ETV Bharat / health

ଏସବୁ ଲକ୍ଷଣ ଅଛି କି ? ହୋଇପାରେ ଡେଙ୍ଗୁ, ଜାଣନ୍ତୁ ଏହାର କାରଣ ଓ ନିରାକରଣ - Dengue symptoms treatment

author img

By ETV Bharat Health Team

Published : Sep 17, 2024, 12:58 PM IST

Dengue fever causes symptoms: ବର୍ଷା ଦିନ ଯୋଗୁଁ ଏବେ ସାରା ଦେଶରେ କାୟା ମେଲାଇଛି ଡେଙ୍ଗୁ । ଅନେକ ଲୋକ ଘରେ ରହି ମେଡିସିନ୍ ଖାଇ ସୁସ୍ଥ ହେଉଥିବାବେଳେ ଆଉ କିଛି ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏପରି ସ୍ଥଳେ ଡେଙ୍ଗୁରୁ କିପରି ବର୍ତ୍ତିବେ ? କ'ଣ ଏହି ରୋଗର ଲକ୍ଷଣ ଓ ନିରାକରଣ, ଜାଣନ୍ତୁ

ଡେଙ୍ଗୁ କାରଣ ଓ ନିରାକରଣ
ଡେଙ୍ଗୁ କାରଣ ଓ ନିରାକରଣ (ETV Bharat)

ହାଇଦ୍ରାବାଦ: ବର୍ଷା ଦିନେ ଡେଙ୍ଗୁ, ମ୍ୟାଲେରିଆର ପାଦୁର୍ଭାବ ବଢିଯାଏ, ଯାହା ଏବେ ଦେଖାଯାଉଛି । ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଚାଲିଛି । ବିଶେଷକରି ରାଜଧାନୀ ଭୁବନେଶ୍ବର ଡେଙ୍ଗୁ ହଟସ୍ପଟ୍ ପାଲଟିଛି । ଡେଙ୍ଗୁ ଏକ ମଶା ବାହିତ ରୋଗ । ଏଡିସ୍ ନାମକ ମଶା କାମୁଡିଲେ ଡେଙ୍ଗୁ ହୁଏ । ଡେଙ୍ଗୁ ରୋଗର ସବୁଠୁ ସାଧାରଣ ଲକ୍ଷଣ ହେଲା ଜ୍ବର । 2ରୁ 7 ଦିନ ପର୍ଯ୍ୟନ୍ତ ଲକ୍ଷଣ ରହିପାରେ । ସାଧାରଣତଃ ଡେଙ୍ଗୁ ମଶା କାମୁଡିବାର 3ରୁ 14 ଦିନ ପରେ ଲକ୍ଷଣ ଜଣାପଡେ । ଗୁରୁତର ମାମଲାରେ ବେଳେବେଳେ ରୋଗୀର ମୃତ୍ୟୁ ମଧ୍ୟ ହୋଇଥାଏ । ତେଣୁ ଏହି ରୋଗ କେମିତି ହୁଏ ? କିପରି ଏଥିରୁ ରକ୍ଷା ପାଇବେ ଓ ନିଜର ଯତ୍ନ ନେବେ, ଜାଣନ୍ତୁ...

ଡେଙ୍ଗୁ କାରଣ ଓ ନିରାକରଣ
ଡେଙ୍ଗୁ କାରଣ ଓ ନିରାକରଣ (ETV Bharat)

ଡେଙ୍ଗୁ ରୋଗର ଲକ୍ଷଣ:

  • ପ୍ରବଳ ଜ୍ବର
  • ମୁଣ୍ଡବିନ୍ଧା
  • ଶରୀର ପୀଡା
  • ବାନ୍ତି ଲାଗିବା
  • ଜୋରରେ ନିଶ୍ବାସ ନେବା
  • ମାଂଶପେଶୀ ଓ ଗଣ୍ଠି ଯନ୍ତ୍ରଣା
  • ଚର୍ମରେ ଲାଲ୍ ଲାଲ୍ ଫଳିଯିବା
  • ଥକ୍କାପଣ ଅନୁଭବ ହେବା
  • ହାଲୁକା ରକ୍ତସ୍ରାବ (ନାକ ଓ ମାଢିରୁ ରକ୍ତ ବାହାରିବା)

ଡେଙ୍ଗୁରୁ କେମିତି ବର୍ତ୍ତିବେ:

ଡେଙ୍ଗୁ ମଶା ଦିନରେ ଅଧିକ କାମୁଡିଥାନ୍ତି । ଏଥିପାଇଁ ଶରୀରକୁ ସମ୍ପୂର୍ଣ୍ଣ ଘୋଡେଇ ରଖୁଥିବା ପୋଷାକ ପିନ୍ଧନ୍ତୁ । ଘରର ଚତୁଃପାର୍ଶ୍ବ ପରିଷ୍କାର-ପରିଚ୍ଛନ ରଖନ୍ତୁ । ଟାୟାର, ଫୁଲକୁଣ୍ଡ କିମ୍ବା ପାଣି ଜମି ରହୁଥିବା କୌଣସି ସାମଗ୍ରୀ ରଖନ୍ତୁ ନାହିଁ । ଶୋଇବା ବେଳେ ସବୁବେଳେ ମଶାରୀ ବ୍ୟବହାର କରନ୍ତୁ । ଏଥିସହ ମଶାଠୁ ଦୂରେଇ ରଖୁଥିବା କ୍ରିମ୍ ବ୍ୟବହାର କରିପାରିବେ । ଡେଙ୍ଗୁର ଲକ୍ଷଣ ଦେଖାଗଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଡେଙ୍ଗୁରେ ଜ୍ବର ଓ ଫ୍ଲୁ ଭଳି ଲକ୍ଷଣ ଦେଖାଯାଏ । ରକ୍ତରେ ପ୍ଲେଟଲେଟ ସ୍ତର ହ୍ରାସ ପାଏ । ଏଥିରେ ବେଳେବେଳେ ରୋଗୀର ମୃତ୍ୟୁ ମଧ୍ୟ ହୋଇପାରେ ।

ଡେଙ୍ଗୁ ମଶା ପାଣି ଜମିଥିବା ସ୍ଥାନରେ ଅଣ୍ଡା ଦେଇଥାନ୍ତି । ଏହି ମଶା ଏକ ସମୟରେ 100ରୁ 300 ଅଣ୍ଡା ଦେଇଥାଏ, ଯାହା 2ରୁ 7 ଦିନରେ ଲାର୍ଭା ହୋଇଯାଏ । ଡେଙ୍ଗୁ ମଶା କାମୁଡିବା ମାତ୍ରେ ଡେଙ୍ଗୁର ଲକ୍ଷଣ କିମ୍ବା ପ୍ରଭାବ ଦୃଶ୍ୟମାନ ହୁଏ ନାହିଁ ।

ଡେଙ୍ଗୁ କାରଣ ଓ ନିରାକରଣ
ଡେଙ୍ଗୁ କାରଣ ଓ ନିରାକରଣ (ETV Bharat)

ଡେଙ୍ଗୁ ରୋଗ ପାଇଁ କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ । ଏଥିରେ ହେଉଥିବା ଯନ୍ତ୍ରଣା କମ୍ କରିବାକୁ ଚିକିତ୍ସା କରାଯାଏ । ଅନେକ ମାମଲାରେ ଘରେ ରହି ମେଡିସିନ୍ ଖାଇଲେ ଜ୍ବର ଭଲ ହୋଇଥାଏ । କିନ୍ତୁ ଅଧିକ ଗୁରୁତର ହେଲେ ଯେମିତିକି ପ୍ଲେଟଲେଟ୍ ସ୍ତର କମିଲେ, ରକ୍ତସ୍ରାବ ହେଲେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥାଏ । ଡେଙ୍ଗୁ ପଜିଟିଭ ରୋଗୀ ନିୟମିତ ଭାବେ ନିଜର ପ୍ଲେଟଲେଟ୍ ଚେକ୍ କରିବାକୁ ଡାକ୍ତର ପରାମର୍ଶ ଦିଅନ୍ତି । Ref- https://www.pacehospital.com/dengue-fever-causes-symptoms-and-treatments

ଏହା ମଧ୍ୟ ପଢନ୍ତୁ: ସବୁବେଳେ ଖୁସିରେ ରହିବାକୁ ଚାହୁଁଛନ୍ତି ? ପ୍ରତିଦିନ କରନ୍ତୁ ଏହି କାମ - Hobbies improve mental health

ଏହା ମଧ୍ୟ ପଢନ୍ତୁ: ସିଜରିଆନ ଡେଲିଭରି ପରେ ଏମିତି ନିଅନ୍ତୁ ଯତ୍ନ, ସୁସ୍ଥ ରହିବେ ମାଆ ଓ ଶିଶୁ - Cesarean delivery

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.