ETV Bharat / state

ସାମୁହିକ ଦାୟିତ୍ୱ ସହ କାର୍ଯ୍ୟ କଲେ ସରକାରଙ୍କ କାର୍ଯ୍ୟକ୍ରମ ହେବ ସଫଳ: ମୁଖ୍ୟମନ୍ତ୍ରୀ - CM MEETING WITH OFFICIALS

ଲୋକସେବା ଭବନରେ ଉଚ୍ଚ ପଦାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ, ସବୁ ଆହ୍ୱାନର ମୁକାବିଲା କରି ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ଦିଗରେ ସଫଳତା ହାସଲ କରିବା ପାଇଁ ପରାମର୍ଶ ।

CM held meeting with officials
CM held meeting with officials (ETV Bharat Odisha)
author img

By ETV Bharat Odisha Team

Published : Jan 1, 2025, 9:55 PM IST

ଭୁବନେଶ୍ୱର: ସାମୁହିକ ଦାୟିତ୍ୱ ସହ କାର୍ଯ୍ୟ କଲେ ସରକାରଙ୍କ କାର୍ଯ୍ୟକ୍ରମ ଗୁଡିକ ସଫଳ ହେବ । ସବୁ ଆହ୍ୱାନର ମୁକାବିଲା କରି ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ଦିଗରେ ସଫଳତା ହାସଲ କରିବା । ଲୋକସେବା ଭବନରେ ଆଜି ଉଚ୍ଚ ପଦାଧିକାରୀଙ୍କ ସହିତ ଆଲୋଚନା କରି ଏଭଳି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

'ପ୍ରତିଶ୍ରୁତି ପୂରଣ କରିଛି ସରକାର'

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି(ବୁଧବାର) ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପ୍ରମୁଖ ସଚିବମାନଙ୍କ ସହିତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଗତ ଛଅରୁ ସାତ ମାସ ମଧ୍ୟରେ ଆମ ସରକାର ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପ୍ରାୟତଃ ପୂରଣ ହୋଇଛି । ଅଧିକାରୀମାନଙ୍କ ସହଯୋଗରେ ବିଭିନ୍ନ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ସଫଳତାର ସହ କରାଯାଇଛି ।"

CM held meeting with officials
CM held meeting with officials (ETV Bharat Odisha)

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆମ ପାଖରେ ଅନେକ ଆହ୍ୱାନ ରହିଛି । ସୁଯୋଗ ମଧ୍ୟ ରହିଛି । ସାମୁହିକ ଦାୟିତ୍ୱ ନେଇ ସବୁ ଆହ୍ୱାନର ମୁକାବିଲା କରିପାରିଲେ ସମସ୍ତ କାର୍ଯ୍ୟ ସଫଳତାର ସହ କରାଯାଇ ପାରିବ । ଓଡିଶାରେ ନୌସେନା ଦିବସ, ଡିଜିପି ସମ୍ମିଳନୀ ଆଦି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ସଫଳତାର ସହ ପାଳନ କରାଯାଇଛି । ପ୍ରବାସୀ ଭାରତୀୟ ଦିବସ ପାଳନ କାର୍ଯ୍ୟକ୍ରମକୁ ଆଗକୁ ରହିଛି । ଏହାକୁ ସଫଳତାର ସହ ଆୟୋଜନ କରିବାକୁ ପଡିବ । ଏହା ଦ୍ଵାରା ଅନ୍ତର୍ଜାତୀୟ ସ୍ତରରେ ଓଡିଶାର ମର୍ଯ୍ୟାଦା ପ୍ରତିଷ୍ଠିତ ହେବ । ଏଥିପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ।"

'ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ରହିଛି ଫୋକସ୍'

ପ୍ରଧାନମନ୍ତ୍ରୀଙ୍କ ଓଡିଶାର ବିକାଶ ପ୍ରତି ସ୍ୱତନ୍ତ୍ର ଫୋକସ ରହିଛି । ଗତ ଛଅ ମାସ ମଧ୍ୟରେ ତିନି ଥର ଆସିବା ସହିତ ଜାନୁଆରୀ ମାସରେ ଦୁଇ ଥର ଆସିବାର କାର୍ଯ୍ୟକ୍ରମ ରହିଛି । ଓଡିଶାକୁ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ରର ସହଯୋଗ ଜାରି ରହିଛି । ତେଣୁ ଏହି ସୁଯୋଗର ସଦବ୍ୟବହାର କରି ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ଦିଗରେ ଆଗେଇବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ଚଳିତ ବର୍ଷ ଓଡିଶା ପାଇଁ ଏକ ପ୍ରଗତିର ବର୍ଷ ହେବ । ୨୦୩୬ ଓ ୨୦୪୭ ପାଇଁ ଆମର ଯେଉଁ ସଂକଳ୍ପ ଅଛି, ସେ ଦିଗରେ ସମସ୍ତେ ମିଳିମିଶି କାମ କରିବାକୁ ପଡିବ ।"

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, "ରାଜ୍ୟର ଅଧିକାରୀମାନେ ଦକ୍ଷ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସରକାରଙ୍କ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛନ୍ତି ।"

ଏହାମଧ୍ୟ ପଢନ୍ତୁ...

‘ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ, E-KYC କରିଥିଲେ ମିଳିବ କାର୍ଡ’

କାଲି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ: ମହାପ୍ରଭୁଙ୍କ ଦର୍ଶନ, ୩ରେ ଶପଥ

‘ବିକଶିତ ଓଡ଼ିଶାର’ ମୂଳପିଣ୍ଡ ହେବ ‘ସୁଭଦ୍ରା’: ପ୍ରଭାତୀ ପରିଡା

ଏହି ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାର, ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ, ବିଶାଳ ଦେବ, ହେମନ୍ତ ଶର୍ମା, ଉଷା ପାଢ଼ୀ, ଭାସ୍କର ଜ୍ୟୋତି ଶର୍ମା, ଶୁଭା ଶର୍ମା, ଶାସନ ସଚିବ ଗୁହା ପୁନମ ତାପସ କୁମାର, ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଡଃ ମନମୋହନ ସିଂହଙ୍କ ପରଲୋକ ଯୋଗୁଁ ରାଷ୍ଟ୍ରୀୟ ଶୋକ ପାଳନ ତଥା ଚାଷୀମାନଙ୍କ ଅଦିନିଆ ବର୍ଷାଜନିତ ଫସଲହାନୀ ପାଇଁ ମୁଖ୍ୟମନ୍ତ୍ରୀ ନୂଆବର୍ଷକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ଆଜି ଅଧିକାରୀ ଓ କର୍ମଚାରୀମାନେ ବିନା ଫୁଲରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.