ହାଇଦ୍ରାବାଦ:ସାଉଥ ଲୋକପ୍ରିୟ ଅଭିନେତ୍ରୀ କିର୍ତ୍ତୀ ସୁରେଶଙ୍କ ଖୁବଶୀଘ୍ର ପଡ଼ିବ ହାତଗଣ୍ଠି । ଦୀର୍ଘ ଦିନର ପ୍ରେମିକ ଆଣ୍ଟୋନି ଥାଟିଲଙ୍କୁ ଅଭିନେତ୍ରୀ ବିବାହ କରିବାକୁ ଯାଉଛନ୍ତି। ତେବେ ଏ ବାବଦରେ ସେମାନଙ୍କ ପକ୍ଷରୁ କୌଣସି ସରକାରୀ ଘୋଷଣା ହୋଇନାହିଁ । କିନ୍ତୁ ଖବର ଆସିଛି ଯେ 15 ବର୍ଷର ଡେଟିଂ ପରେ ବୟଫ୍ରେଣ୍ଡ ଆଣ୍ଟୋନିଙ୍କୁ ତାଙ୍କ ଜୀବନ ସାଥୀ କରିବାକୁ ଯାଉଛନ୍ତି । ତେବେ ଜାଣନ୍ତୁ, ଆଣ୍ଟୋନି କିଏ, ବିବାହ କେବେ ଏବଂ କେଉଁଠାରେ ହେବ ?
ଆଣ୍ଟୋନି ଥାଟିଲ୍ କିଏ?
କିର୍ତ୍ତୀ ସୁରେଶ ଏବଂ ଆଣ୍ଟୋନି 15 ବର୍ଷ ଧରି ପରସ୍ପରକୁ ଡେଟ୍ କରୁଛନ୍ତି । ଖବର ଅନୁଯାୟୀ, କିର୍ତ୍ତୀ ସୁରେଶ ସେହି ସମୟରେ ଉଚ୍ଚ ବିଦ୍ୟାଳୟରେ ପଢୁଥିଲେ ଏବଂ ଆଣ୍ଟୋନି କୋଚିରେ ଗ୍ରାଜୁଏସନ କରୁଥିଲେ। ଉଭୟ ଯୁବା ଅବସ୍ଥାରେ ସାକ୍ଷାତ ହୋଇଥିଲେ । ବର୍ତ୍ତମାନ ଆଣ୍ଟୋନି ଦୁବାଇରେ ଅଛନ୍ତି ଏବଂ ଜଣେ ବ୍ୟବସାୟୀ । ତାଙ୍କ ପରିବାର ଏବଂ ପୃଷ୍ଠଭୂମି ବିଷୟରେ ଅଧିକ ସୂଚନା ପ୍ରକାଶ କରାଯାଇ ନାହିଁ । ଇନଷ୍ଟାଗ୍ରାମରେ ଆଣ୍ଟୋନି ଥାଟିଲଙ୍କର 548 ଫୋଲର୍ସ ଅଛନ୍ତି ।
ପୂର୍ବରୁ ଏହି ଗାୟକଙ୍କ ସହ କୀର୍ତ୍ତିଙ୍କ ନାଁ ଯୋଡ଼ା ଯାଉଥିଲା
କିଛି ସମୟ ପୂର୍ବରୁ କିର୍ତ୍ତୀଙ୍କ ନାମ ସଂଗୀତଜ୍ଞ ଅନୁରୁଦ୍ଧ ରବିଚାନ୍ଦଙ୍କ ସହ ଜଡିତ ଥିଲା, କିନ୍ତୁ କିର୍ତ୍ତୀଙ୍କ ପିତା ତଥା ନିର୍ମାତା ସୁରେଶ କୁମାର ଏହି ଚର୍ଚ୍ଚାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ- ଏଥିରେ କୌଣସି ସତ୍ୟତା ନାହିଁ, ସମସ୍ତ ରିପୋର୍ଟ ଭୁଲ ଅଟେ । ସେ କହିଥିଲେ ଯେ ଅନିରୁଦ୍ଧ ଏବଂ କିର୍ତ୍ତୀ କେବଳ ଭଲ ବନ୍ଧୁ । ଅଭିନେତ୍ରୀ ନିଜେ ପୂର୍ବରୁ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଚର୍ଚ୍ଚାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ସେ କେବଳ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି ।ବର୍ତ୍ତମାନ ଖବର ଆସିଛି ଯେ, କୀର୍ତ୍ତି ବିବାହ କରିବାକୁ ଯାଉଛନ୍ତି ।