ହାଇଦ୍ରାବାଦ: ପୂରାତନ ଯୁଗରେ ରାଜା ରାଜୁଡ଼ା ସମୟରୁ ପୁରୁଷମାନେ କାନ ଫୋଡାଇବା ପରମ୍ପରା ରହିଆସିଛି । ଏବେ ବି ଲୋକ ସେହି କଥାକୁ ଅନୁସରଣ କରୁଛନ୍ତି । ପୂର୍ବରୁ ଛୁଆ ବେଳରୁ ହିଁ ପିଲାମାନଙ୍କର କାନ ଫୋଡ଼ା ଯାଉଥିଲେ । କିନ୍ତୁ ଆଜିର ଯୁଗରେ ଯୁବପିଢ଼ିମାନଙ୍କ ମଧ୍ୟରେ ଏହା ଏକ ଟ୍ରେଣ୍ଡରେ ପରିଣତ ହେଲାଣି । ବଲିଉଡ଼ ଷ୍ଟାରଙ୍କ ଠାରୁ ଆରମ୍ଭ କରି ଖେଳାଳି ପ୍ରାୟତଃ ସମସ୍ତେ କାନ ଫୋଡାଇଛନ୍ତି । ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଭଳି କ୍ରିକେଟ ଷ୍ଟାରଙ୍କ ଠାରୁ ଆରମ୍ଭ କରି ରଣଭୀର ସିଂ, ଆମୀର ଖାନଙ୍କ ଭଳି ବହୁ ଫିଲ୍ମ ଷ୍ଟାର ମଧ୍ୟ କାନ ଫୋଡ଼ାଇଛନ୍ତି । ତେବେ କାନ ଫୋଡ଼ାଇବା ପଛରେ ରହିଛି ଏକ ବଡ଼ ଫାଇଦା । ତେବେ କ'ଣ ସେହି ଫାଇଦା ? ଷ୍ଟାରମାନେ କାହିଁକି କାନ ଫୋଡାଇଛନ୍ତି ? ଏହା ପଛରେ କ'ଣ ରହିଛି ବାସ୍ତୁଶାସ୍ତ୍ର ଆସନ୍ତୁ ଜାଣିବା ।
ଲାଗେ ନାହିଁ ଖରାପ ନଜର:
ଧାର୍ମିକ ମାନ୍ୟତା ଅନୁସାରେ, ଯଦି ପୁରୁଷମାନେ କାନ ଫୋଡ଼ାନ୍ତି ତେବେ ସେମାନେ ଖରାପ ନଜରରୁ ରକ୍ଷା ପାଇପାରିବେ । ସୁନା କିମ୍ବା ତମ୍ବାର କାନଫୁଲ ପିନ୍ଧିବା ଦ୍ବାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଯାହାଦ୍ବାରା ବାରମ୍ବାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇନଥାଏ ।
ବିଚାର କରିବା କ୍ଷମତା ବୃଦ୍ଧି ହୁଏ:
ପୌରାଣିକ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି ଯେ, ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ମଧ୍ୟ କାନ ଫୋଡ଼ାଇଥିଲେ । ଏହା ବ୍ୟତୀତ ପୂର୍ବରୁ ରାଜା ମହାରାଜାମାନେ ମଧ୍ୟ କାନ ଫୋଡ଼ାଉଥିଲେ । ବିଶ୍ବାସ କରାଯାଏ ଯେ, ଯେଉଁ ପୁରୁଷମାନେ କାନ ଫୋଡ଼ାଇଥାନ୍ତି ସେମାନଙ୍କ ବିଚାର ବିମର୍ଶ କରିବାର କ୍ଷମତା ବଢ଼ିଥାଏ । ଏହାସହ ବୁଦ୍ଧିର ମଧ୍ୟ ବିକାଶ ଘଟେ ।
ପଡ଼େନାହିଁ ରାହୁ-କେତୁଙ୍କ କୁପ୍ରଭାବ: