ହାଇଦ୍ରାବାଦ:ଅଭିନେତ୍ରୀ ସୁସ୍ମିତା ସେନ ପ୍ରାୟ ୩୦ବର୍ଷ ଧରି ଭାରତୀୟ ଝିଅମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଆଜକୁ ଠିକ୍ ୩୦ ବର୍ଷ ପୂର୍ବେ ଅଭିନେତ୍ରୀ ମିସ ୟୁନିଭର୍ସର ଟାଇଟଲ ହାସଲ କରି ଭାରତୀୟଙ୍କୁ ଗର୍ବିତ କରିଥିଲେ । ଅଭିନେତ୍ରୀ ଏହି ସଫଳତା ହାସଲ କରିବାର ୩୦ବର୍ଷ ପୂରିଥିବା ବେଳେ ଅଭିନେତ୍ରୀଙ୍କ ଏହା ସର୍ବଦା ସ୍ୱତନ୍ତ୍ର ହୋଇ ରହିଛି । ଏହି ଅବସରରେ ଅଭିନେତ୍ରୀ ସେହି ପୁରୁଣା ସ୍ମୃତିକୁ ତାଜା କରିଛନ୍ତି ଏବଂ ଏବଂ ହୃଦୟସ୍ପର୍ଶୀ ନୋଟ୍ ସହ ଫ୍ୟାନ୍ସ ଏବଂ ଭାରତବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ମିସ ୟୁନିଭର୍ସକୁ ୩୦ବର୍ଷ; ଖୁସିବ୍ୟକ୍ତ କଲେ ସୁସ୍ମିତା
ଇନଷ୍ଟାଗ୍ରାମରେ ସୁସ୍ମିତା ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଏକ ଶିଶୁ କନ୍ୟା ତାଙ୍କ କୋଳରେ ଧରିଥିବାର ଦେଖିବାକୁ ମିଳିଛି । ଫଟୋ ସେୟାର କରି ସୁସ୍ମିତା ଲେଖିଛନ୍ତି, ''ଏହି ଛୋଟ ଝିଅ, ଯାହାକୁ ମୁଁ ଏକ ଅନାଥ ଆଶ୍ରମରେ ଭେଟିଥିଲି, ସେ ମୋତେ ୧୮ ବର୍ଷ ବୟସରେ ଜୀବନର ମଧୁର କିନ୍ତୁ ଗଭୀର ଶିକ୍ଷା ଦେଇଥିଲେ, ମୁଁ ଆଜି ମଧ୍ୟ ସେଗୁଡ଼ିକ ଦ୍ୱାରା ବଞ୍ଚିଛି । ଏହି କ୍ୟାପଚର କରାଯାଇଥିବା ମୁହୂର୍ତ୍ତକୁ ଆଜି ୩୦ବର୍ଷ ପୂରିଛି ଏବଂ ମିସ୍ ୟୁନିଭର୍ସ ଭାବେ ଭାରତର ପ୍ରଥମ ବିଜୟ ମଧ୍ୟ ହୋଇଥିଲା । 'ଏହା କେତେ ସୁନ୍ଦର ଯାତ୍ରା ଥିଲା ଏବଂ ଏବେ ବି ଏହା ଜାରି ରହିଛି । ମୋର ସର୍ବ ବୃହତ ପରିଚୟ ଏବଂ ଶକ୍ତି ହୋଇଥିବାରୁ ଫ୍ୟାନ୍ସ ଏବଂ ଭାରତବାସୀଙ୍କୁ ଧନ୍ୟବାଦ।''
ବିବାହ ନ କରି ଦୁଇ ସନ୍ତାନର ମାଆ