ଓଡିଶା

odisha

ETV Bharat / entertainment

ଓଡ଼ିଶାରେ 'ଦ ସାବରମତି ରିପୋର୍ଟ'କୁ ଟ୍ୟାକ୍ସ ଫ୍ରି କଲେ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏକତା କପୁର - SABARMATI REPORT TAXFREE IN ODISHA

ହିନ୍ଦୀ ଚଳଚ୍ଚିତ୍ର 'ଦ ସାବରମତି ରିପୋର୍ଟ'କୁ ଟିକସମୁକ୍ତ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଏକତା କପୁର ।

The Sabarmati Report Is Tax-Free In Odisha
The Sabarmati Report Is Tax-Free In Odisha (Film Poster/ETV Bharat Odisha)

By ETV Bharat Entertainment Team

Published : Nov 29, 2024, 12:25 PM IST

ହାଇଦ୍ରାବାଦ:ହିନ୍ଦୀ ସିନେମାକୁ ପ୍ରୋତ୍ସାହନ । କର ମୁକ୍ତ ଘୋଷଣା ହେଲା 'ଦ ସାବରମତି ରିପୋର୍ଟ'। 'ଦ ସାବରମତି ରିପୋର୍ଟ' କୁ ସମ୍ପୂର୍ଣ୍ଣ କର ମୁକ୍ତ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 2002 ଗୋଧ୍ରା ଟ୍ରେନ୍ ଜଳିବା ଘଟଣାର ଚିତ୍ରଣ କରିଥିବା ହିନ୍ଦୀ ଚଳଚ୍ଚିତ୍ର 'ଦ ସାବରମତି ରିପୋର୍ଟ' ରାଜ୍ୟରେ ଟିକସମୁକ୍ତ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛି । ଗୁରୁବାର ଦିନ ଏକ ବିଧାନସଭା ଅଧିବେଶନରେ ଓଡ଼ିଶା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଘୋଷଣା କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ୍ସରେ ମଧ୍ୟ ଏନେଇ ସୂଚନା ଦେଇଛନ୍ତି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିର୍ମାତା ଏକତା କପୁର ।

ଓଡ଼ିଶାରେ 'ଦ ସାବରମତି ରିପୋର୍ଟ' ଫିଲ୍ମକୁ ଟ୍ୟାକ୍ସ ଫ୍ରି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଫିଲ୍ମର ପୋଷ୍ଟର ସେୟାର କରି ଲେଖିଛନ୍ତି, "ଓଡ଼ିଶାରେ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ 'ସାବରମତୀ ରିପୋର୍ଟ'କୁ ଓଡ଼ିଶାରେ କରମୁକ୍ତ କରିବା ପାଇଁ ଲୋକଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। କିଛି ସ୍ଵାର୍ଥବାଦୀ ବ୍ୟକ୍ତିଙ୍କ ନିଜସ୍ୱ ସ୍ଵାର୍ଥ ପୂରଣ ଏବଂ ଅସ୍ଥିରତା ସୃଷ୍ଟି ପାଇଁ ଗୋଧ୍ରା ଅଗ୍ନି କାଣ୍ଡରେ କିଭଳି ଭାବରେ କାରସେବକଙ୍କୁ ଜୀବନ୍ତ ଦଗ୍ଧ କରାଯାଇଥିଲା ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଯାଇଛି। ଏହି ଚଳଚ୍ଚିତ୍ର ଅତୀତର ଏଭଳି ଏକ ଲୋମହର୍ଷଣକାରୀ, ହୃଦୟ ବିଦାରକ ସତ୍ୟ ଘଟଣାକୁ ଲୋକଙ୍କ ନିକଟରେ ପହଞ୍ଚାଇବ ଏବଂ ସାଧାରଣ ଜନତା ଅଧିକ ସଚେତନ କରାଇବ।''

The Sabarmati Report Is Tax-Free In Odisha (instagram)

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏକତା କପୁର

ସେପଟେ ନିର୍ମାତା ଏକତା କପୁର ଇନଷ୍ଟାଗ୍ରାମ ଷ୍ଟୋରୀରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ ସେୟାର କରି ଧନ୍ୟବାଦ ଜଣାଇଛନ୍ତି । ସେ ଲେଖିଛନ୍ତି, ''ଆମକୁ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ । ଏହି ସମର୍ଥନ ଆମ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟର ସତ୍ୟକୁ ଅଧିକ ଲୋକଙ୍କୁ ଆଣିବାରେ ସାହାଯ୍ୟ କରିବ ।'' ତେବେ ଟିକସ ଛାଡ ଅଧିକ ଦର୍ଶକଙ୍କୁ ଏହି ଚଳଚ୍ଚିତ୍ର ସହିତ ଜଡିତ ହେବାକୁ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି, ଯାହା ଭାରତର ସାମ୍ପ୍ରତିକ ଇତିହାସରେ ଏକ ପ୍ରମୁଖ ତଥା ବିବାଦୀୟ ଘଟଣାର ପୁନଃ ସମୀକ୍ଷା କରିଛି ।

ପୂର୍ବରୁ ଏହି ରାଜ୍ୟରେ ହୋଇଛି ଟ୍ୟାକ୍ସ ଫ୍ରି

କହିରଖୁଛୁ କି, ଏହି ଫିଲ୍ମ ନଭେମ୍ୱର 15ରେ ସାରା ଦେଶରେ ମୁକ୍ତିଲାଭ କରିଛି । ପୂର୍ବରୁ ଏହି ଫିଲ୍ମକୁ ଏହି ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଇଛି । ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ, ଏବଂ ଗୁଜରାଟ ପରେ ସପ୍ତମ ରାଜ୍ୟ ଭାବେ ଓଡ଼ିଶାରେ ଏହି ଚଳଚ୍ଚିତ୍ର ଉପରେ କର ମୁକ୍ତ ଘୋଷଣା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:'ଦ ସାବରମତି ରିପୋର୍ଟ'; ଏହି ଦିନ ପରଦାକୁ ଆସିବ ଫିଲ୍ମ

'ଦ ସାବରମତି ରିପୋର୍ଟ' ଫିଲ୍ମ ବିଷୟରେ କହିବାକୁ ଗଲେ,ବାଲାଜୀ ଟେଲିଫିଲ୍ସ ଲିମିଟେଡର ଡିଭିଜନ୍ ବାଲାଜୀ ମୋସନ୍ ପିକ୍ଚର୍ସ, ଏ ବିକିର୍ ଫିଲ୍ମ ପ୍ରଡକ୍ସନ୍ ଦ୍ୱାରା ନିର୍ମିତ । ସାବରମତି ରିପୋର୍ଟରେ ମୁଖ୍ୟ ଭୂମିକାରେ ବିକ୍ରାନ୍ତ ମାସି, ରାଶି ଖାନ୍ନା ଏବଂ ରିଦ୍ଧି ଡୋଗ୍ରା ପ୍ରମୁଖ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରଂଜନ ଚାନ୍ଦେଲ ଏବଂ ଶୋଭା କପୁର, ଏକତା ଆର କପୁର, ଅମୁଲ ଭି ମୋହନ ଏବଂ ଅନସୁଲ ମୋହନ ଫିଲ୍ମ ନିର୍ମାତା ଅଟନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details