ଓଡିଶା

odisha

ETV Bharat / entertainment

ବେଙ୍ଗାଲୁରୁ ରେଭ ପାର୍ଟି ମାମଲା; ବନ୍ଧା ହେଲେ ତେଲୁଗୁ ଅଭିନେତ୍ରୀ ହେମା - Hema Arrested In Rave Party Case - HEMA ARRESTED IN RAVE PARTY CASE

Telugu Actress Hema Arrested: ବେଙ୍ଗାଲୁରୁ ରେଭ ପାର୍ଟି ମାମଲାରେ ଅଭିନେତ୍ରୀ ହେମାଙ୍କୁ ଗିରଫ କରିଛି ସିସିବି ପୋଲିସ । ତୃତୀୟ ନୋଟିସ ଜାରି କରିବା ପରେ ହେମା ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲେ ଯେଉଁଠାରେ ତାଙ୍କୁ ପଚରାଉଚରା ପରେ ଗିରଫ କରାଯାଇଛି । ଅଧିକ ପଢନ୍ତୁ,

ବେଙ୍ଗାଲୁରୁ ରେଭ ପାର୍ଟି ମାମଲା; ବନ୍ଧା ହେଲେ ତେଲୁଗୁ ଅଭିନେତ୍ରୀ ହେମା
ବେଙ୍ଗାଲୁରୁ ରେଭ ପାର୍ଟି ମାମଲା; ବନ୍ଧା ହେଲେ ତେଲୁଗୁ ଅଭିନେତ୍ରୀ ହେମା (ETV Bharat Odisha)

By ETV Bharat Odisha Team

Published : Jun 4, 2024, 8:32 AM IST

ହାଇଦ୍ରାବାଦ:ଗିରଫ ହୋଇଛନ୍ତି ତେଲୁଗୁ ଅଭିନେତ୍ରୀ ହେମା । ବେଙ୍ଗାଲୁରୁ ରେଭ ପାର୍ଟି ମାମଲାରେ ଅଭିନେତ୍ରୀଙ୍କୁ ଗିରଫ କରିଛି ସିସିବି ପୋଲିସ । ଅଭିନେତ୍ରୀ ପାର୍ଟିରେ ଡ୍ରଗ୍ସ ନେଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ (ସିସିବି) ଅଭିନେତ୍ରୀ ହେମାଙ୍କୁ ଏନେଇ ବାରମ୍ୱାର ନୋଟିସ୍ କରିଥିଲେ ହେଁ ତୃତୀୟ ନୋଟିସ ପରେ ସେ ଗତକାଲି କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଥିଲେ । ତେବେ ଏହି ସମୟରେ ପଚରାଉଚରା ପରେ ତାଙ୍କୁ ଗିରଫ କରିଛି ପୋଲିସ ।

ତୃତୀୟ ନୋଟିସ ପରେ ହାଜର ହୋଇ ଗିରଫ ହେଲେ ହେମା

ସୂଚନା ଅନୁସାରେ, ପୋଲିସ ହେମାଙ୍କୁ ଏହି ପାର୍ଟି ନେଇ ପଚରାଉଚରା ପାଇଁ ନୋଟିସ ପଠାଇଥିଲା । ପ୍ରଥମେ ଅସୁସ୍ଥତା ହେତୁ ହେମା ଏକ ସପ୍ତାହ ସମୟ ଦେବାକୁ ସିସିବି ପୋଲିସକୁ ଅନୁରୋଧ କରିଥିଲେ । ତେଣୁ ଜୁନ ୧ ରେ ହାଜର ହେବାକୁ ଦ୍ୱିତୀୟ ନୋଟିସ ଜାରି କରାଯାଇଥିଲା । ଏହା ପରେ ଶୁଣାଣି ପାଇଁ ହାଜର ନହେବା ପାଇଁ ତୃତୀୟ ନୋଟିସ ଜାରି କରାଯାଇଥିଲା । ଶେଷରେ ସେ ସୋମବାର ଦିନ (ଜୁନ ୩) ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲେ । ଏହା ପରେ ସିସିବି ପୋଲିସ ଅଭିନେତ୍ରୀଙ୍କୁ ଗିରଫ କରିଥିଲା । ଏହା ପରେ ଅଭିନେତ୍ରୀଙ୍କୁ ମେଡିକାଲରେ ପରୀକ୍ଷା କରାଯାଇ କୋର୍ଟରେ ଉପସ୍ଥାପନ କରାଯାଇଥିଲା । ଏହାର ଶୁଣାଣି କରି ସିଭିଲ ଜଜ ଅଭିନେତ୍ରୀଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ପୋଲିସକୁ ଭୁଆଁ ବୁଲାଇଥିଲେ ହେମା

ତୃତୀୟ ନୋଟିସ ଜାରି କରିବା ପରେ ଅଭିନେତ୍ରୀଙ୍କୁ ପଚରାଉଚରା କରାଯାଇଥିଲା। ଏହି ସମୟ ମଧ୍ୟରେ ସେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସଠିକ୍ ଉତ୍ତର ଦେଇପାରିନଥିଲେ। ପୋଲିସ କହିଛି ଯେ ଏହା ବ୍ୟତୀତ ସେ ଭିଡିଓ ମଧ୍ୟ କରି ପୋଲିସକୁ ବିଭ୍ରାନ୍ତ କରିଥିବା ହେତୁ ତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ରେଭ ପାର୍ଟିରେ ଡ୍ରଗ୍ ଯୋଗାଉଥିବା ଡିଜେ ହଲି ବାସିନ୍ଦା ଇମାର ସରିଫଙ୍କୁ ଗିରଫ କରାଯାଇଛି । ପାର୍ଟିକୁ ଡ୍ରଗ୍ସ ଆଣିବାକୁ ସରିଫଙ୍କୁ କୁହାଯାଇଥିଲା । ଏହି ଅନୁଯାୟୀ ସେ ବିଭିନ୍ନ ପ୍ରକାରର ଡ୍ରଗ୍ ନେଇ ପାର୍ଟିକୁ ଆସିଥିଲେ । ଆୟୋଜକମାନେ ପାର୍ଟିରେ ଡ୍ରଗ୍ସ ଦେଇଥିଲେ । ସିସିବି ପୋଲିସ କହିଛି ଯେ ଅଭିଯୁକ୍ତ ସରିଫଙ୍କ ଠାରୁ ୪୦ଟି MDMA ଟାବଲେଟ୍ ମିଳିଛି ।

ପୁରା ମାମଲା କ'ଣ?

ସୂଚନା ଥାଉ କି, ଗତ ମେ ୨୦ ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ଏକ ରେଭ ପାର୍ଟିରେ ଯୋଗ ଦେଇଥିବା ଅଧିକାଂଶ ଲୋକ ଡ୍ରଗ୍ସ ନେଇଥିବା ଅଭିଯୋଗ ହୋଇଥିଲା । ଏଥିରେ ଅନେକ ବଡ଼ ବ୍ୟକ୍ତି ବିଶିଷ୍ଟ ବ୍ୟବସାୟୀ ଏବଂ ଫିଲ୍ମ ତାରକା ସାମିଲ ହୋଇଥିଲେ । ଯେଉଁଥିରେ ହେମା ସାମିଲ ଥିଲେ । ଏହି ଅଭିଯୋଗ ପରେ ପୋଲିସ ରେଡ କରିବା ସହ ବେଙ୍ଗାଲୁରୁ ପୋଲିସ ପାର୍ଟିରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲା । ଯାହା ପରେ ତେଲୁଗୁ ଅଭିନେତ୍ରୀଙ୍କ ସମେତ ୮୬ ଜଣଙ୍କ ରକ୍ତ ନମୁନାରେ ଡ୍ରଗ୍ସ ନେଇଥିବା ସ୍ପଷ୍ଟ କରିଥିଲା । ୧୦୩ ଜଣଙ୍କ ମଧ୍ୟରୁ ୮୬ ଜଣଙ୍କ ରକ୍ତ ପରୀକ୍ଷା ନିଶା ସେବନ କରିଥିବା ଜଣାପଡିଥିଲା । ୭୩ ଜଣଙ୍କ ମଧ୍ୟରୁ ୫୯ ଜଣ ପୁରୁଷ ଥିବା ବେଳେ ୨୭ଜଣ ମହିଳା ରହିଥିଲେ ।

ଏହା ମଧ୍ୟ ପଢନ୍ତୁ:ବେଙ୍ଗାଲୁରୁ ରେଭ ପାର୍ଟି; ତେଲୁଗୁ ଅଭିନେତ୍ରୀଙ୍କ ସମେତ ୮୬ ଜଣ ନେଇଥିଲେ ଡ୍ରଗ୍ସ, ବ୍ଲଡ୍ ସାମ୍ପୁଲରେ ଖୁଲାସା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details