ETV Bharat / health

ଆପଣଙ୍କ ଆଖି ସମସ୍ୟା ଅଛି କି ନାହିଁ, ମାତ୍ର 5 ମିନିଟରେ ଜଣାଇବ ଏହି ଆପ୍ - App For Eye

author img

By ETV Bharat Health Team

Published : Sep 15, 2024, 5:10 PM IST

SiteConnect App: ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ଏକ ସ୍ବତନ୍ତ୍ର ଆପ୍ ଲଞ୍ଚ ହୋଇଛି, ଯଦ୍ବାରା ଘରେ ବସି ଆପଣ ନିଜ ଆଖି ଯାଞ୍ଚ କରିପାରିବେ । କୌଣସି ଦୃଷ୍ଟିଦୋଷ ଥିଲେ ଏହି ଆପ୍‌ରେ ମାତ୍ର 5 ମିନିଟ୍‌ରେ ଜଣାପଡିଯିବ । ପଢନ୍ତୁ ପୁରା ଖବର

LVPEI infosys app siteconnect helps to detect eye defects
LVPEI infosys app siteconnect helps to detect eye defects (କନସେପ୍ଟ ଇମେଜ LVPEI)

ହାଇଦ୍ରାବାଦ: ଏଣିକି ଘରେ ବସି ମୋବାଇଲରେ କରିପାରିବେ ନିଜ ଆଖି ପରୀକ୍ଷା । ଆଖିରେ କିଛି ସମସ୍ୟା ଥିଲେ ମାତ୍ର କେଇ ମିନିଟ୍‌ରେ ଜାଣିପାରିବେ । ଏନେଇ ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ଏକ ସ୍ବତନ୍ତ୍ର ଆପ୍ ଲଞ୍ଚ ହୋଇଛି, ଯାହାର ନାମ 'SiteConnect' । ଏହି ଆପ୍ ସାହାଯ୍ୟରେ ଆପଣଙ୍କ ଦୃଷ୍ଟିଶକ୍ତି ଜନିତ ସମସ୍ୟା ଥିଲେ ସଙ୍ଗେ ସଙ୍ଗେ ଚିହ୍ନଟ ହୋଇପାରିବ । ଚକ୍ଷୁ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଇ ଦୃଷ୍ଟିଶକ୍ତି ଜନିତ ସମସ୍ୟାର ପ୍ରାଥମିକ ଚିହ୍ନଟ ପାଇଁ ଇନଫୋସିସ୍‌ର ସହଯୋଗରେ ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ଏହି ଆପ୍ ବିକଶିତ କରିଛି ।

SiteConnect ଆପ୍ କେମିତି କାମ କରେ ?

ୟୁଜର୍ସ ନିଜର ସ୍ମାର୍ଟଫୋନରେ 'ସାଇଟକନେକ୍ଟ' ଆପ୍ ବ୍ୟବହାର କରିପାରିବେ । ଉଭୟ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ଷ୍ଟୋରରେ ଏହା ଡାଉନଲୋଡ ପାଇଁ ଉପଲବ୍ଧ । ଏହି ଆପ୍ ଆଖିର ସ୍ବାସ୍ଥ୍ୟ ଆକଳନ ପାଇଁ ଏକ ତ୍ବରିତ ଓ ସହଜ ଉପାୟ ଅଟେ ।

ଡାଉନଲୋଡ ଓ ସେଟଅପ୍: ପ୍ରଥମେ ଆପ୍ ଷ୍ଟୋରରୁ ଡାଉନଲୋଡ କରିବେ । ଏହାପରେ ଭେରିଫିକେସନ ପାଇଁ OTP ପାଇବାକୁ ଫୋନ ନମ୍ବର ଏଣ୍ଟର କରିବେ ।

ଆସେସ୍‌ମେଣ୍ଟ ପ୍ରୋସେସ୍: ଥରେ ଲଗ୍ ଇନ୍ କରିବା ପରେ ୟୁଜର୍ସଙ୍କୁ 21ଟି ପ୍ରତିଛବି ଦେଖାଯିବ । ପ୍ରତ୍ୟେକ ଛବି ପରେ ଏକ ପ୍ରଶ୍ନ ଥିବ । ଏହି ଛବି ଦେଖି ଓ ପ୍ରଶ୍ନର ଉତ୍ତର ଦେଇ ୟୁଜର୍ସ ନିଜ ଆଖି ସ୍ବାସ୍ଥ୍ୟର ପ୍ରାଥମିକ ଯାଞ୍ଚ କରିପାରିବେ ।

ଏହାର ଉପାଦେୟତା ଓ ବୈଶିଷ୍ଟ୍ୟ

ତତ୍କାଳ ରେଜଲ୍ଟ: SiteConnect ୟୁଜର୍ସ ମାତ୍ର 5 ମିନିଟ୍ ଭିତରେ ତାଙ୍କ ଆଖି ସମସ୍ୟା ଅଛି କି ନାହିଁ ଜାଣିପାରିବେ ।

ପରାମର୍ଶ ବିକଳ୍ପ: ଯଦି ଆପ୍ ଦ୍ବାରା ଆପଣଙ୍କ ଆଖି ସମସ୍ୟା ଜଣାପଡୁଛି, ତାହେଲେ ଆଖିର ବ୍ୟାପକ ପରୀକ୍ଷା ପାଇଁ ଚକ୍ଷୁରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାକୁ ପ୍ରୋତ୍ସାହିତ କରାଯାଏ ।

ୟୁଜରଫ୍ରେଣ୍ଡଲି: ଏହି ଆପ୍‌କୁ ଏପରି ଭାବେ ଡିଜାଇନ କରାଯାଇଛି ଯେ, ଟେକ୍ନୋଲୋଜି ସହ ବିଶେଷ ପରିଚିତ ନଥିବା ଲୋକେ ବି ଏହାର ବ୍ୟବହାର କରିପାରିବେ ।

ସାଧାରଣ ଆଖି ସମସ୍ୟାର ସମାଧାନ: ବାୟୁ ପ୍ରଦୂଷଣ, କୁପୋଷଣ, ଭିଟାମିନ-ଏ ଅଭାବ ଇତ୍ୟାଦି କାରଣରୁ ବଢୁଥିବା ଆଖି ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଆପ୍ ବିକଶିତ କରାଯାଇଛି । ମୋତିଆବିନ୍ଦୁ ଓ କର୍ଣ୍ଣିଆ କ୍ଷତି ଭଳି ଆଖି ସମସ୍ୟାର ନିରାକରଣ ହୋଇପାରିବ । ହେଲେ ଅନେକ ଲୋକେ ଏହାପ୍ରତି ଅବହେଳା କରିଥାନ୍ତି । ଯାହାକି ପରବର୍ତ୍ତୀ ସମୟରେ ବଡ ସମସ୍ୟା ହୁଏ । ତେଣୁ SiteConnect ଦ୍ବାରା ପ୍ରାଥମିକ ଯାଞ୍ଚ କରି ଏହି ସମସ୍ୟା ଗମ୍ଭୀର ହେବାରୁ ରୋକାଯାଇପାରିବ ।

ଆଖି ସ୍ବାସ୍ଥ୍ୟ ସଚେତନତା ଉପରେ ପ୍ରଭାବ:

ବୟସ ବଢିବା ସହ ଦୃଷ୍ଟିଶକ୍ତି ଦୁର୍ବଳ ହୋଇଥାଏ । ହେଲେ ଅନେକ ଲୋକେ ଏହା ପ୍ରତି ଅବହେଳା କରିଥାନ୍ତି ଓ ଡାକ୍ତରଙ୍କ ପରାମର୍ଶ ନେଇନଥାନ୍ତି । ଏମିତିକି ଉପଯୁକ୍ତ ଚଷମା ପିନ୍ଧିନଥାନ୍ତି ମଧ୍ୟ । ଏହିଭଳି ଅବହେଳା ଜଟିଳ ସମସ୍ୟା ସୃଷ୍ଟି କରିବା ସହ ଦୃଷ୍ଟିହୀନତାର ଶିକାର ହୋଇପାରନ୍ତି । ଏପରି ସ୍ଥଳେ SiteConnect ଆଖି ସମସ୍ୟାର ସଅଳ ଚିହ୍ନଟ କରି ତଦନୁସାରେ ଚିକିତ୍ସା କରିବା ପାଇଁ ସାହାଯ୍ୟ କରେ ।

ଏହା ମଧ୍ୟ ପଢନ୍ତୁ: ସହଜରେ ଓଜନ କମାଇବାକୁ ଚାହୁଁଛନ୍ତି ? ଫଲୋ କରନ୍ତୁ ଏହି ଟିପ୍ସ - Obesity reducing tips

ଏହା ମଧ୍ୟ ପଢନ୍ତୁ: ଏସବୁ ଖାଦ୍ୟ ଖାଉଛନ୍ତି କି ? ବଢାଏ ମୃତ୍ୟୁ ଆଶଙ୍କା, ହୁଏ ମାରାତ୍ମକ ରୋଗ ! - Unhealthy food to avoid

ଏହା ମଧ୍ୟ ପଢନ୍ତୁ: ଆପଣଙ୍କୁ ଡାଇବେଟିସ କି ? ସତର୍କ ହୁଅନ୍ତୁ, କ୍ୟାନ୍ସର ଆଶଙ୍କା ଅଧିକ - Higher Cancer Risk In Diabetes

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.