ହାଇଦ୍ରାବାଦ:'ଭୁଲ ଭୁଲେୟା' ପ୍ରାଞ୍ଚାଇଜର ପ୍ରଥମ, ଦ୍ୱିତୀୟ ଭାଗ ହିଟ୍ ହେବା ପରେ ଏବେ ନିର୍ମାତା ତୃତୀୟ ଭାଗ ସହ ଧମାକା କରିବାକୁ ଯାଉଛନ୍ତି । ନିକଟରେ ଫିଲ୍ମର ଘୋଷଣା ସହ ଫିଲ୍ମର ଷ୍ଟାରକାଷ୍ଟ ଉପରୁ ପରଦା ହଟାଇଥିଲେ ନିର୍ମାତା । ଏହି ୩ୟ ଭାଗରେ ୨ୟ ଏବଂ ପ୍ରଥମ ଭାଗର ମିଳିତ ଷ୍ଟାରକାଷ୍ଟ ନଜର ଆସିବେ । ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ ନଜର ଆସିବାକୁ ଥିବା ବେଳେ ତାଙ୍କ ବିପକ୍ଷରେ ତିପ୍ତୀ ଡିମ୍ରିଙ୍କୁ ଦେଖିବାକୁ ମିଳିବ । ଏଥିସହ ଫିଲ୍ମରେ ବିଦ୍ୟାବାଲାନ ମଧ୍ୟ ନଜର ଆସିବେ । ପ୍ରଥମ ଭାଗରେ ବିଦ୍ୟା ମଞ୍ଜୁଲିକା ଭୂମିକାରେ ସମସ୍ତଙ୍କ ମନ ଜିତିଥିବା ବେଳେ ତୃତୀୟ ଭାଗରେ ବି ତାଙ୍କୁ ସମାନ ଚରିତ୍ରରେ ଦେଖିବାକୁ ଉତ୍ସାହତ ରହିଛନ୍ତି ଫ୍ୟାନ୍ସ । ଏହାରି ମଧ୍ୟରେ ବର୍ତ୍ତମାନ ନିଜ ଚରିତ୍ରକୁ ନେଇ ଖୁଲାସା କରିଛନ୍ତି ବିଦ୍ୟା ।
ନିକଟରେ ଏକ ସାକ୍ଷାତକାରରେ ବିଦ୍ୟା ବାଲାନ 'ଭୁଲ୍ ଭୁଲେୟା ୩' ଫିଲ୍ମ ଏବଂ ଚରିତ୍ର ମଞ୍ଜୁଲିକା ବିଷୟରେ କଥାବାର୍ତ୍ତା କରିଛନ୍ତି । ସେ କହିଛନ୍ତି ଯେ ଏଥର ଦର୍ଶକମାନେ କିଛି ନୂଆ ଦେଖିବାକୁ ପାଇବେ । ମଞ୍ଜୁଲିକାଙ୍କ ଚରିତ୍ର ପୂର୍ବଠାରୁ ଭିନ୍ନ ହେବାକୁ ଯାଉଛି । ଚରିତ୍ର ବିଷୟରେ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ଏଥର ସମୟ ଅଲଗା ଏବଂ ମୁଁ ମଧ୍ୟ ଅଲଗା। ମୋ ଚରିତ୍ର ସମାନ ହୋଇପାରେ, କିନ୍ତୁ ଏହା ପୂର୍ବଠାରୁ ଭିନ୍ନ ।