ଓଡିଶା

odisha

By ETV Bharat Odisha Team

Published : Feb 13, 2024, 1:31 PM IST

ETV Bharat / entertainment

ମଣିକନ୍ଦନଙ୍କ ଘରୁ ଚୋରି ମାମଲା; ଅନୁତାପ କଲେ ଦୁବୃର୍ତ୍ତ, ପୁରସ୍କାର ପଦକ ଫେରାଇ କ୍ଷମା ମାଗିଲେ

Robbers Return Manikandans National Award Medal: ନିକଟରେ ଫିଲ୍ମ ନିର୍ଦ୍ଦେଶକ ମଣିକନ୍ଦନଙ୍କ ଘରୁ ଚୋରି ହୋଇଥିଲା । ବର୍ତ୍ତମାନ ଚୋରି କରିଥିବା ଦୁବୃର୍ତ୍ତମାନେ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ତାଙ୍କ ଜାତୀୟ ପୁରସ୍କାର ପଦକକୁ ଫେରାଇଛନ୍ତି । ଅଧିକ ପଢନ୍ତୁ

ମଣିକନ୍ଦନଙ୍କ ଘରୁ ଚୋରି ମାମଲା; ଦୁବୃର୍ତ୍ତ ମାଗିଲେ କ୍ଷମା, ଫେରାଇଲେ ଜାତୀୟ ପୁରସ୍କାର ପଦକ
ମଣିକନ୍ଦନଙ୍କ ଘରୁ ଚୋରି ମାମଲା; ଦୁବୃର୍ତ୍ତ ମାଗିଲେ କ୍ଷମା, ଫେରାଇଲେ ଜାତୀୟ ପୁରସ୍କାର ପଦକ

ମଣିକନ୍ଦନଙ୍କ ଘରୁ ଚୋରି ମାମଲା; ଦୁବୃର୍ତ୍ତ ମାଗିଲେ କ୍ଷମା, ଫେରାଇଲେ ଜାତୀୟ ପୁରସ୍କାର ପଦକ

ଚେନ୍ନାଇ: ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏମ ମଣିକନ୍ଦନଙ୍କ ଘରୁ ଚୋରି ମାମାଲା । କିଛି ଦିନ ତଳେ ଦୁର୍ବୃତ୍ତମାନେ ତାଙ୍କ ଘରୁ ୧ ଲକ୍ଷ ନଗଦ ଟଙ୍କା ଓ ମୂଲ୍ୟବାନ ସୁନାଗହଣା ସହ ଜାତୀୟ ପୁରସ୍କାରରେ ଲାଗିଥିବା ରୂପା ପଦକକୁ ଚୋରି କରିନେଇଥିଲେ । ଏବେ ଏହି ଘଟଣାରେ ରୋଚକ ଖବର ସାମ୍ନାକୁ ଆସିଛି । ଚୋରି କରିଥିବା ଦୁବୃର୍ତ୍ତମାନେ ନିଜ କାର୍ଯ୍ୟ ପାଇଁ ଅନୁତାପ କରିବା ସହ ନିର୍ଦ୍ଦେଶକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ତାଙ୍କର ଜାତୀୟ ପୁରସ୍କାର ରୂପା ପଦକକୁ ଫେରାଇ ଦେଇଛନ୍ତି ।

ମିଲିଥିବା ସୂଚନା ଅନୁସାରେ, ନିର୍ଦ୍ଦେଶକଙ୍କ ଘର ବାହାରେ ଚୋରମାନେ ଏକ ବ୍ୟାଗ ଛାଡି ଦେଇଥିଲେ । ଏଥିରେ ଏକ ନୋଟ୍ ସହ ସେମାନେ ନିର୍ମାତାଙ୍କ ଜାତୀୟ ପୁରସ୍କାରର ରୂପା ପଦକକୁ ଫେରାଇ ଦେଇଛନ୍ତି । ଏହି ନୋଟରେ ସେମାନେ ଲେଖିଛନ୍ତି, ''ସାର୍ ଆମକୁ କ୍ଷମା କରିଦିଅ । ଆପଣଙ୍କ ପରିଶ୍ରମ ଆପଣଙ୍କର ଅଟେ ।'' ସେପଟେ ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଛି । ଫେରସ୍ତ ପଦକର ଖବର ପାଇ ପୋଲିସ ସେଠାରେ ପହଞ୍ଚି ଏହାକୁ ଜବତ କରିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଥାଉକି, ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ନିର୍ଦ୍ଦେଶକ ମଣିକନ୍ଦନଙ୍କ ମଦୁରାଇ ଜିଲ୍ଲାର ଉସିଲାମପଟ୍ଟିରେ ଅବସ୍ଥିତ ବାସଭବନରୁ ଚୋରି ହୋଇଥିଲା । ଚଳଚ୍ଚିତ୍ର କାମ ଯୋଗୁଁ ଗତ ୨ ମାସରୁ ଊର୍ଦ୍ଧ୍ୱ ହେବ ସେ ଚେନ୍ନାଇରେ ନିଜ ପରିବାର ସହ ରହୁଥିବା ବେଳେ ଘରେ କେହିନଥିବାର ସୁଯୋଗ ନେଇ ଦୁବୃର୍ତ୍ତମାନେ ଘରର ତାଲା ଭାଙ୍ଗି କଳାକନା ବୁଲାଇଥିଲେ । ଏହାପରେ ଘଟଣା ନେଇ ସ୍ଥାନୀୟ ଉସିଲାମପଟ୍ଟି ଥାନାରେ ଅଭିଯୋଗ ହୋଇଥିଲା । ଉସିଲାମପଟ୍ଟି ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ଏହା ମଧ୍ୟ ପଢନ୍ତୁ:ନିର୍ଦ୍ଦେଶକ ମଣିକନ୍ଦନଙ୍କ ଘରେ କଳାକନା ବୁଲାଇଲେ ଚୋର

ମଣିକନ୍ଦନଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଅଗଷ୍ଟ ୨୦୨୩ରେ, ଫିଲ୍ମ ନିର୍ମାତା ମଣିକନ୍ଦନ ଡିସ୍ନି ପ୍ଲସ ହଟଷ୍ଟାରରେ ଏକ ନୂଆ ଧାରାବାହିକ ସହ ତାଙ୍କର ଓଟିଟି ଡେବ୍ୟୁ କରିବେ ବୋଲି ଘୋଷଣା କରିଥିଲେ । ଏହି ଧାରାବାହିକରେ ବିଜୟ ସେଥୁପଥି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଆନନ୍ଦବନ କଟ୍ଟଲାଇ ଏବଂ କୈଦସି ବିବାସୟି ଫିଲ୍ମ ପରେ ଏହି ଫିଲ୍ମ ଜରିଆରେ ବିଜୟଙ୍କ ସହ ସେ ତୃତୀୟ ଥର ପାଇଁ ଏକାଠି କାମ କରିଛନ୍ତି । ତାମିଲନାଡୁର ମଣିକନ୍ଦନଙ୍କ ନିଜ ସହର ଉସିଲାମପଟ୍ଟିରେ ଏହି ୱେବ ସିରିଜ୍ ପ୍ରିମିୟର୍ ହୋଇଥିଲା । 7C ଏଣ୍ଟରଟେନମେଣ୍ଟ ପିଭି ଲିମିଟେଡର ପି ଅରୁମୁକୁକୁମାରଙ୍କ ଦ୍ୱାରା ନିର୍ମିତ ଏହି ଧାରାବାହିକରେ ରାଜେଶ ମୁରୁଗେସାନଙ୍କ ସଙ୍ଗୀତ ରହିଥିବା ବେଳେ ଶାନମୁଗୁସୁନ୍ଦରାମ ସିନେମାଟୋଗ୍ରାଫି କରିଛନ୍ତି ।

ABOUT THE AUTHOR

...view details