ଓଡିଶା

odisha

By ETV Bharat Odisha Team

Published : Mar 19, 2024, 3:23 PM IST

ETV Bharat / entertainment

ଆଲିସାନ ବଙ୍ଗଳା କିଣିଲେ ଟାଇଗର, ଦାମ୍ ଜାଣିଲେ ଉଡିଯିବ ହୋସ୍

Tiger Shroff's Property: ପୁନେରେ ଆଲିସାନ ବଙ୍ଗଳା କିଣିଛନ୍ତି ଟାଇଗର ଶ୍ରଫ । ଯାହାର ମୂଲ୍ୟ ସମସ୍ତଙ୍କୁ ତାଜୁବ କରିଛି ।

ଆଲିସାନ ବଙ୍ଗଳା କିଣିଲେ ଟାଇଗର ଶ୍ରଫ, ଦାମ୍ ଜାଣିଲେ ଉଡିଯିବ ହୋସ୍
ଆଲିସାନ ବଙ୍ଗଳା କିଣିଲେ ଟାଇଗର ଶ୍ରଫ, ଦାମ୍ ଜାଣିଲେ ଉଡିଯିବ ହୋସ୍

ହାଇଦ୍ରାବାଦ: ବଲିଉଡ ଅଭିନେତା ଟାଇଗର ଶ୍ରଫ ତାଙ୍କ ଡ୍ୟାନ୍ସ ଏବଂ ଆକ୍ସନରେ ସର୍ବଦା ଲୋକଙ୍କ ମନ ଜିତିଥାନ୍ତି । ବର୍ତ୍ତମାନ ସେ ଆଗାମୀ ଚଳଚ୍ଚିତ୍ର 'ବଡ଼େ ମିୟାଁ ଛୋଟେ ମିୟାଁ' ପାଇଁ ଆଜିକାଲି ଶିରୋନାମାରେ ରହିଛନ୍ତି । ତେବେ ଟାଇଗର ଅଭିନୟ ଜଗତରେ ସକ୍ରିୟ ଥିବାବେଳେ ସେ ଟଙ୍କା ବିନିଯୋଗ ମଧ୍ୟ ଜାରି ରଖିଛନ୍ତି। ନିକଟରେ ଟାଇଗର ପୁଣି ଥରେ ରିଅଲ ଇଷ୍ଟେଟରେ ବିନିଯୋଗ କରିଛନ୍ତି ଏବଂ ସେ ପୁଣେରେ ଏକ ଆଲିସାନ ଘର କିଣିଛନ୍ତି । ଯାହାର ମୂଲ୍ୟ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ରିପୋର୍ଟ ଅନୁସାରେ, ଟାଇଗର ଶ୍ରଫ ପୁଣେରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ଯାହାର ମୂଲ୍ୟ ୭.୫ କୋଟି ଅଟେ । ଟାଇଗରଙ୍କ ନୂଆ ଘର 4,248 ବର୍ଗ ଫୁଟ ରହିଛି । ଏହି ସମ୍ପତ୍ତି ହାଡାପସରର ପ୍ରିମିୟମ୍ ୟୋ ପୁଣେ ପ୍ରକଳ୍ପର ଏକ ଅଂଶ ଅଟେ । ରିଏଲ୍ ଇଷ୍ଟେଟ୍ ଡାଟାବେସ୍ ପ୍ଲାଟଫର୍ମ ଜାପକି ଅନୁଯାୟୀ ଟାଇଗର ଏହି ଘର ASN ପ୍ରପର୍ଟିଜ୍ ପ୍ରାଇଭେଟ ଲିମିଟେଡ୍ ଠାରୁ 5 ମାର୍ଚ୍ଚ 2024 ରେ କିଣିଛି। କୁହାଯାଉଛି ଯେ ଏହି ସମ୍ପତ୍ତି ପାଇଁ ଅଭିନେତା 52.5 ଲକ୍ଷ ଟଙ୍କା ଷ୍ଟାମ୍ପ ଫି' ପ୍ରଦାନ କରିଛନ୍ତି ।

ଟାଇଗର ଶ୍ରଫ ଏହି ଘର କିଣିବା ମାତ୍ରେ ଭଡାରେ ମଧ୍ୟ ଦେଇଦେଇଥିବା ଜଣାପଡିଛି । ଟାଇଗର ଏହି ବିଳାସପୂର୍ଣ୍ଣ ଘରକୁ 3.5 ଲକ୍ଷ ଟଙ୍କାରେ ଭଡା ଦେଇଛନ୍ତି। ଖବର ଅନୁଯାୟୀ, ଟାଇଗରର ଏହି ସମ୍ପତ୍ତି ଚେରିଜ୍ ଇଣ୍ଡିଆ ପିଭି ଲିମିଟେଡ୍ ଦ୍ୱାରା ଲିଜରେ ନେଇଛି । ଟାଇଗରଙ୍କ ଏହି ଘରକୁ ୫ ବର୍ଷ ପାଇଁ ଲିଜରେ ନିଆଯାଇଛି । ଭଡାଟିଆ ଟାଇଗରକୁ ୧୪ଲକ୍ଷ ଟଙ୍କା ଦେଇଛନ୍ତି ଏବଂ ପ୍ରତିବର୍ଷ ଭଡା ୫ ପ୍ରତିଶତ ବୃଦ୍ଧି କରାଯିବ ।

ଏହା ମଧ୍ୟ ପଢନ୍ତୁ:ଲକ୍ଷ୍ନୌରେ ଅକ୍ଷୟ-ଟାଇଗରଙ୍କ ଉପରକୁ ଚପଲ ମାଡ଼

ଟାଇଗରଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ତାଙ୍କୁ ଅକ୍ଷୟଙ୍କ ସହ ଆଗାମୀ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ'ରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଚଳିତ ବର୍ଷ ଇଦ୍‌ରେ ରିଲିଜ ହେବ । ଏହି ଫିଲ୍ମରେ ଅକ୍ଷୟ, ଟାଇଗରଙ୍କ ବ୍ୟତୀତ ମାଲାୟାଲମ୍ ତାରକା ପୃଥ୍ୱୀରାଜ ସୁକୁମାରନଙ୍କୁ ଦେଖିବାକୁ ମିଳିବ । ଏଥିସହ ଫିଲ୍ମରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ମାନୁଶି ଚିଲାର୍ ଏବଂ ଆଲାୟା ଏଫ୍ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ହିନ୍ଦୀ, ତେଲୁଗୁ ଓ ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାରେ ରିଲିଜ ହେବ ।

ABOUT THE AUTHOR

...view details