୁ କୋଲେଷ୍ଟ୍ରଲ ଯାଏଁ, କଖାରୁ ମଞ୍ଜି ଖାଇଲେ ମିଳିପାରେ ଏସବୁ ଫାଇଦା
ଡାଇବେଟିସ୍‌ରୁ ନେଇ କୋଲେଷ୍ଟ୍ରଲ ଯାଏଁ, କଖାରୁ ମଞ୍ଜି ଖାଇଲେ ମିଳିପାରେ ଏସବୁ ଫାଇଦା (CANVA)

By ETV Bharat Health Team

Published : Sep 23, 2024, 8:31 AM IST

Benefits of Pumpkin Seeds: ସାଧାରଣତଃ କଖାରୁ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟବହାର ହୁଏ । କେହି ସନ୍ତୁଳା ଭାବେ ଖାଇଥାନ୍ତି ତ ଆଉ କେହି ଡାଲମାରେ ମିଶାନ୍ତି । ଖୁବ୍ କମ୍ ଲୋକ ଜାଣନ୍ତି ଯେ, କେବଳ କଖାରୁ ନୁହେଁ ଏହା ମଞ୍ଜି ମଧ୍ୟ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଏହି ମଞ୍ଜି ସେବନ କଲେ ହାର୍ଟଠାରୁ ନେଇ ଡାଇବେଟିସ୍ ଓ ନିଦ୍ରାହୀନତା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ବ୍ଲଡ ସୁଗାର ସ୍ତର ନିୟନ୍ତ୍ରିତ କରିଥାଏ । ହାର୍ଟ ସୁସ୍ଥ ରଖିଥାଏ । ପୁରୁଷଙ୍କ ଶରୀରରେ ଟେଷ୍ଟୋଷ୍ଟେରୋନ ହରମୋନ ବୃଦ୍ଧି କରିଥାଏ । ଆୟୁର୍ବେଦ ଚିକିତ୍ସକ ଡାକ୍ତର ରୋହିତ ଗୁପ୍ତା କଖାରୁ ମଞ୍ଜିର ଉପାଦେୟତା ବିଷୟରେ ଜଣାଇଛନ୍ତି । ଯଦି ଆପଣଙ୍କ ପରିବାରରେ କେହି ସଦସ୍ୟ ନିଦ୍ରାହୀନତା ସମସ୍ୟା ଗ୍ରସ୍ତ ତାହେଲେ କଖାରୁ ମଞ୍ଜି ସେବନ କଲେ ଫାଇଦା ମିଳେ । ଏଥିରେ ଏମିନୋ ଏସିଡ୍ ଟ୍ରିପ୍ଟୋଫନ ଥିବାରୁ ଏହା ଶରୀରରେ ସେରୋଟୋନିନକୁ ପରିବର୍ତ୍ତିତ କରି ଭଲ ନିଦ ଦେବାରେ ସହାୟତା କରେ ।

ଏହିପରି ଭାବେ କଖାରୁ ମଞ୍ଜି ହୃଦରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ । କଖାରୁ ମଞ୍ଜି ମ୍ୟାଗ୍ନେସିୟମର ଏକ ଭଲ ଉତ୍ସ, ଯାହା ହୃଦଜନିତ ରୋଗର ଚିକିତ୍ସାରେ ସହାୟତା କରିପାରେ । ଏଥିପାଇଁ ହୃଦରୋଗୀଙ୍କୁ ଏହି ମଞ୍ଜି ସେବନ କରିବାକୁ ପରାମର୍ଶ ଦିଆଯାଏ । ସେହିପରି କଖାରୁ ମଞ୍ଜି ଖରାପ କୋଲେଷ୍ଟ୍ରଲ କମ୍ କରିବାରେ ଲାଭଦାୟକ ହୋଇପାରେ । ଏଥିରେ ଷ୍ଟେରୋଲ୍ସ ଓ ଫାଇଟୋଷ୍ଟେରଲ ନାମକ ତତ୍ତ୍ବ ଭରପୂର ଥିବାରୁ ଶରୀରରେ କୋଲେଷ୍ଟ୍ର ସ୍ତର କମ୍ କରିଥାଏ । କଖାରୁ ମଞ୍ଜି ଶରୀରର ପିଏଚ ଅଲକାଲାଇଜିଂ କରେ, ଯାହା ପେଟରେ ଏସିଡ୍ ସୃଷ୍ଟି କମ୍ କରିଥାଏ । Rohit Gupta, Ayurveda doctor, Jaipur ଏହା ଫାଇଦା ବିଷୟରେ କହିଛନ୍ତି ।

ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ:

କଖାରୁ ମଞ୍ଜିରେ ସୁପାଚ୍ୟ ପ୍ରୋଟିନ ଥାଏ, ଯାହା ଶରୀରରେ ବ୍ଲଡ ସୁଗାର ସ୍ତର ନିୟନ୍ତ୍ରିତ କରିଥାଏ । ଏହି କାରଣରୁ ଡାଇବେଟିସ୍ ରୋଗୀଙ୍କୁ କଖାରୁ ମଞ୍ଜି ଖାଇବାକୁ ପରାମର୍ଶ ଦିଅନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । କଖାରୁ ମଞ୍ଜି ତେଲରେ ଓମେଗା-3 ଅଧିକ ମାତ୍ରାରେ ମିଳେ । ଏହି ମଞ୍ଜି ପୁରୁଷଙ୍କ ସ୍ବାସ୍ଥ୍ୟ ପାଇଁ ବି ଖୁବ୍ ଲାଭକାରୀ, ଯାହାକି ସେମାନଙ୍କ ଶରୀରରେ ଟେଷ୍ଟୋଷ୍ଟେରନ ହରମୋନ ବୃଦ୍ଧି କରେ । ଏଥିରେ ମିନେରାଲ ଓ ଜିଙ୍କ ରହିଛି । ଏହା ବ୍ୟତୀତ ଯେଉଁ ଲୋକଙ୍କ ମଧ୍ୟରେ ଏନର୍ଜି ସ୍ତର କମ୍, ସେମାନଙ୍କ ପାଇଁ କଖାରୁ ମଞ୍ଜି ରାମବାଣ ଭଳି କାମ କରେ । ଏହି ମଞ୍ଜି ଶରୀରରେ ବ୍ଲଡ ଓ ଏନର୍ଜି ଉତ୍ପାଦନ କରିବାରେ ସାହାଯ୍ୟ କରେ ।

ଆଣ୍ଟି-ଇନଫ୍ଲାମେଟରୀ ଗୁଣ:

ପ୍ରାଚୀନ କାଳରୁ କଖାରୁକୁ ଗୁଣର ଭଣ୍ଡାର ଭାବେ ବିବେଚନା କରାଯାଏ । କେତେକ ଅଧ୍ୟୟନରୁ ଏହା ପ୍ରମାଣିତ ହୋଇଛି ଯେ, କଖାରୁ ମଞ୍ଜିରେ ଭରପୂର ମାତ୍ରାରେ ଥିବା ଆଣ୍ଟି-ଇନଫ୍ଲେମେଟରୀ ଗୁଣ ଜ୍ବର, ଯନ୍ତ୍ରଣା, ଫୁଲା ପ୍ରଭୃତି ସମସ୍ୟା ପାଇଁ ବ୍ୟବହୃତ ହେଉଥିବା ଔଷଧ (ଇଣ୍ଡୋମେଥାସିନ) ଭଳି ପ୍ରଭାବଶାଳୀ । କଖାରୁ ମଞ୍ଜିରେ ଫାଇବର ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରରେ ଫାଇବରର ଅଭାବ ପୂରଣ କରେ । ଏହାସହିତ ଏହି ମଞ୍ଜି ସେବନ କଲେ କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ଆରାମ ମିଳେ ଓ ପେଟ ସଫା ହୋଇଥାଏ ।

ଏପରି ଭାବେ କରନ୍ତୁ ବ୍ୟବହାର:

କଖାରୁ ମଞ୍ଜି ସେବନ କରିବାକୁ ହେଲେ, ପ୍ରଥମ ଏହାକୁ ଭଲ ଭାବେ ଧୋଇ ସଫା କରନ୍ତୁ । ଏହାପରେ ଖରାରେ ଶୁଖାଇ ମଞ୍ଜିଗୁଡିକୁ ପେଶି ପାଉଡର ବନାନ୍ତୁ । ରାତିରେ କିମ୍ବା ସକାଳେ କ୍ଷୀରରେ ଏହି ପାଉଡରକୁ ଏକ ଚାମଚ ବା 5 ଗ୍ରାମ ମିଶାଇ ପିଅନ୍ତୁ । ଆୟୁର୍ବେଦିକ ଡାକ୍ତର ରୋହିତ ଗୁପ୍ତା କହିଛନ୍ତି, ଯେଉଁ ଲୋକ କ୍ଷୀର ସହ ଏହାକୁ ପିଇପାରିବେ ନାହିଁ, ସେମାନେ ଗରମ ପାଣିରେ ମିଶାଇ ସେବନ କରିପାରିବେ । ସ୍ବାଦ ବଢାଇବା ପାଇଁ ଏହି ପାଉଡରରେ ନିଜ ଆବଶ୍ୟକତା ଅନୁସାରେ ମିଶ୍ରି ମିଶାଇ ପାରିବେ । ଏହାବ୍ୟତୀତ କଖାରୁରୁ ତିଆରି ବ୍ୟଞ୍ଜନ, ସୁପ୍, ସାଲାଡ ଏବଂ ହାଲକା ଭାଜି ଖାଇପାରିବେ ।

ଏହା ମଧ୍ୟ ପଢନ୍ତୁ:ବାରମ୍ବାର ଦାନ୍ତବିନ୍ଧା ହେଉଛି କି ? ଏମିତି କରନ୍ତୁ ଉପଚାର - Toothache pain

ଏହା ମଧ୍ୟ ପଢନ୍ତୁ:କାହିଁକି ହୁଏ ସ୍ତନ କର୍କଟ ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ କହିଲେ ଡାକ୍ତର - Breast Cancer

Disclaimer-ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details