ETV Bharat / entertainment

କାହିଁକି ‘ମିଶିରି’କୁ ମିଳିଲାନି ହଲ୍‌, ପୋଲ୍‌ ଖୋଲିଲେ ନିର୍ମାତା - STHITA PATTNAIK ON OLLYWOOD PROBLEM

ଆସୁଛି ଓଡ଼ିଆ ଫିଲ୍ମ 'ମିଶିରି' । ହଲ୍ ମିଳୁନଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଯୋଜକ ସ୍ଥିତ ପଟ୍ଟନାୟକ । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସମସ୍ୟା ନେଇ ଦେଇଛନ୍ତି ପ୍ରତିକ୍ରିୟା ।

STHITA PATTNAIK ON OLLYWOOD INDUSTRY
STHITA PATTNAIK ON OLLYWOOD INDUSTRY (FILM POSTER/ ETV Bharat Odisha)
author img

By ETV Bharat Odisha Team

Published : Jan 1, 2025, 3:30 PM IST

Updated : Jan 1, 2025, 4:41 PM IST

ଭୁବନେଶ୍ୱର: ୨୦୨୪ ବର୍ଷ ସିନେମା ଶିଳ୍ପ ଅନେକ ଉତ୍ଥାନ ପତନକୁ ନେଇ ଗତି କରିଥିବା ବେଳେ ପାଇଛି ଅନେକ ସଫଳତା । ଏହି ସଫଳତା ମଧ୍ୟରେ ନୂଆ ବର୍ଷରେ ଅନେକ ଓଡ଼ିଆ ଫିଲ୍ମ ପରଦାକୁ ଆସିବାକୁ ଥିବା ବେଳେ ହଲ ଅଭାବକୁ ନେଇ ପ୍ରଭାବିତ ହୋଇଛି କିଛି ସିନେମା । ରାଜ୍ୟରେ ବଲିଉଡ଼ ସିନେମାକୁ ହଲ ମିଳୁଥିବା ବେଳେ ଆଞ୍ଚଳିକ ସିନେମାକୁ କିନ୍ତୁ ମିଳୁନାହିଁ । ଏହାକୁ ନେଇ ଓଡ଼ିଆ ଫିଲ୍ମ 'ମିଶିରି ଓ ୱାଇଫ'କୁ ହଲ ମିଳୁନଥିବା ବେଳେ ଏନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଯୋଜକ ସ୍ଥିତ ପଟ୍ଟନାୟକ । 'ମିଶିରି ଓ ୱାଇଫ' ଫିଲ୍ମ ନୂଆବର୍ଷରେ ପରଦାକୁ ଆସିବ ହେଲେ ଆବଶ୍ୟକ ହଲ୍ ମିଳୁନଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଯୋଜକ ସ୍ଥିତ ପଟ୍ଟନାୟକ । ଏଥିସହ ସେ 2024 ବିଦାୟୀ ବର୍ଷରେ ଓଲିଉଡ଼ ଇଣ୍ଡଷ୍ଟ୍ରି ପାଇଁ କିପରି ରହିଥିଲା ତାହା ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।

'2024 ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ପ୍ରେରଣାଦାୟକ ଥିଲା'

2024 ଓଡ଼ିଆ ଇଣ୍ଡଷ୍ଟ୍ରି ଓଲିଉଡ଼ ଇଣ୍ଡଷ୍ଟ୍ରି ପାଇଁ କିପରି ରହିଥିଲା ? ସେ ନେଇ ପ୍ରଯୋଜକ ସ୍ଥିତ ପଟ୍ଟନାୟକ କହିଛନ୍ତି, ''2024 ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ପ୍ରେଣାଦାୟକ ଥିଲା । 2024ରେ ପ୍ରାୟ ସିନେମା 84 ଟି ରିଲିଜ ହୋଇଛି । ଏଥିରୁ 40ଟି ଫିଲ୍ମ ହଲରେ ରିଲିଜ ହୋଇଥିବା ବେଳେ 44ଟି ଓଟିଟି ଓ ଟିଭିରେ ରିଲିଜ ହୋଇଛି । ଅନେକ କଳାକାର, ଟେକ୍ନିସିଆନ, ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଏହି ବର୍ଷ ଡେବ୍ୟୁ କରିଛନ୍ତି । ଫିଲ୍ମ 'କୁହୁଡି' ହେଉ 'ପାବାର' ହେଉ । ରେକର୍ଡ ଭାଙ୍ଗିଥିବା 'କର୍ମ', 'ପରବ', ଭିଲେନ ଭଲି ହାଇ ବଜେଟ ଫିଲ୍ମ 2024ରେ ରିଲିଜ ହୋଇଛି । ଯାହା ଦର୍ଶକଙ୍କ ମନ ଜିତିଛି । ଭିନ୍ନ ଭିନ୍ନ ଧରଣର କାହାଣୀ ସହ ପରଦାକୁ ଆସିଛି ଫିଲ୍ମ ।''

STHITA PATTNAIK ON OLLYWOOD INDUSTRY (ETV Bharat Odisha)

'ଓଡ଼ିଆ ଫିଲ୍ମକୁ ମିଳୁନି ହଲ୍'

ମୋର 'ଅତିଥି' ଫିଲ୍ମ ଆସିଥିଲା ଏବଂ 'ମିଶିରି' ଫିଲ୍ମ 2024ରେ ରିଲିଜ ହେବାର ଥିଲା । ହେଲେ ପୁଣି ସବୁ ଜିନିଷ ଟିକେ ଥିଲେ ମଧ୍ୟ କିଛି ଜାଗାରେ ଆମେ ଅଟକି ଯାଉଛୁ । ଓଡ଼ିଆ ଫିଲ୍ମର ପ୍ରଯୋଜକ, ବିତରକ ଏବଂ ସିନେମା ହଲ ମାଲିକଙ୍କ ମଧ୍ୟରେ ତାଳମେଳ ଠିକ ରହୁନଥିବାରୁ ଓଡ଼ିଆ ଫିଲ୍ମକୁ ହଲ୍ ମିଳୁନି । 'ପୁଷ୍ପା 2' ବକ୍ସ ଅଫିସରେ ହିଟ୍ ହେଲା ହେଲେ ଓଡ଼ିଆ ଫିଲ୍ମକୁ ହଲ୍ ମିଳିଲାନି । ଏନେଇ 'ପରବ' ଏହାର ଶିକାର ହେଲା । ଏହା ପରେ 'ମିଶିରି' ପିଲ୍ମ ଯାହା 2024ର ଶେଷ ଫିଲ୍ମ ହୋଇଥାନ୍ତା । ହେଲେ ତାହା ରିଲିଜ ହୋଇପାରିଲା ନାହିଁ । ଏହି ଫିଲ୍ମ 2025ରେ ରିଲିଜ ହେବ । ବର୍ଷର ପ୍ରଥମ ଫିଲ୍ମ ଭାବେ ଦର୍ଶକଙ୍କ ମନ ଛୁଇଁବ ବୋଲି ଆଶା କରୁଛି । ଜଣେ ପ୍ରଡ୍ୟୁସର ହିସାବରେ ମୁଁ ଚାହିଁବି ଫିଲ୍ମକୁ ଅଧିକ ହଲ୍ ମିଳୁ ଏବଂ ଏହା ଲୋକଙ୍କ ପାଖରେ ପହଞ୍ଚୁ । ମୁଁ ଆଶା କରୁଛି ଏହି ଫିଲ୍ମ ଯୁବପିଢିଙ୍କୁ ବେଶ ଆକୃଷ୍ଟ କରିବ ।

ଏହା ମଧ୍ୟ ପଢନ୍ତୁ: ନୂଆବର୍ଷରେ ଆସୁଛି ଏସବୁ ଓଡ଼ିଆ ଫିଲ୍ମ, ଧମାକା କରିବେ ବର୍ଷା ପ୍ରୟଦର୍ଶିନୀ-ସୂର୍ଯ୍ୟମୟୀ

ମିଶିରି ବିଷୟରେ କହିବାକୁ ଗଲେ, ଚଳିତ ଜାନୁଆରୀରେ ରିଲିଜ ହେବ ଓଡ଼ିଆ ରୋମାଣ୍ଟିକ ଫିଲ୍ମ 'ମିଶିରି'। ନିର୍ମଲ୍ ଜୈସୱାଲ୍ ପ୍ରଡ଼କସନ୍, ରିଲ୍ସ ଏନ ରିଲ୍ସ ଏବଂ ଏ ଏ ଏଣ୍ଟରଟେଣ୍ଟମେଣ୍ଟ ଦ୍ୱାରା ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର "ମିଶିରି" । ଏହି ଚଳଚ୍ଚିତ୍ରର ପ୍ରଯୋଜକ ଭାବେ ନିର୍ମଲ୍ ଜୈସୱାଲଙ୍କ ସହ ସହପ୍ରଯୋଜକ ସ୍ଥିତ ପଟ୍ଟନାୟକ ଓ ଆକାଂକ୍ଷା ପାଢୀ ରହିଛନ୍ତି । ଫିଲ୍ମର ଲେଖକ ଶିବା ରହିଥିବା ବେଳେ ନିର୍ଦ୍ଦେଶକ ଶିଶିର ଓ ପିନାକୀ ରହିଛନ୍ତି । ସଙ୍ଗୀତ ଅଭିଷେକ, ଇଶାନ,କୌଶିକ ରହିଛନ୍ତି। ମୁଖ୍ୟ ଭୂମିକାରେ ଅଭିନେତ୍ରୀ ରୂପଶ୍ରୀ ପଣ୍ଡା ରହିଥିବା ବେଳେ ବିପକ୍ଷରେ ରହିଛନ୍ତି ଅଭିନେତା ଭିଭାସ ଓ ପ୍ରସନଜିତ । ଏହି ଫିଲ୍ମ ଆସନ୍ତା 4ରେ ହେବ ରିଲିଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 1, 2025, 4:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.