ETV Bharat / technology

Redmi Note 14 ସିରିଜ ଗ୍ଲୋବାଲ ଲଞ୍ଚ ତାରିଖର ଖୁଲାସା; ୱାଚ୍‌ 5 ଓ ବଡ୍ସ 6 ପ୍ରୋ ବି ହେବ ଲଞ୍ଚ - REDMI NOTE 14 SERIES GLOBAL LAUNCH

ରେଡମି ନୋଟ୍‌ 14 ସିରିଜ ଜାନୁଆରୀ 10 ତାରିଖରେ ଗ୍ଲୋବାଲ ମାର୍କେଟରେ ଲଞ୍ଚ ହେବାକୁ ଯାଉଛି । ଏହାସହ କମ୍ପାନୀ ୱାଚ୍‌ 5 ଓ ବଡ୍ସ 6 ପ୍ରୋ ବି ଲଞ୍ଚ କରିବ ।

Redmi Note 14 Series Global Launch on January 10
Redmi Note 14 Series Global Launch on January 10 (Photo Credit- Redmi India)
author img

By ETV Bharat Tech Team

Published : Jan 4, 2025, 1:49 PM IST

ହାଇଦ୍ରାବାଦ: ଡିସେମ୍ବର 2024ରେ ଭାରତୀୟ ବଜାରରେ ଲଞ୍ଚ ହୋଇଥିଲା ରେଡମି ନୋଟ 14 ସିରିଜ । ଏହି ସିରିଜରେ ତିନୋଟି ସ୍ମାର୍ଟଫୋନ Redmi Note 14, Redmi Note 14 Pro ଓ Note 14 Pro+ ଲଞ୍ଚ ହୋଇଥିଲା । ଏହା ପୂର୍ବରୁ କମ୍ପାନୀ ଚୀନରେ ସେପ୍ଟେମ୍ବର 2024ରେ ଏହି ସିରିଜକୁ ଲଞ୍ଚ କରିଥିଲା । ଏବେ ଏହାର ଗ୍ଲୋବାଲ ଲଞ୍ଚ ତାରିଖର ଖୁଲାସା ହୋଇଛି । ଜାନୁଆରୀ 10 ତାରିଖରେ ବିଶ୍ବ ବଜାରରେ ଏହି ଫୋନକୁ କମ୍ପାନୀ ଲଞ୍ଚ କରିବାକୁ ଯାଉଛି । ଏହାସହିତ Redmi Watch 5 ଓ Redmi Buds 6 Pro ବି ଲଞ୍ଚ ହେବ ।

ଲଞ୍ଚ୍‌ ତାରିଖର ଖୁଲାସା

ରେଡମି ନୋଟ୍‌ 14 ସିରିଜ ସହିତ Redmi Note 14 Pro+ ଓ Redmi Note 14 Proକୁ ବିଶ୍ବ ବଜାରରେ ଲଞ୍ଚ କରାଯିବ । ଏ ନେଇ କମ୍ପାନୀ X ସାଇଟ୍‌ରେ ପୋଷ୍ଟ କରି ସ୍ପଷ୍ଟ କରିଛି । ଲାଇଭ୍‌ ଲ୍ୟାଣ୍ଡିଂ ପେଜ୍‌ରେ କମ୍ପାନୀ Redmi Watch 5 ଓ Redmi Buds 6 Pro ଲଞ୍ଚ ସମ୍ପର୍କରେ ମଧ୍ୟ ସୂଚନା ଦେଇଛି । ଖାଲି ସେତିକି ନୁହେଁ, ସ୍ମାର୍ଟଫୋନ ଓ ପରିଧାନ ଯୋଗ୍ୟ ପ୍ରଡକ୍ଟ ବ୍ୟତୀତ Xiaomi 165W Power Bank 10000 ମଧ୍ୟ ଲଞ୍ଚ ହେବ ।

ଗ୍ଲୋବାଲ ଭର୍ସନରେ କଣ ମିଳିବ ଫିଚର ?

ରେଡମି ନୋଟ 14 ସିରିଜ ଗ୍ଲୋବାଲ ଭର୍ସନରେ 200MP ମେନ୍‌ ରିଅର କ୍ୟାମେରା ଓ AI ଆଧାରିତ ଇମେଜିଂ ଓ ଫଟୋ ଏଡିଟିଂ ଫିଚର ମଧ୍ୟ ମିଳିବ । ଏହାସହିତ ଧୂଳି ଓ ପାଣିରୁ ଫୋନ ରକ୍ଷା ଲାଗି IP68 ରେଟିଂ ମଧ୍ୟ ମିଳିବ । ସ୍କ୍ରିନ ସୁରକ୍ଷା ପାଇଁ କର୍ଣ୍ଣିଂ ଗରିଲା ଗ୍ଲାସ ଭିକ୍ଟସ 2 ସ୍କ୍ରିନ ପ୍ରୋଟେକ୍ସନ ଦିଆଯାଇଛି ।

ଗ୍ଲୋବାଲ ଭାରିଏଣ୍ଟ ଚୀନରେ ଲଞ୍ଚ ହୋଇଥିବା ସ୍ମାର୍ଟଫୋନ ପରି ସମାନ ରହିପାରେ । ଏହି ସ୍ମାର୍ଟଫୋନ ମିଟିଆଟେକ୍‌ ଡାଇମେନସିଟି 7025 ଅଲଟ୍ରା SoC ଆସିବାକୁ ଥିବା ବେଳେ ପ୍ରୋ ଓ ପ୍ରୋ ପ୍ଲସ ମଡେଲ ମିଡିଆଟେକ୍‌ ଡାଇମେନସିଟି 7300 ଅଲଟ୍ରା ଓ ସ୍ନାପଡ୍ରାଗନ 7s Gen 3 ଚିପସେଟ୍‌ ସହ ଆସିପାରେ । ଏହି ସ୍ମାର୍ଟଫୋନଗୁଡ଼ିକ ଆଣ୍ଡ୍ରଏଡ-14 ଆଧାରିତ HyperOS ଦ୍ବାରା ଚାଲିବ ଓ ଏଥିରେ 90W ୱେୟାର୍ଡ ଚାର୍ଜିଂ ସପୋର୍ଟ ମିଳିପାରେ ।

Redmi Note 14 ସିରିଜର ଦାମ

  • ରେଡମି ଅଫିସିଆଲ ୱେବସାଇଟ୍‌ ଅନୁସାରେ, ଭାରତରେ Redmi Note 14 5Gର ଦାମ 6GB RAM+128GB ଭାରିଏଣ୍ଟ ଲାଗି Rs.18,999 ରହିଛି ।
  • ସେହିପରି Redmi Note 14 Pro 5Gର ଦାମ 8GB RAM+128GB ଭାରିଏଣ୍ଟ ଲାଗି Rs.26,999 ରହିଛି ।
  • Redmi Note 14 Pro Plus 5G ଫୋନର ଦାମ 8GB RAM+128GB ଲାଗି ଦାମ Rs. 35,999 ରହିଛି ।

Redmi Watch 5 ଓ Buds 6 Pro ବି ଲଞ୍ଚ

  • ରେଡମି ବଡ୍ସ 6 ପ୍ରୋ TWS ଇଅରଫୋନ 55dB ANC ସପୋର୍ଟ ସହ ଆସିବ ଓ ଥରେ ଚାର୍ଜ କଲେ ଏହା 36 ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଏହାର ଦାମ ଷ୍ଟାଣ୍ଡାର୍ଡ ମଡେଲ ଲାଗି CNY 399 (ପାଖାପାଖି Rs. 4,600) ରହିବ ଓ E-Sports ଭର୍ସନ ଲାଗି ଦାମ CNY 499 (ପାଖାପାଖି Rs. 5,800) ରହିପାରେ ।
  • ସେହିପରି Redmi Watch 5ର ପ୍ରାରମ୍ଭିକ ମୂଲ୍ୟ CNY 599 (ପାଖାପାଖି Rs. 6,600) ଟଙ୍କା ରହିପାରେ । ଏହି ୱାଚ୍‌ର ଡିସପ୍ଲେ 2.07-ଇଞ୍ଚ AMOLED ସହ ଆସିପାରେ । ଏହା Xiaomiର HyperOS 2 ଇଣ୍ଟରଫେସ୍‌ ଦ୍ବାରା ଚାଳିତ ଏବଂ ଥରେ ଚାର୍ଜ କଲେ ଏହା 24 ଦିନ ପର୍ଯ୍ୟନ୍ତ ଚାଲିବ ବୋଲି କମ୍ପାନୀ ଦାବି କରିଛି ।
ଏହା ବି ପଢନ୍ତୁ
  1. ନୂଆବର୍ଷରେ ଧମାଲ୍‌ କରିବ Redmi, 5160mAh ବ୍ୟାଟେରୀ ସହ ଆଣୁଛି ନୂଆ ସ୍ମାର୍ଟଫୋନ
  2. ନୂଆବର୍ଷ ଆରମ୍ଭରୁ ଲଞ୍ଚ ହେବ ପାୱାରଫୁଲ ସ୍ମାର୍ଟଫୋନ; AI ସପୋର୍ଟ ସହ ମିଳିବ ଅନେକ ଫିଚର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.