ଓଡିଶା

odisha

By ETV Bharat Odisha Team

Published : Jun 23, 2024, 5:44 PM IST

ETV Bharat / entertainment

ନା ପଡିବ ହାତଗଣ୍ଠି ନା କରିବେ ନିକାହ, ଏପରି ହେବ ଜାହିର-ସୋନାକ୍ଷୀଙ୍କ ବିବାହ - Sonakshi Sinha Zaheer Iqbal Wedding

Sonakshi Sinha Zaheer Iqbal Wedding: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ସୋନାକ୍ଷୀ ସିହ୍ନା ଓ ଜାହିର ଇକବାଲ । ଉଭୟ କୋର୍ଟ ମ୍ୟାରେଜ କରିବାକୁ ଥିବାବେଳେ ମେହେନ୍ଦୀ, ହଳଦୀ ସମାରୋହଠାରୁ ଆରମ୍ଭ କରି ଉଭୟ ବିବାହରେ କ’ଣ ପିନ୍ଧି ପାରିବେ ସେ ପର୍ଯ୍ୟନ୍ତ ସମସ୍ତ ଭିଡିଓଗୁଡିକ ଭାଇରାଲ ହେବାରେ ଲାଗିଛି । ଏହାରି ମଧ୍ୟରେ ସୋନାକ୍ଷୀଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ନା ପଡିବ ହାତଗଣ୍ଠି ନା କରିବେ ନିକାହ, ଏପରି ହେବ ଜାହିର-ସୋନାକ୍ଷୀଙ୍କ ବିବାହ
ନା ପଡିବ ହାତଗଣ୍ଠି ନା କରିବେ ନିକାହ, ଏପରି ହେବ ଜାହିର-ସୋନାକ୍ଷୀଙ୍କ ବିବାହ (Instagram)

ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ହାତ ଧରିବେ ଅଭିନେତା ଜାହିର ଇକବାଲ । ଖବର ଅନୁଯାୟୀ ଉଭୟେ କୋର୍ଟ ମ୍ୟାରେଜ କରିବାକୁ ଯାଉଛନ୍ତି । ଏହି ଅବସରରେ ଏହି କପଲଙ୍କ ଘରେ ଅତିଥିଙ୍କ ମେଳି ଦେଖିବାକୁ ମିଳିଥିବାବେଳେ ଉଭୟଙ୍କ ଘର ସୁନ୍ଦର ଭାବେ ସାଜସଜ୍ଜା କରାଯାଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୋନାକ୍ଷୀ ସିହ୍ନାଙ୍କ ଘର 'ରାମାୟଣ' ବିଭିନ୍ନ ଲାଇଟ୍ସରେ ସଜାଯାଇଛି । ସେପଟେ ନିକଟରେ ଅଭିନେତା ଜାହିର ଇକବାଲଙ୍କ ଘରେ ହଳଦୀ ଏବଂ ମେହେନ୍ଦୀ କାର୍ଯ୍ୟକ୍ରମ ହୋଇଥିବା ଭିଡିଓ ଭାଇରାଲ ହୋଇଛି । ଏହାରି ମଧ୍ୟରେ ବିବାହ ପୂର୍ବରୁ ସୋନାକ୍ଷୀଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି ।

ସୋନାକ୍ଷୀଙ୍କ ମୁହଁରେ ଗ୍ଲୋ

ସୋସିଆଲ ମିଡିଆରେ ପାପରାଜିଙ୍କ ଦ୍ୱାରା ସେୟାର ହୋଇଥିବା ଭିଡିଓରେ ସୋନାକ୍ଷୀ ବ୍ଲୁ ରଙ୍ଗର ସାଲୱାର ସୁଟରେ ତାଙ୍କ ମାଆଙ୍କ ସାଙ୍ଗରେ ନଜର ଆସିଛନ୍ତି । ଏହି ଭିଡିଓରେ ସୋନାକ୍ଷୀଙ୍କ ମୁହଁରେ ଗ୍ଲୋ ଦେଖିବାକୁ ମିଳିଛି । ଏଥିସହ ସେ ହ୍ୱାଇଟ୍‌ ରଙ୍ଗର ଆଉଟଫିଟରେ ମଧ୍ୟ ନଜର ଆସିଛନ୍ତ । ସେପଟେ ଜାହିର ଇକବାଲ ନିଜ ଘର ବାହାରେ ନଜର ଆସିଛନ୍ତି ।

ସୋନାକ୍ଷୀଙ୍କ ଲେହେଙ୍ଗା ଏହିପରି ହେବ

ସୋନାକ୍ଷୀ ଏବଂ ଜାହିର ଆଜି ସେମାନଙ୍କ ବିବାହରେ କେଉଁ ରଙ୍ଗର ପୋଷାକ ପିନ୍ଧିବେ, ତାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସୋନାକ୍ଷୀ ଏହି ସମୟରେ ପିଚ୍‌ ରଙ୍ଗର ଲେହେଙ୍ଗା ଲୁକରେ ନଜର ଆସିବାକୁ ଥିବାବେଳେ ଗୋଲ୍ଡେନ ରଙ୍ଗର ଶେରୱାନିରେ ନଜର ଆସିବେ ଜାହିର । ଏହି ଉଭୟ ବିବାହ ପୋଷାକ ବହୁତ ସୁନ୍ଦର ଦେଖାଯାଉଛି । ସେପଟେ ରବିବାର ଉଭୟଙ୍କ ମେହେନ୍ଦୀ ସେରିମୋନୀ ହୋଇଥିବାବେଳେ ଉଭୟ ପରିବାର ସହ ଏକ ଗ୍ରୁପ ଫଟୋରେ ନଜର ଆସିଛନ୍ତି ।

ଧର୍ମ ପରିବର୍ତ୍ତନ କରିବେ କି ସୋନାକ୍ଷୀ?

ସୂଚନା ଅନୁସାରେ, ସୋନାକ୍ଷୀ ସିହ୍ନା ବିବାହ କିମ୍ବା ବିବାହ ପରେ ତାଙ୍କ ଧର୍ମ ପରିବର୍ତ୍ତନ କରିବେ ନାହିଁ । ଏହି ଅଭିନେତ୍ରୀ ହିନ୍ଦୁ ହୋଇଥିବାବେଳେ ମୁସଲିମ ଧର୍ମୀ ଅଟନ୍ତି ଜାହିର । ତେବେ ତାଙ୍କୁ ସୋନାକ୍ଷୀ ବିବାହ କରିବା ପରେ ମଧ୍ୟ ହିନ୍ଦୁ ରହିବେ । ବିବାହ ପରେ ମଧ୍ୟ ସେ ତାଙ୍କ ନାମ ପରିବର୍ତ୍ତନ କରିବେ ନାହିଁ ବୋଲି ଜଣାପଡ଼ିଛି ।

ବିବାହ କେଉଁ ରୀତିନୀତିରେ ହେବ?

ସୋନାକ୍ଷୀଙ୍କ ବିବାହ ମୁସଲମାନ ରୀତିନୀତି ଅନୁଯାୟୀ କିମ୍ବା ହିନ୍ଦୁ ଧର୍ମ ଅନୁଯାୟୀ ହେବ ନାହିଁ । ଏହି ବିବାହ ୧୯୫୪ର ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ ଏକ ପଞ୍ଜୀକୃତ ବିବାହ ହେବ । ଯାହାର ଉଭୟ ଧର୍ମ ସହିତ କୌଣସି ସମ୍ପର୍କ ନାହିଁ । ଏଭଳି ପରିସ୍ଥିତିରେ ଉଭୟ ହିନ୍ଦୁ ଏବଂ ମୁସଲମାନ ଧର୍ମର କୌଣସି ରୀତିନୀତି ପାଳନ କରାଯିବ ନାହିଁ ବୋଲି ଜଣାପଡ଼ିଛି ।

ସ୍ପେଶାଲ ମ୍ୟାରେଜ ଆକ୍ଟ କ'ଣ?

ସ୍ପେଶାଲ ମ୍ୟାରେଜ ଆକ୍ଟ ହେଉଛି ଏକ ଆଇନ, ଯାହା ଦୁଇଟି ଭିନ୍ନ ଧର୍ମର ଲୋକଙ୍କୁ ଭାରତୀୟ ସମ୍ବିଧାନ ଅନୁଯାୟୀ ବିବାହ କରିବାକୁ ଅନୁମତି ଦେଇଥାଏ । ଏହା କେବଳ ହିନ୍ଦୁ ଏବଂ ମୁସଲମାନମାନଙ୍କ ପାଇଁ ନୁହେଁ, ବରଂ ଅନ୍ୟ ଧର୍ମର ଲୋକଙ୍କ ପାଇଁ ମଧ୍ୟ କାମ କରିଥାଏ । କିନ୍ତୁ ଏଥିପାଇଁ ବିବାହ କରୁଥିବା ନାଗରୀକ ଭାରତୀୟ ହେବା ଆବଶ୍ୟକ । ସେ ବିଦେଶରେ ମଧ୍ୟ ରୁହନ୍ତୁ ନା କାହିଁକି, କେବଳ ସେ ଜଣେ ଭାରତୀୟ ହେବା ଜରୁରୀ । ଏହି ଆକ୍ଟ ଅନୁଯାୟୀ ବିବାହ ବେଳେ କୌଣସି ଧର୍ମର କୌଣସି ରୀତିନୀତି ପାଳନ କରାଯିବ ନାହିଁ । ଆଇନ ଅନୁଯାୟୀ ଉଭୟଙ୍କ ବିବାହ ହେବ ।

କେବେ ହେବ ୱେଡିଂ ରିସେପ୍ସନ ପାର୍ଟି?

ଆଜି ଉଭୟ କୋର୍ଟ ମ୍ୟାରେଜ କରିବା ପରେ ଗତକାଲି ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ରେଷ୍ଟୁରାଣ୍ଟରେ ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି ଦେବେ । ଏହି ପାର୍ଟିରେ ସଲମାନ ଖାନଙ୍କ ସହ ଅଭିନେତ୍ରୀ ହୁମା କ୍ୟୁରେଶିଙ୍କ ଭଳି କିଛି ଘନିଷ୍ଠ ବନ୍ଧୁ, ହୀରାମଣ୍ଡି ଫିଲ୍ମର ଷ୍ଟାର କାଷ୍ଟ, ବଲିଉଡର ଅନ୍ୟ କେତେକ ସେଲିବ୍ରିଟି ଏଥିରେ ସାମିଲ ହେବେ ବୋଲି ଜଣାପଡିଛି ।

ଏମିତି ଆରମ୍ଭ ହୋଇଥିଲା ସୋନାକ୍ଷୀ-ଜାହିରଙ୍କ ସମ୍ପର୍କ

ଜାହିର ଇକବାଲ ଜଣେ ବ୍ୟବସାୟୀ ପରିବାରର ଅଟନ୍ତି । ତାଙ୍କ ପିତା ଇକବାଲ ରତନସୀ ଜଣେ ଜଣାଶୁଣା ବ୍ୟବସାୟୀ । ସଲମାନ ଖାନଙ୍କ ପରିବାର ସହ ତାଙ୍କର ମଧ୍ୟ ଘନିଷ୍ଠ ବନ୍ଧୁତା ରହିଛି । ସଲମାନ ଖାନ ଫିଲ୍ମ 'ନୋଟବୁକ୍' ସହ ୨୦୧୯ରେ ଜାହିରଙ୍କୁ ଲଞ୍ଚ କରିଥିଲେ । ଜାହିର ଏବଂ ସୋନାକ୍ଷୀ ସଲମାନ ଖାନଙ୍କ ଏକ ପାର୍ଟିରେ ଭେଟିଥିଲେ । ପ୍ରଥମେ ସେମାନେ ବନ୍ଧୁ ହେଲେ ଏବଂ ପରେ ସେମାନେ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ । ତା'ପରେ ସୋନାକ୍ଷୀ ପ୍ରଥମ ଥର ପାଇଁ ଫିଲ୍ମ 'ଡବଲ୍ ଆକ୍ସେଲ'ରେ ଜାହିରଙ୍କ ସହ କାମ କରିଥିଲେ । ଏହାପରେ ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ:ସୋନାକ୍ଷୀଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ଶତ୍ରୁଘ୍ନ ସିହ୍ନା, କହିଲେ- ଆଜିକାଲିର ପିଲା...

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details