ETV Bharat / state

'ନୂତନ ଶିକ୍ଷାନୀତିରେ ଛାତ୍ରଛାତ୍ରୀଙ୍କୁ କୁଶଳୀ କରିବା ଏକ ବଡ ଚ୍ୟାଲେଞ୍ଜ' - ALL ODISHA LECTURES MEET 2025

ନୂତନ ଶିକ୍ଷାନୀତିକୁ ନେଇ ଓଡିଶା ଲେକ୍ଚର୍ସ ମିଟ ୨୦୨୫ ଆୟୋଜିତ ହୋଇଯାଇଛି । ସାମିଲ ହେଲେ 100ରୁ ଅଧିକ ଅଧ୍ୟାପକ ।

ନୂତନ ଶିକ୍ଷାନୀତିକୁ ନେଇ ଓଡିଶା ଲେକ୍ଚର୍ସ ମିଟ ୨୦୨୫ ଆୟୋଜିତ ହୋଇଯାଇଛି
ନୂତନ ଶିକ୍ଷାନୀତିକୁ ନେଇ ଓଡିଶା ଲେକ୍ଚର୍ସ ମିଟ ୨୦୨୫ ଆୟୋଜିତ ହୋଇଯାଇଛି (ETV BHARAT ODISHA)
author img

By ETV Bharat Odisha Team

Published : Jan 19, 2025, 10:58 PM IST

ଭୁବନେଶ୍ବର: ''ଜାତୀୟ ଶିକ୍ଷା ନୀତି ୨୦୨୦''କୁ ନେଇ ଏକ ଘରୋଇ ଇନଷ୍ଟିଚ୍ୟୁସନ ପକ୍ଷରୁ ୨୦୨୫-୨୦୨୬ ଶିକ୍ଷା ବର୍ଷରେ ଅଲ ଓଡିଶା ଲେକ୍ଚର୍ସ ମିଟ ୨୦୨୫ ଆୟୋଜିତ ହୋଇଯାଇଛି । ଯେଉଁଥିରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୧୦୦ରୁ ଅଧିକ ଅଧ୍ୟାପକ ଆସି ଅଂଶ ଗ୍ରହଣ କରିଥିଲେ। ଏହି ମିଟରେ ରାଜ୍ୟରେ ଚଳିତ ବର୍ଷ ଶିକ୍ଷା ବର୍ଷରେ କିଭଳି ଭାବରେ ଶିକ୍ଷା ନୀତିକୁ ଲାଗୁ କରି ପିଲାଙ୍କ ଭବିଷ୍ୟତ ଗଢାଯାଇପାରିବ ସେନେଇ ଜାତୀୟ ଶିକ୍ଷା ନୀତି ୨୦୨୦କୁ ସବିଶେଷ ଭାବେ ଆଲୋଚନା ହୋଇଥିଲା । ନୂତନ ଶିକ୍ଷାନୀତି ଉପରେ ଅଧିକ ସଚେତନତା ଆବଶ୍ୟକ ଓ ଛାତ୍ର ଛାତ୍ରୀଙ୍କୁ ସ୍କିଲ କରିବା ଏକ ବଡ ଚ୍ୟାଲେଞ୍ଜ ବୋଲି କହିଥିଲେ ଉପସ୍ଥିତ ଶିକ୍ଷାବିତ ।

'ଏନଇପି’ରେ ଟାର୍ଗେଟ କରାଯାଉଛି ଛାତ୍ରଛାତ୍ରୀଙ୍କ ସ୍କିଲ ବୃଦ୍ଧି':

ଏନେଇ ଶିକ୍ଷାବିତ ତଥା ପ୍ରଫେସର କିଶୋର କୁମାର ଦାସ କହିଛନ୍ତି, ''ବିଶେଷ ଭାବରେ ଏନଇପିରେ ଟାର୍ଗେଟ କରାଯାଉଛି ଛାତ୍ରଛାତ୍ରୀଙ୍କ ସ୍କିଲ ବୃଦ୍ଧି କରିବା ପାଇଁ। ତାଙ୍କର ପ୍ରଫେସନାଲ କୋର ଏରିଆରେ ନଲେଜ ବଢାଇବୁ । ଯେଉଁ ପିଲାଟି ଆଗକୁ ଡିଗ୍ରୀ, ଡିପ୍ଲମା ସାରିବ ସେ ସେତିକି ସ୍କିଲଫୁଲ ହୋଇଥିବ, ଯାହା ଫଳରେ ସେ ପରବର୍ତ୍ତୀ ସମୟରେ ନିଜର ସ୍କିଲ ବ୍ୟବହାର କରି ରୋଜଗାର କ୍ଷମ ହୋଇପାରିବ। ଏହା ଏକ ବଡ ଚ୍ୟାଲେଞ୍ଜ ଯାହା ପିଲାଙ୍କୁ ଏକ ସାର୍ଟିଫିକେଟ ନଦେଇ ପ୍ରଥମରୁ କିଭଳି ସ୍କିଲକୁ ବଢାଇବୁ ଓ ତାଙ୍କର କୋର ଏରିଆରେ କିପିରି ଜ୍ଞାନ ଓ କନଫିଡେନ୍ସ ବଢାଇବୁ ତାହାକୁ ଦୃଷ୍ଟିରେ ରଖି ଏନଇପି ଲାଗୁ କରାଯିବ । ''

'ନୂତନ ଶିକ୍ଷନୀତି ଆଗାମୀ ପୀଢୀକୁ ସହାୟକ ହେବ':

ପ୍ରଫେସର ହରିହାର ପଣ୍ଡା ଏନେଇ କହିଛନ୍ତି, "ନୂତନ ଶିକ୍ଷା ପଦ୍ଧତ୍ତି ଛାତ୍ରଛାତ୍ରୀ ମାନଙ୍କୁ କିଭଳି ଭାବରେ ଆତ୍ମ ନିରାଭର୍ଶୀଳ କରିବ ସେନେଇ ମିଟ କରାଯାଇଛି । ନୂତନ ଶିକ୍ଷା ନୀତିର ବହୁ ମାତ୍ରାରେ ସହାୟକ ହେବ କାରଣ ଏହାର ଭିତ୍ତିଭୂମି ହେଉଛି ଭାରତର ସଂସ୍କୃତି ଉପରେ ପର୍ଯ୍ୟାବେଶିତ। ନୂତନ ଶିକ୍ଷନୀତି ଆଗାମୀ ପୀଢୀ ପାଇଁ ବହୁ ମାତ୍ରାରେ ସହାୟକ ହେବ, ତାହା ସନ୍ଧେହ ନାହିଁ । ''

ଏହା ମଧ୍ୟ ପଢନ୍ତୁ-NEP-2020 ଲାଗୁ ପରେ ୫ ବର୍ଷରୁ କମ ବୟସ୍କ ଯିବେ ‘ବାଳବାଟିକା’, ଜାଣନ୍ତୁ କ’ଣ ବଦଳିବ ? - NEP 2020 IN ODISHA

ଏହା ମଧ୍ୟ ପଢନ୍ତୁ-ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ଜାତୀୟ ଶିକ୍ଷା ନୀତି , ଏଣିକି ସ୍ନାତକ କୋର୍ସ 4 ବର୍ଷ - NATIONAL EDUCATION POLICY 2020

ରାଜ୍ୟରେ ଜାତୀୟ ଶିକ୍ଷା ନୀତି (ଏନଇପି)- ୨୦୨୦ ଲାଗୁ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଛି ପଦକ୍ଷେପ। ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍‌ ପ୍ରସ୍ତୁତି କରିବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ତେବେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗରେ ଆସୁଥିବା ବେଳେ ଏହାକୁ ରାଜ୍ୟ ସରକାର ଏବେ ଲାଗୁ କରିବେ। ଆଞ୍ଚଳିକ ବିଷୟବସ୍ତୁ ଥିବା ପାଠ ପଢାଯିବ ଏବଂ ସେନେଇ ପାଠ୍ୟ ଖସଡ଼ା ମଧ୍ୟ ପ୍ରସ୍ତୁତ କରାଯିବ।

ଚଳିତ ଶିକ୍ଷା ବର୍ଷରୁ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦:
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡ କହିଛନ୍ତି ଯେ, "ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦ ବା NEP ୨୦୨୦। ଏହା ଐତିହାସିକ ପଦକ୍ଷେପ ଅଟେ। ଏହା ଲାଗୁ ହେବା ଦ୍ଵାରା ଶିକ୍ଷା ସରଳୀକାରଣ ହେବ। FLM ର ନିପୁଣ ଓଡ଼ିଶା ଲାଗୁ କରାଯିବ। ପ୍ରାଥମିକ ସ୍ତରରେ ପିଲା ମାନେ ସ୍ଥିତି ଠିକ ରହିବା ନେଇ ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କରିବାକୁ ଯାଉଛନ୍ତି ସରକାର। ଏଥିରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉ। ବିଦ୍ୟାଳୟ ସ୍ତରରେ ଧନ୍ଦାମୂଳକ ଶିକ୍ଷା ବି ଦିଆଯାଉଛି। ବିଶେଷ କରି ଓଡ଼ିଆ ଭାଷା କଳା ଓ ସଂସ୍କୃତିରବି ଏଥିରେ ପ୍ରଚାର ପ୍ରସାର କରାଯାଉଛି।

NEP ଲାଗୁ ହେଲେ ଜିରୋ ଡ୍ରପ ଆଉଟ ଓ ମିଳିବ ଗୁଣାତ୍ମକ ଶିକ୍ଷା:

NEP ଲାଗୁ ହେଲେ ଜିରୋ ଡ୍ରପ ଆଉଟ ହେବା ଗୁଣାତ୍ମକ ଶିକ୍ଷା ମିଳି ପାରିବ। ସେଥିପାଇଁ ମାଧବ ସିଂ ହାତଖର୍ଚ୍ଚ ଯୋଜନା ବି ଲାଗୁ ହୋଇଛି। ଏଥିରେ ୧୫୬ କୋଟି ବ୍ୟୟ ବରାଦ ହୋଇଛି। ନବମ ଓ ଏକାଦଶ ଶ୍ରେଣୀରେ ପିଲା ମାନେ ନାମ ଲେଖାଇଲେ ତାଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ପିଏମଶ୍ରୀ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ଶହ MOU ସ୍ଵାକ୍ଷର ହୋଇ ଓଡ଼ିଶାର ପ୍ରାୟ ୩୫୬ ସ୍କୁଲ ମିଳିଛି। ଆହୁରି ସ୍କୁଲ ଏଥିରେ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ। ଏହା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ। ଜାନୁଆରୀ ୨୧ ରୁ ୨୩ ଯାଏଁ NEP କର୍ମଶାଳା ହେବ। NEP ୨୦୨୦ ରେ ଆସନ୍ତା ଶିକ୍ଷା ବର୍ଷରୁ ବାଲବାଟିକା ଥ୍ରୀ ନିଆଯିବ। ପରବର୍ତୀ ସମୟରେ ବାଲବାଟିକା ୧ ଓ ୨ ବର୍ଷରୁ ନେବାକୁ ଯୋଜନା ହେଉଛି। ବିଦ୍ୟାଳୟ ଶିକ୍ଷାରେ ବର୍ତ୍ତମାନର ୧୦ + ୨ ଢାଞ୍ଚାକୁ ପରିବର୍ତ୍ତନ କରାଯିବ। ୩ - ୧୮ ବର୍ଷ ମଧ୍ୟରେ ଥିବା ୫ + ୩ + ୩ + ୪ ର ଶୈକ୍ଷଣିକ ଓ ପାଠ୍ୟକ୍ରମର ଢାଞ୍ଚାକୁ ଲାଗୁ କରାଯିବ। ବର୍ତ୍ତମାନ ୩ - ୬ ବର୍ଷ ବୟସର ଶିଶୁମାନେ ୧୦ + ୨ ଢାଞ୍ଚାରେ ଅନ୍ତର୍ଭୁକ୍ତ ନୁହଁନ୍ତି କାରଣ ୬ ବର୍ଷ ବୟସରେ ପ୍ରଥମ ଶ୍ରେଣୀ ଆରମ୍ଭ ହୋଇଥାଏ । ନୂତନ ୫ + ୩ + ୩ + ୪ ଢାଞ୍ଚାରେ ୩ ବର୍ଷ ବୟସରୁ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷାର ଏକ ସୁଦୃଢ଼ ମୂଳଦୁଆକୁ ଅନ୍ତର୍ଭୁକ୍ତ କରାଯାଇଛି। ଯାହାର ଉଦ୍ଦେଶ୍ୟ ଉନ୍ନତ ସାମଗ୍ରିକ ଶିକ୍ଷା, ବିକାଶ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.