ଓଡିଶା

odisha

ETV Bharat / entertainment

ଓଡ଼ିଆ ଫିଲ୍ମ 'ଶିମଲୀ' ଟ୍ରେଲର ଓ ଅଡ଼ିଓ ରିଲିଜ, ଏହି ଦିନ ପରଦାକୁ ଆସିବ ଫିଲ୍ମ - ODIA FILM SIMILI

ଓଡ଼ିଆ ଫିଲ୍ମ 'ଶିମଲୀ' ଟ୍ରେଲର ଓ ଅଡିଓ ରିଲିଜ ହୋଇଛି । ଏହି ସମୟରେ ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ କରାଯାଇଛି । ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମ ?

Simili Trailer And Audio Release
Simili Trailer And Audio Release (film poster)

By ETV Bharat Entertainment Team

Published : Feb 23, 2025, 12:26 PM IST

ଭୁବନେଶ୍ୱର:ଓଡ଼ିଆ ଫିଲ୍ମ 'ଶିମଲୀ' ଟ୍ରେଲର ଓ ଅଡିଓ ରିଲିଜ ହୋଇଛି । ଏମ କେ.ଆର୍ ପ୍ରଡକସନ୍ସ ବ୍ୟାନରରେ ଫିଲ୍ମ ‘ଶିମଲୀ’ ନିର୍ମାଣ ହୋଇଥିବା ବେଳେ ଭୁବନେଶ୍ୱର ପ୍ରେସ୍ କ୍ଳବ୍ ଠାରେ ଏହାର ଟ୍ରେଲର ଓ ଅଡିଓ ରିଲିଜ ହୋଇଛି । ଶିମିଳିପାଳ ଅଭୟାରଣ୍ୟର ଅକୁହା କାହାଣୀକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଶିମଲୀ' (the untold story of similipal)। ଫିଲ୍ମଟି ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ସୂର୍ଯ୍ୟମୟୀ ଓ ଲିପିକା ସେନାପତି । ଯାହା ଆସନ୍ତା ମାର୍ଚ୍ଚ ୧୪ରେ ମୁକ୍ତିଲାଭ କରିବ ବୋଲି ଘୋଷଣା କରିଛି ପ୍ରଯୋଜନା ସଂସ୍ଥା ।

Simili Trailer And Audio Release (ETV Bharat Odisha)


'ଶିମଲୀ' ଷ୍ଟାରକାଷ୍ଟ

ଜଙ୍ଗଲର ସୁରକ୍ଷା ପାଇଁ ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ (ଡିଏଫଓ ବା ଜିଲ୍ଲା ଜଙ୍ଗଲ ସୁରକ୍ଷା ଅଧିକାରୀ) ଭାବେ ଆକ୍ସନ ମୋଡ଼ରେ ନଜର ଆସିବେ ଅଭିନେତ୍ରୀ ସୂର୍ଯ୍ୟମୟୀ । ଅନ୍ୟ ଭୂମିକାରେ ରହିଛନ୍ତି ଲିପିକା ସେନାପତି, ମନୋଜ ରାଉତ, ଅନୁପ ଶାହା ଓ ଚୌଧୁରୀ ବିକାଶ ଦାସ । ଆକ୍ସନର ଭରା ଏହି ଚଳଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର ମଣି । ଗଳ୍ପ ଓ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ସ୍ମିତା ରାଉତ । ଜୁଡୋ ରାମୁ ଫିଲ୍ମର ଆକ୍ସନ ନିର୍ଦ୍ଦେଶନା ଦେଇଛନ୍ତି ।ସ୍ମିତା ରାଉତଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ସଂଳାପ ଲେଖିଛନ୍ତି ଭାବବିନୋଦ ମହାପାତ୍ର। ବାଚୁ ମୁଖାର୍ଜୀ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅରୁଣ ମନ୍ତ୍ରୀ, ଡକ୍ଟର ନିର୍ମଳ ନାୟକ ଓ ଭାବବିନୋଦ ମହାପାତ୍ର ଗୀତ ରଚନା କରିଛନ୍ତି । ଏଥିରେ ଚାରିଟି ଗୀତ ରହିଛି। ଧ୍ରୁବାନନ୍ଦ ପଣ୍ଡା ଶିମଲୀ ର ସିନେମାଟୋଗ୍ରାଫର୍ ଅଛନ୍ତି ।


'ଶିମଲୀ' କାହାଣୀ

ଏହାସହ ୟୁ ସେନସର୍ ସାର୍ଟିଫିକେଟ୍ ପାଇଥିବା ଏହି ଭିନ୍ନ ଧରଣର ଓଡ଼ିଆ ଚଳଚ୍ଚିତ୍ର ଚିରାଚରିତ ଫ୍ୟାମିଲି ଡ୍ରାମାରୁ ବାହାରି ମୌଳିକ କାହାଣୀ ଉପରେ ଆଧାରିତ । ଶିମିଳିପାଳ ଜଙ୍ଗଲର ନିତିଦିନିଆ ଘଟଣା ଉପରେ "ଶିମଲୀ" ର କଥାବସ୍ତୁ ଆଧାରିତ । ହାତୀଦାନ୍ତ ଓ ବାଘଛାଲ ଚୋରାଚାଲାଣ, ବନରକ୍ଷୀଙ୍କୁ ଆକ୍ରମଣ ଭଳି ଅପରାଧର କାହାଣୀ ରହିଛି । ଜଙ୍ଗଲ ସୁରକ୍ଷାକୁ ଗୁରୁତ୍ୱ ଦେଇ ନିର୍ମାଣ ହୋଇଛି ଶିମଲୀ । ଏହି ଫିଲ୍ମରେ ଶିମିଳିପାଳରେ କିଭଳି ଭାବେ ଠିକାଦାର ଓ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ କାଠ ଓ ବିଭିନ ପ୍ରାଣୀ ଛାଲ ଚୋରା ଚାଲାଣ ହେଉଛି ତାର କେତେକ ଅକୁହା କାହାଣୀ ସିନେମା ମାଧ୍ୟମରେ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ:ପରଦାରେ 'ରଙ୍ଗଶୁର', ବାଘ ନାଚ ପରମ୍ପରା-ନାରୀ ସଶକ୍ତିକରଣର କାହାଣୀ ଦେଖିଲେ ଦର୍ଶକ

ଟ୍ରେଲର ରିଲିଜ ସମୟରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବନ ପର୍ଯ୍ୟାବରଣ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ, ବାଙ୍ଗିରିପୋଷି ବିଧାୟକ ସଞ୍ଜଳି ମୁର୍ମୁ, ସରସକଣା ବିଧାୟକ ଭାଦବ ହାଁସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ, ଭାରତୀୟ ରକ୍ଷା ମନ୍ତ୍ରଣାଳୟ ତଥା ଆଡ଼ଭୋକେଟ ସଂଜୀବ ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ । ଏହି ସମୟରେ ଭରପୁର ମନୋରଞ୍ଜନ ସହ ଆକ୍ସନ ଓରିଏଣ୍ଟେଡ ଏହି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିବା ବୋଲି କହିଛନ୍ତି ସୂର୍ଯ୍ୟମୟୀ

ସେହିପରି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ବିଶ୍ଵ ମାନଚିତ୍ରରେ ବେଶ ପରିଚିତ ଶିମିଳିପାଳ ଅଭୟାରଣ୍ୟ ଆଗରୁ ଏହା ରକ୍ଷଣାବେକ୍ଷଣ ଅଭାବରୁ କାନ୍ଦୁଥିଲା । ଆମ ସରକାର ତାର ବିକାଶ ଓ ସୁରକ୍ଷା ଦିଗରେ କାର୍ଯ୍ୟକରୁଛି । ଖୁବଶିଘ୍ର ଏହା ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ଵମାନଚିତ୍ର ରେ ରହିବ ସରକାର ଏଥିପାଇ ପ୍ରୟାସ କରୁଛନ୍ତି । ତେଣୁ ଏହାର ସୁରକ୍ଷା ସଚେତନତାକୁ ନେଇ ପ୍ରସ୍ତୁତ ସିନେମା ସମସ୍ତଙ୍କୁ ଭଲ ଲାଗିବ ଆଉ ଆବଶ୍ୟକ ସ୍ଥଳେ ଏହି ସିନେମା କୁ ଟ୍ୟାକ୍ସ ମୁକ୍ତ ମଧ୍ୟ କରାଯିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details