ETV Bharat / entertainment

କୋରିଓଗ୍ରାଫର ଜାନି ମାଷ୍ଟରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ, ମାମଲା ରୁଜୁ - FIR Filed Against Jani Master

author img

By ETV Bharat Entertainment Team

Published : Sep 16, 2024, 5:01 PM IST

Sexual harassment case against Jani Master: ଜଣାଶୁଣା କୋରିଓଗ୍ରାଫର ଜାନି ମାଷ୍ଟରଙ୍କ ନାଁରେ ସାଂଗାତିକ ଅଭିଯୋଗ । ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ମାମଲା ରୁଜୁ ହୋଇଛି । ପୁରା ଘଟଣା କ'ଣ? ଜାଣନ୍ତୁ,

କୋରିଓଗ୍ରାଫର ଜାନି ମାଷ୍ଟରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ, ମାମଲା ରୁଜୁ
କୋରିଓଗ୍ରାଫର ଜାନି ମାଷ୍ଟରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ, ମାମଲା ରୁଜୁ (ETV Bharat)

ହାଇଦ୍ରାବାଦ: ସାଉଥ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା କୋରିଓଗ୍ରାଫର ଜାନି ମାଷ୍ଟରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ। ଜାନି ମାଷ୍ଟରଙ୍କ ବିରୋଧରେ ଜଣେ ମହିଳା ସହକର୍ମୀ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ ନାଁରେ ତେଲେଙ୍ଗାନାର ରାୟଦର୍ଗୁ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି । ପୋଲିସକୁ ଦେଇଥିବା ଅଭିଯୋଗରେ ମହିଳା ଜଣକ କହିଛନ୍ତି ଯେ ସେ କୋରିଓଗ୍ରାଫର ଜାନି ମାଷ୍ଟରଙ୍କ ସହ କାମ କରିଥିଲେ ଏବଂ ଏହି ସମୟରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା ।

ଜାନି ମାଷ୍ଟରଙ୍କ ନାଁରେ ମାମଲା ରୁଜୁ

ରିପୋର୍ଟ ଅନୁଯାୟୀ, ଅଭିଯୋଗକାରୀ ମହିଳା କୋରିଓଗ୍ରାଫରଙ୍କ ନାଁରେ ନିକଟରେ ପୋଲିସ ନିକଟରେ ମାମଲା ରୁଜୁ କରିଛନ୍ତି ଏବଂ ସେ କହିଛନ୍ତି ଯେ ସେ ଗତ କିଛି ମାସ ହେବ ଜାନି ମାଷ୍ଟରଙ୍କ ସହ କାର୍ଯ୍ୟ କରି ଆସୁଥିଲେ । ଏହି ସମୟରେ ସେ ତାଙ୍କ ଠାରୁ ଯୌନ ନିର୍ଯାତନାର ଶିକାର ହୋଇଥିଲେ । ମହିଳାଙ୍କ ଅଭିଯୋଗ ପରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ଏବଂ ମାମଲା ବର୍ତ୍ତମାନ ନରସିଂହୀ ପୋଲିସକୁ ହସ୍ତାନ୍ତର କରାଯାଇଛି । ଏଥିସହ ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ କରିିଛି ।

ଏହା ମଧ୍ୟ ପଢନ୍ତୁ: ମଲିଉଡରେ ମି-ଠୁ; ନିଭିନ ପୋଲିଙ୍କ ନାଁରେ ମାମଲା ରୁଜୁ, ଅଭିଯୋଗ ମିଥ୍ୟା କହିଲେ ଅଭିନେତା

ଏହି ତାରକାଙ୍କ ସହ କାମ କରିଛନ୍ତି ଜାନି ମାଷ୍ଟର

ଜାନି ମାଷ୍ଟରଙ୍କ ବିଷୟରେ କହିବାକୁ ଗଲେ ସେ ଶୋ 'ଧି'ରୁ ତାଙ୍କର ଡ୍ୟାନ୍ସ ଯାତ୍ରା ଆରମ୍ଭ କରିଥିଲେ । ଏହା ପରେ ସେ ଟଲିଉଡରେ ଏତେ ସୁଯୋଗ ପାଇଲେ ଯେ ଆଉ ପଛକୁ ଚାହିଁଲେ ନାହିଁ । ଜାନି ମାଷ୍ଟର ଟଲିଉଡରୁ କୋଲିଉଡ ପର୍ଯ୍ୟନ୍ତ ଅନେକ ବଡ ତାରକାଙ୍କ ପାଇଁ କୋଲାଓଗ୍ରାଫି ଡ୍ୟାନ୍ସ କରିଛନ୍ତି, ଯେପରିକି ଥାଲାପତି ବିଜୟ, ପୱନ କଲ୍ୟାଣ, ମେଗାଷ୍ଟାର ଚିରଞ୍ଜୀବୀ, ରାମ ଚରଣ, ଅଲ୍ଲୁ ଅର୍ଜୁନ, ଜୁନିଅର ଏନଟିଆର ଏବଂ ରବି ତେଜାଙ୍କ ସହ କାମ କରିଛନ୍ତି । ନିକଟରେ ଜାନି ମାଷ୍ଟର ବଲିଉଡର ମେଗା-ବ୍ଲକବଷ୍ଟର ଚଳଚ୍ଚିତ୍ର 'ସ୍ତ୍ରୀ ୨'ର ଲୋକପ୍ରିୟ ଗୀତ 'କଟି ରାତେ ମେ ତୁ ଆଏ ନାହି' କୋରିଓଗ୍ରାଫ୍ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ମଲିଉଡରେ ଯୌନ ନିର୍ଯାତନା ମାମଲା; FEFKA ପଦରୁ ଇସ୍ତଫା ଦେଲେ ଆଶିକ ଅବୁ, ଜୟସୂର୍ଯ୍ୟାଙ୍କ ନାଁରେ ପୁଣି ମାମଲା ରୁଜୁ

ଜାନି ମାଷ୍ଟର ତାମିଲ ସିନେମାରେ ବେଶ ଲୋକପ୍ରିୟ

ତାମିଲ ସିନେମାରେ ଜାନି ମାଷ୍ଟର ରଜନୀକାନ୍ତ, ଧନୁଷ ଏବଂ ଥାଲପତି ବିଜୟଙ୍କ ସହ ହିଟ୍ ଗୀତ କୋରିଓଗ୍ରାଫ୍ କରିଛନ୍ତି । ଜାନି ମାଷ୍ଟର ଥାଲାପତି ବିଜୟଙ୍କ ଫିଲ୍ମ ବିଷ୍ଟର 'ଆରବୀ କୁଥୁ', ୱାରିସୁରୁ 'ରଂଜୀଥମେ' ଏବଂ ରଜନୀକାନ୍ତ ଏବଂ ତମନ୍ନା ଭାଟିଆଙ୍କ 'ନୁ କାବାଲିଆ' ସହ ହିଟ୍ ଗୀତ କୋରିଓଗ୍ରାଫି କରିଥିଲେ। ନିକଟରେ ଜାନି ମାଷ୍ଟର ତେଲୁଗୁ ସିନେମା ଟିଭି ନୃତ୍ୟଶିଳ୍ପୀ ଏବଂ ନୃତ୍ୟ ନିର୍ଦ୍ଦେଶକ ସଂଘର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଜାନି ମାଷ୍ଟର ତାମିଲ ଚଳଚ୍ଚିତ୍ର 'ତିରୁଚିତ୍ରାମବାଲମ' ପାଇଁ ଶ୍ରେଷ୍ଠ କୋରିଓଗ୍ରାଫର ପୁରସ୍କାର ମଧ୍ୟ ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.