ହାଇଦ୍ରାବାଦ: ଲୋକପ୍ରିୟ କମେଡି ଟିଭି ଶୋ' 'ତାରକ ମେହେତା କା ଉଲଟା ଚଷମା'ରେ ରୋଶନ ସିଂ ସୋଦି'ର ଚରିତ୍ରରେ ଅଭିନୟ କରିଥିବା ଗୁରୁଚରଣ ସିଂ ନିଖୋଜ ମାମଲା । ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଗୁରୁଚରଣ ସିଂ ନିଜେ ନିଖୋଜ ହେବା ପାଇଁ ଷଡଯନ୍ତ୍ର କରିଛନ୍ତି ଏବଂ ସେ ଜାଣିବୁଝି ନିଜ ଫୋନ ପାଲମ ଅଞ୍ଚଳରେ ଛାଡି ଦେଇଥିଲେ ।
ଦିଲ୍ଲୀର ପୋଲିସ ସୂତ୍ର ଅନୁଯାୟୀ, ଅଭିନେତା ଗୁରୁଚରରଣ ସିଂ ନିଜେ ପାଲମ ଅଞ୍ଚଳରେ ନିଜ ଫୋନ୍ ଛାଡିଥିଲେ । ପୋଲିସ ଖୋଜିବାକୁ ଚେଷ୍ଟା କରୁଛି କିନ୍ତୁ ଏହା ଗୁରୁଚରଣ ସିଂଙ୍କୁ ଖୋଜିବା ଅଧିକ କଷ୍ଟସାଧ୍ୟ ହୋଇଛି, କାରଣ ଏହାର ଅର୍ଥ ହେଉଛି ଫୋନ୍ ତାଙ୍କ ସହ ନାହିଁ । ସିସିଟିଭି ଫୁଟେଜରେ ସେ ଗୋଟିଏ ଇ-ରିକ୍ସା ଠାରୁ ଅନ୍ୟକୁ ଯାଉଥିବା ପୋଲିସ ଜାଣିବାକୁ ପାଇଥିଲା । ତେବେ ଏହି ସବୁ ଜିନିଷରୁ ଜଣାପଡୁଛି ଯେ ସେ ସବୁକିଛି ଯୋଜନାବଦ୍ଧ ଅଟେ । ସେ ଜାଣିଶୁଣି ନିଜକୁ ନିଖୋଜ କରିଛନ୍ତି ।
ସୂଚନା ଅନୁସାରେ, ଏପ୍ରିଲ ୨୨ରେ ଗୁରୁଚରଣ ଦିଲ୍ଲୀର ତାଙ୍କ ଘରକୁ ଆସି ମୁମ୍ବାଇ ଘରକୁ ଫେରୁଥିଲେ । ହେଲେ ୨୨ ଏପ୍ରିଲ ପରେ ଘର ଲୋକେ ତାଙ୍କ ସହ ଯୋଗାଯୋଗ କରିପାରିନଥିଲେ । ସେ ମୁମ୍ବାଇରେ ପହଞ୍ଚି ନାହାଁନ୍ତି କିମ୍ବା ଦିଲ୍ଲୀ ଫେରି ନାହାଁନ୍ତି । ଅଭିନେତା ନିଖୋଜ ହେବାର ୫ ଦିନ ପରେ ତାଙ୍କ ବାପା ଦିଲ୍ଲୀର ପାଲମ ଅଞ୍ଚଳରେ ତାଙ୍କ ନିଖୋଜର ଅଭିଯୋଗ କରିଥିଲେ । ଅନୁସନ୍ଧାନ ବେଳେ ଗୁରୁଚରଣ ସିଂଙ୍କ ଶେଷ ସ୍ଥାନ କେବଳ ଦିଲ୍ଲୀ ବୋଲି ଜଣାପଡିଛି । ଏହା ସହିତ ଅଭିନେତା ଏଟିଏମରୁ ୭ ହଜାର ଟଙ୍କା ବାହାର କରିଥିବା ଜଣାପଡିଛି । ଗୁରୁଚରଣ ସିଂ ନିଖୋଜ ହେବାର ୧୨ ଦିନ ବିତିଗଲାଣି କିନ୍ତୁ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ ।
ଏହା ମଧ୍ୟ ପଢନ୍ତୁ:ସିସିଟିଭିରେ କଏଦ ଗୁରୁଚରଣ ସିଂଙ୍କ ଭିଡିଓ, ଅପହରଣ ମାମଲା ରୁଜୁ କଲା ପୋଲିସ
'ତାରକ ମେହେତା କା ଉଲଟା ଚଷମା'ରେ ରୋଶନ ସିଂ ସୋଦିଙ୍କ ଚରିତ୍ରରେ ଅଭିନୟ କରିବା ପରେ ଗୁରୁଚରଣ ବେଶ ଖ୍ୟାତି ଲାଭ କରିଛନ୍ତି । ତାଙ୍କ ଭୂମିକା ଶୋ’ର ଅନ୍ୟତମ ଲୋକପ୍ରିୟ ଭୂମିକା ଅଟେ । ଗୁରୁଚରଣ ୨୦୧୩ରେ ଶୋ ଛାଡି ୨୦୧୪ରେ ପୁଣି ଫେରିଥିଲେ । ସେ ଆନୁଷ୍ଠାନିକ ଭାବରେ ୨୦୨୦ରେ ଶୋ' ଛାଡିଥିଲେ । ଏହା ପରେ ଗୁରୁଚରଣଙ୍କ ସ୍ଥାନରେ ବଲୱିନ୍ଦର ସିଂ ସୁରୀ ରହିଥିଲେ, ଯିଏ କି ରୋଶନ ସୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି ।