ହାଇଦ୍ରାବାଦ:ସାଉଥ ଲୋକପ୍ରିୟ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ବିବାଦୀୟ ବିବୃତ୍ତି ଦେଇ ଫସିଲେ ପୂର୍ବତନ AIADMK ନେତା ଏଭି ରାଜୁ । ଅଭିନେତ୍ରୀ ବର୍ତ୍ତମାନ ଏହାକୁ ନିନ୍ଦା କରିବା ସହ ଏଭି ରାଜୁଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି । ପୂର୍ବରୁ ଅଭିନେତ୍ରୀ ଏନେଇ ରାଜୁଙ୍କୁ ସମାଲୋଚନା କରିଥିବା ବେଳେ ସେ ଅଭିନେତ୍ରୀଙ୍କୁ କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ । ଏହା ପରେ ବି ଅଭିନେତ୍ରୀ ରାଜୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଫେବୃଆରୀ ୨୨, ଆଜି(ଗୁରୁବାର) ଦିନ ତ୍ରିଶା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର କପି ସେୟାର କରିଛନ୍ତି ।
ତ୍ରିଶା ଏକ୍ସରେ ମାମଲାର ଏକ କପି ସେୟାର କରିଛନ୍ତି । ଏତିରେ ଅଭିନେତ୍ରୀଙ୍କ ଓକିଲ ରାଜୁଙ୍କୁ ବିନା ସର୍ତ୍ତରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କ୍ଷମା ମାଗିବାକୁ ଦାବି କରିଛନ୍ତି ଏବଂ ଏହି କ୍ଷମା ଦସ୍ତାବିଜକୁ ସେ ପ୍ରମୁଖ ଇଂରାଜୀ ଏବଂ ତାମିଲ ସମାଚାର ଏବଂ ଅନ୍ୟ ସ୍ଥାନରେ ପ୍ରକାଶିତ କରିବାକୁ ପଡିବ । ଏତିରେ ଏହା ମଦ୍ୟ କୁହାଯାଇଛି ଯେ, ଯଦି ସେ ଏହା ନ କରନ୍ତି ତେବେ ଆଗାମୀ ଦିନରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ସୂଚନା ଥାଉ କି, ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜୁ ତ୍ରିଶାଙ୍କୁ ନେଇ ଏକ ବିବାଦୀୟ ଟିପ୍ପଣୀ ଦେଇଥିଲେ । ସେ କହିଥିଲେ ଯେ, ଜଣେ ବିଧାୟକଙ୍କ ଅନୁରୋଧ ପରେ ତ୍ରିଶାଙ୍କୁ ଏକ ରିସୋର୍ଟକୁ ଅଣାଯାଇଥିବା ସେ ଦାବି କରିଛନ୍ତି । ତାଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଦେଇ ଡକାଯାଇଥିଲା । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ଏଭି ରାଜୁଙ୍କୁ ଖୁବ ସମାଲୋଚନା ଏବଂ ଟ୍ରୋଲ କରିଥିଲେ ଅଭିନେତ୍ରୀଙ୍କ ଫ୍ୟାନ୍ସ ।