ETV Bharat / entertainment

'କର୍ମ'ରୁ ସୂର୍ଯ୍ୟମୟୀଙ୍କ ପ୍ରଥମ ଲୁକ ଆଉଟ୍; ଫିଲ୍ମର ଚରିତ୍ର ଉପରୁ ବି ଉଠିଲା ପରଦା - Suryamaye First Look Out From KARMA

author img

By ETV Bharat Entertainment Team

Published : Sep 16, 2024, 3:21 PM IST

Suryamaye First Look Out From KARMA: ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ 'କର୍ମ'। ଏହି ଫିଲ୍ମରେ ଅନୁଭବ ମହାନ୍ତି ନଜର ଆସିବାକୁ ଥିବା ବେଳେ ଫ୍ୟାନ୍ସ ଏହାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତା ଫିଲ୍ମରୁ ସୂର୍ଯ୍ୟମୟୀଙ୍କ ପ୍ରଥମ ଲୁକ ପୋଷ୍ଟର ରିଲିଜ କରିଥିବା ବେଳେ ଚରିତ୍ର ଉପରୁ ବି ପରଦା ଉଠାଇଛନ୍ତି । ଅଧିକ ପଢନ୍ତୁ,

'କର୍ମ'ରୁ ସୂର୍ଯ୍ୟମୟୀଙ୍କ ପ୍ରଥମ ଲୁକ ଆଉଟ୍; ଫିଲ୍ମର ଚରିତ୍ର ଉପରୁ ବି ଉଠିଲା ପରଦା
'କର୍ମ'ରୁ ସୂର୍ଯ୍ୟମୟୀଙ୍କ ପ୍ରଥମ ଲୁକ ଆଉଟ୍; ଫିଲ୍ମର ଚରିତ୍ର ଉପରୁ ବି ଉଠିଲା ପରଦା (Instagram)

ହାଇଦ୍ରାବାଦ: ଓଡ଼ିଆ ଫିଲ୍ମ 'କର୍ମ'କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳିବ । ଏଥିସହ ଏହି ଫିଲ୍ମରେ ତାଙ୍କ ସହ ରୋମାନ୍ସର ତଡକା ଲଗାଇବେ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର । ଫିଲ୍ମ ରିଲିଜକୁ ଆଉ ମାତ୍ର କିଛି ଦିନ ଥିବା ବେଳେ ବର୍ତ୍ତମାନ ନିର୍ମାତା ଫିଲ୍ମରୁ ସୂର୍ଯ୍ୟମୟୀଙ୍କ ପ୍ରଥମ ଲୁକ ପୋଷ୍ଟର ରିଲିଜ କରିଥିବା ବେଳେ ଚରିତ୍ର ଉପରୁ ବି ପରଦା ଉଠାଇଛନ୍ତି । ସୋସିଆଲ ମିଡିଆରେ ନିର୍ମାତା ଅନୁପମ ପଟ୍ଟନାୟକ ସୂର୍ଯ୍ୟମୟୀଙ୍କ ପ୍ରଥମ ଲୁକ ପୋଷ୍ଟର ସେୟାର କରିଛନ୍ତି ।

ଏହି ଭୂମିକାରେ ନଜର ଆସିବେ ସୂର୍ଯ୍ୟମୟୀ

ନିର୍ମାତା ଅନୁପମ ପଟ୍ଟନାୟକ ଇନଷ୍ଟାଗ୍ରାମରେ ସୂର୍ଯ୍ୟମୟୀଙ୍କୁ ଟ୍ୟାଗ କରି ତାଙ୍କ ପ୍ରଥମ ଲୁକ ସେୟାର କରିଛନ୍ତି । ଏହା ସେୟାର କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି, ''କର୍ମରେ ଅତ୍ୟନ୍ତ ସୁନ୍ଦର ଏବଂ ପ୍ରତିଭାଶାଳୀ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ମେଘା ଭାବରେ ଉପସ୍ଥାପନ କରିଛୁ । ପରଦା ଉପସ୍ଥିତି ସହ ସୂର୍ଯ୍ୟମୟୀ ନିଶ୍ଚିତ ଭାବରେ ପରଦାରେ ନିଆଁ ଲଗାଇବେ । ଦଶହରାରେ ଆସୁଛି କର୍ମ ।'' ଏହି ପ୍ରଥମ ଲୁକ ପୋଷ୍ଟରରେ ସୂର୍ଯ୍ୟମୟୀଙ୍କୁ ଦମଦାର ଲୁକରେ ଦେଖିବାକୁ ମିଳିଥିବା ବେଳେ ସେ ଏହି ଫିଲ୍ମରେ 'ମେଘା' ଭୂମିକାରେ ନଜର ଆସିବେ ।

ଏହି ତାରକା ବି ଆସିବେ ନଜର

ଅନୁପମ ପଟ୍ଟନାୟକଙ୍କ ବ୍ୟାନରରେ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର 'କର୍ମ'ରେ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ । କାର୍ଯ୍ୟକାରୀ ପ୍ରଯୋଜକ ଭାବେ ବର୍ଷା ପଟ୍ଟନାୟକ କାର୍ଯ୍ୟ କରୁଥିବା ବେଳେ ଫିଲ୍ମକୁ ଶବ୍ଦରେ ସଜେଇଛନ୍ତି ଲେଖକ ମାନସ ପଢ଼ିଆରୀ । ତେବେ ଏହି ଫିଲ୍ମରେ ସୁପରଷ୍ଟାର ଅନୁଭବ ମହାନ୍ତି ଓ ସୂର୍ଯ୍ୟମୟୀ ମହାପାତ୍ର ମୁଖ୍ୟ ଚରିତ୍ରରେ ନଜର ଆସିବାକୁ ଥିବାବେଳେ ପ୍ରଥମ ଥର ପାଇଁ ଏହି ଯୋଡି ଅନସ୍କ୍ରିନ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ଅନ୍ୟ ଭୂମିକାରେ ଅଭିନେତ୍ରୀ ଦିବ୍ୟା ଚୌଧୁରୀ, ଜୟ ପ୍ରକାଶ, ନିଶାନ୍ତ ମଜିଠିଆ ଉଦିତ ଗୁରୁ ରହିଥିବା ବେଳେ ସନୋଜ ଓ ମନ୍ମୟ ଦେ ଏହି ଫିଲ୍ମ ସହ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ଫିଲ୍ମ 'କର୍ମ' ଟିଜର ରିଲିଜ; ପ୍ରଥମ ଥର ଅନସ୍କ୍ରିନ ରୋମାନ୍ସ କରିବେ ଅନୁଭବ-ସୂର୍ଯ୍ୟମୟୀ

ଏହି ଦିନ ରିଲିଜ ହେବ ଫିଲ୍ମ 'କର୍ମ'

ଚଳିତ ଦର୍ଶହରା ଅବସରରେ ଅର୍ଥାତ୍ ଅକ୍ଟୋବର 9ରେ ପରଦାକୁ ଆସିବ ଫିଲ୍ମ । ଏହା ଏକ ଥ୍ରୀଲର ଚଳଚ୍ଚିତ୍ର ହୋଇଥିବା ବେଳେ ଲେଖାକୁ ନେଇ ବେଶ ଭଲ କାମ ହୋଇଛି ବୋଲି କହିଛନ୍ତି ଲେଖକ ମାନସ ପଢ଼ିଆରୀ । 'କର୍ମ' ଅର୍ଥାତ କର୍ମର ଫଳ, ଯାହା ଆମେ କରିଥାଉ ସେହି ମୁତାବିକ ଆମକୁ ଫଳ ମିଳିଥାଏ । ଏହି ସୁନ୍ଦର ବାର୍ତ୍ତାକୁ ନେଇ ଫିଲ୍ମଟି ନିର୍ମିତ ହୋଇଥିବା ବେଳେ ନୂଆ ପୁରୁଣା କଳାକାରଙ୍କ ସମିଶ୍ରଣର କାହାଣୀଟି ଦର୍ଶକଙ୍କୁ ବେଶ ଭଲ ଲାଗିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

ଏହା ମଧ୍ୟ ପଢନ୍ତୁ: 46 ବର୍ଷ ପରେ ମହାଶ୍ୱେତା ରାୟଙ୍କ ଦମଦାର କମବ୍ୟାକ୍, ରିଲିଜ ହେଲା ଓଡ଼ିଆ ଫିଲ୍ମ 'ଆଶ୍ରମ'

ସୂର୍ଯ୍ୟମୟୀଙ୍କ ଅନ୍ୟ ଫିଲ୍ମ ବିଷୟରେ କହିବାକୁ ଗଲେ, ନିକଟରେ ସେପ୍ଟେମ୍ୱର 13ରେ ରିଲିଜ ହୋଇଥିବା ଫିଲ୍ମ 'ଆଶ୍ରମ' ତାଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ସେ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କ ସହ ନଜର ଆସିଛନ୍ତି । ସେ ମହାଶ୍ୱେତାଙ୍କ ଯୁବା ବୟସର ଭୂମିକା ନିଭାଇଥିବା ବେଳେ ଦର୍ଶକ ତାଙ୍କ ଅଭିନୟ ପସନ୍ଦ କରିଛନ୍ତି । ରିପୋର୍ଟ ଅନୁସାରେ, ଏହା ବ୍ୟତୀତ ସେ ଫିଲ୍ମ 'ରଙ୍ଗାଶୁର'ରେ ନଜର ଆସିବେ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଚିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.