ହାଇଦ୍ରାବାଦ:ଫେବୃଆରୀ ୨୧ରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଲୋକପ୍ରିୟ କପଲ ଜ୍ୟାକି ଭଗ୍ନାନୀ ଏବଂ ରକୁଲ ପ୍ରୀତ ସିଂ । ଉଭୟଙ୍କ ବିବାହ ଖବର ଆସିଲା ଦିନ ଠାରୁ ଫ୍ୟାନ୍ସ ଉତ୍ସାହର ସହ ବିବାହକୁ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ବିବାହକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଦୁହିଁଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଉଭୟଙ୍କ ଘର ସୁନ୍ଦର ଆଲୋକମାଳାରେ ସଜ୍ଜାଯାଇଛି । ଗତକାଲି (ଗୁରୁବାର) ଜ୍ୟାକିଙ୍କ ଘରେ ଢୋଲ୍ ନାଇଟର କାର୍ଯ୍ୟକ୍ରମ ଚାଲିଥିବା ବେଳେ ରକୁଲ ନିଜ ପରିବାର ସହ ସେଠାରେ ସାମିଲ ହୋଇଥିଲେ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ରକୁଲ ଜ୍ୟାକି ଭଗ୍ନାନୀଙ୍କ ଘରକୁ ଢୋଲ ନାଇଟ୍ ପାଇଁ ଯାଉଥିବାର ନଜର ଆସିଛନ୍ତି । ଏହି ସମୟରେ ଅଭିନେତ୍ରୀଙ୍କୁ ପାରମ୍ପରିକ ଲୁକରେ ଦେଖିବାକୁ ମିଳିଛି । ଏହି ସମୟରେ, ରକୁଲ ଏବଂ ତାଙ୍କ ପରିବାର ବେଶ ଖୁସିଥିବା ନଜର ଆସିଛନ୍ତି । ରିପୋର୍ଟ ଅନୁଯାୟୀ, ଉଭୟଙ୍କ ବିବାହର କିଛି କାର୍ଯ୍ୟକ୍ରମ କେବଳ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବାବେଳେ ଗୋଆରେ ଏହି କପଲଙ୍କ ହାତଗଣ୍ଠି ପଡ଼ିବ । ଏହି ସମାରୋହରେ ବନ୍ଧୁ ଏବଂ ପରିବାରର କିଛି ବିଶେଷ ହିଁ ବ୍ୟକ୍ତି ଯୋଗଦେବେ ବୋଲି ଜଣାପଡିଛି ।