ETV Bharat / entertainment

କ୍ୟାନ୍ସର ଚିକିତ୍ସା ମଧ୍ୟରେ ଦୁଲହନ ଲୁକରେ ରାମ୍ପରେ ଚାଲିଲେ ହିନା ଖାନ, ପ୍ରଶଂସାରେ ପୋତିଲେ ଫ୍ୟାନ୍ସ - Hina Khan Bridal Look

author img

By ETV Bharat Entertainment Team

Published : Sep 16, 2024, 4:23 PM IST

Hina Khan Bridal Look: ହିନା ଖାନ ବର୍ତ୍ତମାନ କର୍କଟ ରୋଗରେ ପୀଡିତ ଅଛନ୍ତି । ତେବେ ଚିକିତ୍ସା ସମୟରେ ମଧ୍ୟ ସେ ନିଜର କାର୍ଯ୍ୟ କରିଆସୁଛନ୍ତି । ଅଭିନେତ୍ରୀ ବର୍ତ୍ତମାନ ଏକ ରାମ୍ପ ଶୋ'ରେ ଯୋଗ ଦେଇଥିବା ବେଳେ ଏହାର ଝଲକ ଦେଖାଇଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ତାଙ୍କ ସାହାସର ଭୂରି ଭୂରି ପ୍ରଶଂସା କରିଛନ୍ତି । ଦେଖନ୍ତୁ ଭିଡିଓ,

କ୍ୟାନ୍ସର ଚିକିତ୍ସା ମଧ୍ୟରେ ଦୁଲହନ ଲୁକରେ ରାମ୍ପରେ ଚାଲିଲେ ହିନା ଖାନ, ପ୍ରଶଂସାରେ ପୋତିଲେ ଫ୍ୟାନ୍ସ
କ୍ୟାନ୍ସର ଚିକିତ୍ସା ମଧ୍ୟରେ ଦୁଲହନ ଲୁକରେ ରାମ୍ପରେ ଚାଲିଲେ ହିନା ଖାନ, ପ୍ରଶଂସାରେ ପୋତିଲେ ଫ୍ୟାନ୍ସ (IANS)

ହାଇଦ୍ରାବାଦ: ଜଣାଶୁଣା ଟିଭି ଅଭିନେତ୍ରୀ ହିନା ଖାନ ଚଳିତ ବର୍ଷ ଜୁନ୍ ମାସରେ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଏକ ଆଶ୍ଚର୍ଯ୍ୟଜନକ ଖବର ଦେଇଥିଲେ ଏବଂ କହିଥିଲେ ଯେ ସେ ସ୍ତନ କର୍କଟ ଗୁରୁତର ରୋଗରେ ପୀଡିତ ଅଛନ୍ତି । ସେ ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ୱାସନା ମଧ୍ୟ ଦେଇଥିଲେ ଯେ ସେ ଏହି ରୋଗର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି । ଏପରି ସମୟରେ ଅଭିନେତ୍ରୀ ତାଙ୍କ ସ୍ୱାସ୍ଥ୍ୟ ଏବଂ କେମୋଥେରାପି ସେସନ ସମ୍ବନ୍ଧୀୟ ତଥ୍ୟ ସେୟାର କରୁଥିବା ବେଳେ ବର୍ତ୍ତମାନ ହିନା ନିଜ ଲାଟେଷ୍ଟ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ରାମ୍ପ ଶୋ'ରେ ଯୋଗ ଦେଇଥିବା ନଜର ଆସିଛନ୍ତି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।

ଦୁଲହନ ବେଶରେ ରାମ୍ପରେ ଚାଲିଲେ ହିନା ଖାନ

ହିନା ଖାନ ବର୍ତ୍ତମାନ ସ୍ତନ କର୍କଟ ରୋଗରେ ପୀଡିତ ହୋଇଥିବା ବେଳେ ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି । ହେଲେ ତଥାପି ଅଭିନେତ୍ରୀ ସାହସ ନ ହରାଇ ଚିକିତ୍ସା ସହ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି । ହିନା ସେୟାର କରିଥିବା ଲାଟେଷ୍ଟ ଭିଡିଓରେ ସେ ରାମ୍ପରେ ଚାଲୁଥିବାର ନଜର ଆସିଛନ୍ତି । ହିନା ଖାନ ଲାଲ ଯୋଡାରେ ଦୁଲହନ ଲୁକରେ ଏହି ରାମ୍ପ ୱାକରେ ଚାଲୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିସହ ଏକ ହୃଦୟସ୍ପର୍ଶୀ ନୋଟ୍ ମଧ୍ୟ ଲେଖିଛନ୍ତି ।

ହିନା ଖାନଙ୍କ ପୋଷ୍ଟ

ହିନା ଖାନ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ''ମୋ ବାପା ସର୍ବଦା କହୁଥିଲେ, ବାପାଙ୍କ ଶକ୍ତିଶାଳୀ ଝିଅ । କାନ୍ଦ ନାହିଁ । ତୁମର ସମସ୍ୟା ବିଷୟରେ କେବେ ଅଭିଯୋଗ କର ନାହିଁ । ତୁମର ଜୀବନକୁ ନିୟନ୍ତ୍ରଣ କର । ଗର୍ବିତ ହୁଅ ଏବଂ ଏହାର ମୁକାବିଲା କର । ତେଣୁ ମୁଁ ଫଳାଫଳ ବିଷୟରେ ଚିନ୍ତା କରିବା ବନ୍ଦ କରିଦେଲି ଏବଂ କେବଳ ମୋ ହାତରେ ଥିବା ବିଷୟ ଉପରେ ଧ୍ୟାନ ଦେଲି । ଅନ୍ୟ ସମସ୍ତ ଜିନିଷକୁ ଆଲ୍ଲାଙ୍କୁ ଛାଡିଦେଲି । ସେ ତୁମର କଠିନ ପରିଶ୍ରମ ଦେଖନ୍ତି, ତୁମର ପ୍ରାର୍ଥନା ଶୁଣନ୍ତି ଏବଂ ତୁମର ହୃଦୟ ଜାଣନ୍ତି । ଏହା ସହଜ ନଥିଲା, କିନ୍ତୁ ମୁଁ ନିଜକୁ ବାରମ୍ବାର କହିଲି, ହିନା ଆଗକୁ ଚାଲ । କେବେ ଅଟକି ରୁହ ନାହିଁ । ଦୀର୍ଘ ସମୟ ପରେ ଦୁଲହନ ରୂପରେ ସଜେଇହେଲି ।''

ଏହା ମଧ୍ୟ ପଢନ୍ତୁ: ବଲିଉଡ୍ ଷ୍ଟାର୍ ହିନା ଖାନଙ୍କୁ ବ୍ରେଷ୍ଟ କ୍ୟାନ୍ସର, ଆରୋଗ୍ୟ କାମନା କଲେ ସେଲିବ୍ରିଟି-ଫ୍ୟାନ୍ସ

ପ୍ରଶଂସାରେ ପୋତି ପକାଇଲେ ଫ୍ୟାନ୍ସ ଓ ସେଲିବ୍ରିଟି

ହିନା ଏହି ପୋଷ୍ଟ ସେୟାର କରିବା ମାତ୍ରେ ସେଲିବ୍ରିଟି ଏବଂ ଫ୍ୟାନ୍ସ ଏହାକୁ ପସନ୍ଦ କରିବା ସହ କମେଣ୍ଟ ବର୍ଷା କରିଛନ୍ତି । ମୌନି ରୟ ଲାଲ ହାର୍ଟ ଇମୋଜି ଦେଇଥିବା ବେଳେ ମୋନା ସିଂ 'ସୁନ୍ଦର' ଲେଖିଛନ୍ତି । ଜଣେ ଫ୍ୟାନ୍ ଲେଖିଛନ୍ତି, ସୁନ୍ଦର ଏବଂ ଶକ୍ତିଶାଳୀ ଝିଅ । ଅନ୍ୟ ଜଣେ ଲେଖିଛନ୍ତି, ଆଭ୍ୟନ୍ତରୀଣ ଶକ୍ତିର ପ୍ରତୀକ । ଆଉ ଜଣେ ଅଭିନେତ୍ରୀଙ୍କୁ 'ସେରନି' ବୋଲି କହିଛନ୍ତି । ଅନେକ ଫ୍ୟାନ୍ସ ତାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କ୍ୟାନସର୍ ଯୋଦ୍ଧା ହିନା; ପ୍ରଥମ କେମୋଥେରାପିର ବଖାଣିଲେ ଅନୁଭୂତି, ଆଓ୍ୱାର୍ଡ ସୋ’ ପରେ ସିଧା ଯାଇଥିଲେ ମେଡିକାଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.