ଓଡିଶା

odisha

'ମୋର ସୂର୍ଯ୍ୟ-ଚନ୍ଦ୍ରକୁ ଜନ୍ମଦିନର ଶୁଭେଚ୍ଛା', ସାହିଦଙ୍କୁ ଏପରି ୱିସ୍ କଲେ ପତ୍ନୀ ମୀରା

By ETV Bharat Odisha Team

Published : Feb 26, 2024, 1:40 PM IST

Shahid Kapoor Birthday: ସାହିଦ କପୁର ଫେବୃଆରୀ ୨୫ ନିଜ ୪୩ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ପତ୍ନୀ ମୀରା କପୁର ନିଜ ସ୍ୱାମୀଙ୍କୁ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ।

'ମୋର ସୂର୍ଯ୍ୟ-ଚନ୍ଦ୍ରକୁ ଜନ୍ମଦିନର ଶୁଭେଚ୍ଛା', ସାହିଦଙ୍କୁ ଏପରି ୱିସ୍ କଲେ ପତ୍ନୀ ମୀରା
'ମୋର ସୂର୍ଯ୍ୟ-ଚନ୍ଦ୍ରକୁ ଜନ୍ମଦିନର ଶୁଭେଚ୍ଛା', ସାହିଦଙ୍କୁ ଏପରି ୱିସ୍ କଲେ ପତ୍ନୀ ମୀରା

ହାଇଦ୍ରାବାଦ: ବଲିଉଡ ଅଭିନେତା ସାହିଦ କପୁର ବର୍ତ୍ତମାନ ୪୩ବର୍ଷରେ ପଦାର୍ପଣ କରିଛନ୍ତି । ଅଭିନେତା ଫେବୃଆରୀ ୨୫(ଗତ ରବିବାର) ନିଜ ୪୩ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ପତ୍ନୀ ମୀରା କପୁର ନିଜ ସ୍ୱାମୀଙ୍କୁ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆରେ ମୀରା ଉଭୟଙ୍କ ସୁନ୍ଦର ଫଟୋ ସେୟାର କରି ସାହିଦଙ୍କୁ ଶୁଭକାମନା ଜଣାଇଛନ୍ତି ।

ସାହିଦଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ରକୁଲ ପ୍ରୀତ ସିଂ

ମୀରା ନିଜ ଇନଷ୍ଟାଗ୍ରାମରେ ୩ଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ମୀରା ସାହିଦଙ୍କ ସହ ସେଲଫି ନେଇଥିବାର ନଜର ଆସିଛନ୍ତି । ଦ୍ୱିତୀୟ ଫଟୋରେ ବିଚରେ ସୂର୍ଯ୍ୟୋସ୍ତ ସମୟର ଝଲକ ଦେଖିବାକୁ ମିଳିଥିବା ବେଳେ ତୃତୀୟ ଫଟୋରେ ସନ୍ଧ୍ୟା ସମୟର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, 'ମୋର ସୂର୍ଯ୍ୟ-ଚନ୍ଦ୍ରକୁ ଜନ୍ମଦିନର ଶୁଭେଚ୍ଛା' । ଏକ ସୁନ୍ଦର ସୂର୍ଯ୍ୟ ଏବଂ ଚନ୍ଦ୍ର ପରି ବ୍ରହ୍ମାଣ୍ଡ ତୁମ ପରି ଚମକୁଛି ।'

ସାହିଦଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି କିଆରା ଆଡଭାନୀ

ସେପଟେ ସାହିଦଙ୍କ ଜନ୍ମଦିନରେ ଫ୍ୟାନ୍ସ ସମେତ ସେଲିବ୍ରିଟି ମଧ୍ୟ ଅଭିନେତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସିଦ୍ଧାର୍ଥ ମଲହୋତ୍ରା, କିଆରା ଆଡଭାନୀ, କ୍ରିତି ସାନନ, ଜ୍ୟାକି ଭଗ୍ନାନୀ, ରକୁଲ ପ୍ରୀତ ସିଂ ସମେତ ଅନେକ ସେଲିବ୍ରିଟି ସାହିଦଙ୍କ ଜନ୍ମଦିନ ଶୁଭକାମନା ଜଣାଇଛନ୍ତି । ସୂଚନା ଥାଉ କି, 2015ରେ ସାହିଦ କପୁର ଏବଂ ମୀରା ରାଜପୁତ ବିବାହ କରିଥିଲେ । ବିବାହର 8 ବର୍ଷ ପରେ ଦୁହେଁ ଝିଅ ମିଶା ଏବଂ ପୁଅ ଜୈନଙ୍କ ପିତାମାତା ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:ଶହେ କୋଟି କ୍ଲବରେ ଏଣ୍ଟ୍ରି କଲା 'ତେରି ବାତୋଁ ମେ ଏସା ଉଲଝା ଜିଆ'

ସାହିଦଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଅଭିନେତାଙ୍କୁ ବର୍ତ୍ତମାନ ଭାଲେଣ୍ଟାଇନ ସପ୍ତାହ ଅବସରରେ ଫେବୃଆରୀ ୯ ତାରିଖରେ ରିଲିଜ ହୋଇଥିବା ଫିଲ୍ମ 'ତେରି ବାତୋଁ ମେ ଏସା ଉଲଝ ଜିଆ'ରେ ଦେଖିବାକୁ ମିଳିଛି । କମେଡ଼ି ଲଭଷ୍ଟୋରୀରେ ଭରା ଏହି ଫିଲ୍ମ ଦର୍ଶକ ପସନ୍ଦ କରିଛନ୍ତି । ତେବେ ଏହି ଫିଲ୍ମ ଏକ ସାଇନ୍ସ ଫିକ୍ସନ ଚଳଚ୍ଚିତ୍ର । ଏହି ଫିଲ୍ମରେ କ୍ରିତି ସାନନଙ୍କ ସହ ପ୍ରଥମ ଥର ପାଇଁ ସାହିଦ କପୁର ନଜର ଆସିଛନ୍ତି । ଏମାନଙ୍କ ବ୍ୟତୀତ ଏହି ଫିଲ୍ମରେ ଧର୍ମେନ୍ଦ୍ର, ଡିମ୍ପଲ୍ କପାଡିଆ, ରାକେଶ ବେଦୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । 'ତେରି ବାତୋଁ ମେ ଏସା ଉଲଝ ଜିଆ'ରେ ଅମିତ ଯୋଶୀ ଏବଂ ଆରଧନା ଶାହା ନିର୍ଦ୍ଦେଶନା ଦେଇଛନ୍ତି । ସେ ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି ।

ABOUT THE AUTHOR

...view details