ETV Bharat / state

ଶିମିଳିପାଳ ଫେରିଲା ଜୀନତ, ଯମୁନା ଏନକ୍ଲୋଜର ଏବେ ନୂଆ ଠିକଣା - TIGRESS ZEENAT

ଶିମିଳିପାଳରେ ବାଘୁଣୀ ଜୀନତ । ଯମୁନା ଏନକ୍ଲୋଜରରେ ଜୀନତକୁ ଛାଡିଲା ବନବିଭାଗ । ଦୀର୍ଘଦିନ ଧରି ବନବିଭାଗକୁ ଚକମା ଦେଖାଉଥିଲା ମରାଠା ବାଘୁଣୀ ।

ଶିମିଳିପାଳ ଫେରିଲା ଜୀନତ
ଶିମିଳିପାଳ ଫେରିଲା ଜୀନତ (ETV Bharat Odisha)
author img

By ETV Bharat Odisha Team

Published : Jan 1, 2025, 9:28 PM IST

ରାଇରଙ୍ଗପୁର: ଶିମିଳିପାଳ ଫେରିଲା ବାଘୁଣୀ ଜୀନତ । ଦୀର୍ଘଦିନର ଲୁଚକାଳୀ-ଛକାପଞ୍ଝା, ବାଦବିବାଦ ପରେ ଓଡ଼ିଶା ଫେରିଛି ମରାଠା ବାଘୁଣୀ ଜୀନତ । ଆଜି(ବୁଧବାର) ଶିମିଳିପାଳ ପହଞ୍ଚିବା ପରେ ଯମୁନା ରହୁଥିବା ଏନକ୍ଲୋଜରକୁ ବାଘୁଣୀ ଜୀନତକୁ ଛଡା ଯାଇଛି । ଜୀନତ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସହ ଏନକ୍ଲୋଜର ଭିତରେ ଚଳପ୍ରଚଳ କରୁଛି । ପାଣିରେ ଖେଳୁଥିବା ଦେଖିବାକୁ ମିଳିଥିଲା । ଏଥିସହ ଜୀନତର ଗତିବିଧି ଉପରେ ପୂରା ନଜର ରଖାଯାଇଛି ।

ଆଜି ଶିମିଳିପାଳ ପହଞ୍ଚିଲା ଜୀନତ:

ଶିମିଳିପାଳ ଫେରିଲା ଜୀନତ (ETV Bharat Odisha)

ଆଜି(ବୁଧବାର) ଭୋରରୁ ଜୀନତକୁ ପିଞ୍ଜରାରେ ନେଇ ପହଞ୍ଚିଥିଲେ ବନବିଭାଗର ସ୍ବତନ୍ତ୍ର ଟିମ । ତେବେ ଦକ୍ଷିଣ ଶିମିଳିପାଳ ଡିଭିଜନର ଜେନାବିଲ ରେଞ୍ଜରେ ପ୍ରସ୍ତୁତ ସ୍ବତନ୍ତ୍ର ଏନକ୍ଲୋଜରରେ ବାଘୁଣୀ ଜୀନତକୁ ଛଡାଯାଇଛି । ସେଠାରେ ବାଘୁଣୀ ଜୀନତର ଗତିବିଧି ଉପରେ ନଜର ରଖିଛି ବନବିଭାଗ ।

29ରେ କରାଯାଇଥିଲା ଟ୍ରାଙ୍କୁଲାଇଜ:

ଶିମିଳିପାଳ ଫେରିଲା ଜୀନତ
ଶିମିଳିପାଳ ଫେରିଲା ଜୀନତ (ETV Bharat Odisha)

ଦୀର୍ଘ ଧରି ଧରାଛୁଆଁ ଦେଉନଥିବା ବାଘୁଣୀ ଜୀନତ ଗତ 29ରେ ପଶ୍ଚିମବଙ୍ଗର ବାଙ୍କୁଡା ରାଣୀବନ୍ଧ ଜଙ୍ଗଲରେ ଟ୍ରାଙ୍କୁଲାଇଜ କରାଯାଇଥିଲା । ସ୍ବାସ୍ଥୟବସ୍ଥା ସାମାନ୍ୟ ହେବା ପାଇଁ କଲିକତା ସ୍ଥିତ ଆଲୀପୁର ଚିଡିଆଖାନାରେ ରଖାଯାଇଥିଲା । ସେଠାରେ ଦୁଇ ଦିନ ଧରି ଜୀନତର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ପଶ୍ଚିମବଙ୍ଗ ବନବିଭାଗ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ଜୀନତକୁ ହସ୍ତାନ୍ତର କରିଥିଲେ ।

ସୁସ୍ଥ ଅଛି ଜୀନତ:

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି, ‘ଗତକାଲି ଜୀନତକୁ ଆଣିଲୁ, ଆଜି ସ୍ବତନ୍ତ୍ର ଏନକ୍ଲୋଜରରେ ଛଡାଯାଇଛି । ତାହାର ଗତିବିଧି ଦେଖିକି, ଆମର କମିଟି ଗୋଟିଏ ରହିଛି । ସେହି କମିଟି ନିଷ୍ପତ୍ତି ନେବ । ଜୀନତ ଯେଉଁ ଯାଇଥିଲା ତାହାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବୁ । ଜୀନତ ଏବେ ସୁସ୍ଥ ଅଛି । ଏନକ୍ଲୋଜର ଭିତରେ ଚଳପ୍ରଚଳ କରୁଛି ।’

ଜୀନତକୁ ଆଲିପୁର ଚିଡିଆଖାନା ପଠାଇବାକୁ ନେଇ ପ୍ରଶ୍ନ ଉଠାଇଥିଲେ NTCA:

ଗତ 29ରେ ବାଘୁଣୀ ଜୀନତକୁ ଟ୍ରାଙ୍କୁଲାଇଜ ପରେ ଆଲିପୁର ଚିଡିଆଖାନାକୁ ପଠାଇ ଦିଆଯାଇଥିଲା । ଯାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧୀକରଣ(NTCA) । ବାଘୁଣୀକୁ କାହିଁକି ଶିମିଳିପାଳ ଫେରାଇ ଅଣାଗଲାନି ବୋଲି ପଶ୍ଚିମବଙ୍ଗ ବନବିଭାଗକୁ ପ୍ରଶ୍ନ କରିଥିଲେ । ଜବାବ ମାଗିବା ସହ ତୁରନ୍ତ ବାଘୁଣୀକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

କ୍ୟାରକେଡରେ ଶିମିଳିପାଳ ଆସିଲା ଜୀନତ:

NTCAଙ୍କ ତାଗିଦ ପରେ ଓଡିଶାକୁ ବାଘୁଣୀକୁ ପଠାଇଥିଲେ ପଶ୍ଚିମବଙ୍ଗ ବନବିଭାଗ କର୍ତ୍ତୃପକ୍ଷ । ସ୍ବତନ୍ତ୍ର କ୍ୟାରକେଡରେ ଶିମିଳିପାଳ ଆସିଛି ଜୀନତ । ପରେ ବାଘୁଣୀ ଯମୁନା ରହୁଥିବା ଏନକ୍ଲୋଜରରେ ଜୀନତକୁ ଛଡାଯାଇଛି । ଜୀନତ ସୁସ୍ଥ ରହିବା ସହ ଏନକ୍ଲୋଜର ଭିତରେ ପାଣିରେ ଖେଳୁଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ:

ଶିମିଳିପାଳ ଫେରୁଛି ବାଘୁଣୀ ଜୀନତ, ହସ୍ତାନ୍ତର କଲା ପଶ୍ଚିମବଙ୍ଗ

ଜୀନତ ପାଇଁ ବାଧାପ୍ରାପ୍ତ ହେବ ବାଘ ଆଣିବା ଯୋଜନା, 21 ଦିନରେ 3 ରାଜ୍ୟର 3 ଶହ କିମି ବୁଲି କଲା ନାକେଦନ

ଶିମିଳିପାଳ ଫେରିବ ଜୀନତ, ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ ସହ ସରିଲା ଅପରେସନ

ନାକେଦମ କଲାଣି ବାଘୁଣୀ ଜୀନତ,'GPS ନେଟୱର୍କ ନଥିବାରୁ ହୋଇପାରୁନି ଟ୍ରାଙ୍କୁଲାଇଜ'

ଶିମିଳିପାଳରୁ ବାଘୁଣୀ ଜୀନତ ଫେରାର

ମହାରାଷ୍ଟ୍ରରୁ ଶିମିଳିପାଳ ଆସିଥିଲା ଜୀନତ:

ଗତ ନଭେମ୍ବର 14ରେ ମହାରାଷ୍ଟ୍ରର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ବାଘୁଣୀ ଜୀନତକୁ ଅଣାଯାଇଥିଲା । ଜୀନତର ଗତିବିଧି ଉପରେ ନଜର ରଖୁଥିଲେ ସ୍ବତନ୍ତ୍ର ଟିମ । ହେଲେ ଓଡ଼ିଶା ସୀମା ଡେଇଁ ଝାଡଖଣ୍ଡରେ ପହଞ୍ଚିଥିଲା ବାଘୁଣୀ ।

2 ରାଜ୍ୟ ବୁଲିଲା ଜୀନତ:

ଗତ ଡିସେମ୍ବର ୮ ତାରିଖରେ ଶିମିଳିପାଳରୁ ଜୀନତ ଝାଡ଼ଖଣ୍ଡ ଯାଇଥିଲା । ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା । ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା । ସେଠାରେ ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ଡିସେମ୍ବର ୨୯ ତାରିଖ ଜୀନତକୁ ଟ୍ରାଙ୍କୁଲାଇଜ କରି କାବୁ କରାଯାଇଥିଲା । ଜୀନତକୁ ଶିମିଳିପାଳ ଫେରାଇ ଆଣିବାକୁ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ବନବିଭାଗର ୧୨୦ ଜଣ ଏକ ଟିମ୍ ଲାଗିଥିଲା । ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ଦୁଇଟି ମଇଁଷିର ଲୋଭ ଦେଖାଇ ଥିଲା ବନବିଭାଗ । ମଇଁଷି ଶିକାର କରିବା ଲୋଭରେ ଘଞ୍ଚ ଜଙ୍ଗଲରୁ ପଦାକୁ ବାହାରିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବନ କର୍ମଚାରୀ ମାନେ ତାକୁ ଟ୍ରାଙ୍କୁଲାଇଜ କରିବାକୁ ସକ୍ଷମ ହୋଇଥିଲେ ।

ଇଟିଭି ଭାରତ, ରାଙ୍ଗରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.