ETV Bharat / state

ପୂଜା ପେଣ୍ଡାଲରେ ନୂଆ ସଦସ୍ୟ ଖୋଜିବ ବିଜେପି, 1ରୁ ଦ୍ବିତୀୟ ପର୍ଯ୍ୟାୟ ଅଭିଯାନ - BJP YUVA MORCHA MEMBERSHIP DRIVE

author img

By ETV Bharat Odisha Team

Published : 3 hours ago

2ND PHASE BJP MEMBERSHIP DRIVE: ଆରମ୍ଭ ହେବ ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ସଦସ୍ୟତା ଅଭିଯାନ । ଏନେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ଯୁବମୋର୍ଚ୍ଚା ପକ୍ଷରୁ ସଦସ୍ୟତା କର୍ମଶାଳା ଆୟୋଜନ ହୋଇଥିଲା । ତେବେ ବିଜେପି ଟାର୍ଗେଟ କଲେଜ କ୍ୟାମ୍ପସ ଏବଂ ପୂଜା ପେଣ୍ଡାଲ । ଅଧିକ ପଢନ୍ତୁ

BJP YUVA MORCHA MEMBERSHIP DRIVE
BJP YUVA MORCHA MEMBERSHIP DRIVE (ETV Bharat Odisha)

ଭୁବନେଶ୍ବର: ଆସିଲାଣି ପାର୍ବଣ ୠତୁ । ଏହାକୁ ନଜର ରଖି ପୂଜା ପେଣ୍ଡାଲକୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସଦସ୍ୟତା ଅଭିଯାନ ମାଧ୍ୟମରେ ଦଳରେ ଯୁବକମାନଙ୍କୁ ସାମିଲ କରାଯିବ । ସାରା ରାଜ୍ୟର ପ୍ରତି ମଣ୍ଡଳ ଯେଉଁ ଜାଗାରେ ପୂଜା ହେବ । ସେହିସବୁ ପେଣ୍ଡାଲରେ ଦଳ କ୍ୟାମ୍ପ କରିବ । ଏନେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ବଜେପି ଯୁବ ମୋର୍ଚ୍ଚ ପକ୍ଷରୁ ଏନେଇ ଏକ ସଦସ୍ୟତା କର୍ମଶାଳା ଆୟୋଜନ ହୋଇଥିଲା । ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ଯୁବ ମୋର୍ଚ୍ଚ ସଭାପତି ଅଭିଳାଷ ପଣ୍ଡା କର୍ମୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।

ଦ୍ଵିତୀୟ ପର୍ଯ୍ୟାୟ ସଦସ୍ୟତା ଅଭିଯାନ:

ବିଜେପିର ସଦସ୍ୟତା ଅଭିଯାନ ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହୋଇଛି । ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ସଦସ୍ୟତା ଚାଲିଥିଲା । ଦ୍ଵିତୀୟ ପର୍ଯ୍ୟାୟ ସଦସ୍ୟତା ଅଭିଯାନ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଯାହାକୁ ନେଇ ବିଜେପି ମୋର୍ଚ୍ଚାମାନଙ୍କୁ ଦାୟିତ୍ଵ ଦିଆଯାଇଛି । ବିଜେପି ଯୁବମୋର୍ଚ୍ଚା ଏହାକୁ ନେଇ ରଣନୀତି କରିଛି । ଆଜି ପ୍ରସ୍ତୁତି ବୈଠକରେ ଚୂଡାନ୍ତ ରଣନୀତି ହୋଇଛି । ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରୁ ଆସିଥିବା କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ଏହି ବୈଠକରେ ।

ବିଜେପି ଟାର୍ଗେଟ କଲେଜ କ୍ୟାମ୍ପସ:

ବିଜେପି ଯୁବ ମୋର୍ଚ୍ଚାର ଟାର୍ଗେଟ ରାଜ୍ୟର ସମସ୍ତ କଲେଜ କ୍ୟାମ୍ପସ, ସମସ୍ତ ହଷ୍ଟେଲ, ଛାତ୍ରଛାତ୍ରୀ ରହୁଥିବା ମେସକୁ ଯାଇ ଯୁବ ବର୍ଗଙ୍କୁ ବିଜେପି ସାମିଲ କରିବା ପାଇଁ ରଣନୀତି ହୋଇଛି । ଡିଗ୍ରୀ କଲେଜ, ବିଶ୍ଵବିଦ୍ୟାଳୟ, ପ୍ରଫେସନାଲ କଲେଜ, କୋଚିଂ ସେଣ୍ଟର ଯୁବ ମୋର୍ଚ୍ଚା କ୍ୟାମ୍ପ କରି ତାର ସଦସ୍ୟତା ଅଭିଯାନ କରିବ । କ୍ୟାମ୍ପ ମେମ୍ବରସିପ ମାଧ୍ୟମରେ ବିଜେପି ତାର ସଦସ୍ୟ କରିବ ।

ପୂଜା ପେଣ୍ଡାଲକୁ ଟାର୍ଗେଟ:

ଆଗକୁ ପାର୍ବଣ ୠତୁ । ତାକୁ ନଜର ନଜର ରଖି ପୂଜା ପେଣ୍ଡଲରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସଦସ୍ୟତା ଅଭିଯାନ ମାଧ୍ୟମରେ ଦଳରେ ଯୁବକମାନଙ୍କୁ ସାମିଲ କରାଯିବ । ସାରା ରାଜ୍ୟର ପ୍ରତି ମଣ୍ଡଳ ଯେଉଁ ଜାଗାରେ ପୂଜା ହେବ । ସେଇ ସବୁ ପେଣ୍ଡାଲରେ ଦଳ କ୍ୟାମ୍ପ କରିବ । ବଜାର, ହାଟ, ମଲରେ ଏହି ଅଭିଯାନକୁ ତ୍ବରାନ୍ବିତ କରି ବିଜେପିରେ ଅଧିକରୁ ଅଧିକ ଯୁବ ବର୍ଗଙ୍କୁ ସାମିଲ କରାଯିବ । ବିଜେପି ଯୁବ ମୋର୍ଚ୍ଚା ଏହି ୧୫ ଦିନକୁ ତିନି ଭାଗରେ ବିଭକ୍ତ କରି ତାର ସଦସ୍ୟତା ଅଭିଯାନ ଟାର୍ଗେଟକୁ ସଫଳ କରିବା ପାଇଁ ଯୋଜନା କରିଛି ।

ଏହା ମଧ୍ୟ ପଢନ୍ତୁ ...ବିଜେଡି ଉପରେ ବର୍ଷିଲେ ବିଜୟ, କହିଲେ... - Odisha BJP Incharge Targets BJD

ଏହା ମଧ୍ୟ ପଢନ୍ତୁ ...ହିମନ୍ତ, ରଘୁବର ଏବଂ ମୋହନଙ୍କ ଭେଟଘାଟ, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କି ? - Assam CM Meets Odisha Governor

ଏହା ମଧ୍ୟ ପଢନ୍ତୁ ଜିଲ୍ଲାପାଳ-ଏସପିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡା ବାର୍ତ୍ତା; ‘ଆମ କାମ ୮ ଘଣ୍ଟାରେ ସରେନି, ୨୪ ଘଣ୍ଟା କାମ କର’ - Collector SP Conference

ତୃଣମୂଳ ସ୍ଥରରେ ଦଳକୁ ମଜବୁତ କରିବା ପାଇଁ ଉଦ୍ୟମ:

ଅକ୍ଟୋବର ୧ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ କଲେଜ କ୍ୟାମ୍ପସ ଏବଂ ହଷ୍ଟେଲରେ ମେମ୍ୱରସିପ ଡ୍ରାଇଭ ହେବ । ପରବର୍ତ୍ତୀ ସମୟରେ ଖେଳ ପଡିଆ, ୟୁଥ କ୍ଲବ, ରେଳ ଷ୍ଟସନ, ବସ ଷ୍ଟାଣ୍ଡ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମେମ୍ୱରସିପ ଡ୍ରାଇଭ ହେବ । ସେହିପରି ଐତିହାସିକ କୀର୍ତ୍ତି ରାଜି, ମନ୍ଦିର ବିଶେଷ ଯୁବ ବର୍ଗ ଯେଉଁ ସ୍ଥାନରେ ଏକଜୁଟ ହୁଅନ୍ତି । ସେଠାରେ ମଧ୍ୟ ଦଳର ସଦସ୍ୟତା ଅଭିଯାନ ମାଧ୍ୟମରେ ବିଜେପିରେ ଯୁବ ବର୍ଗଙ୍କୁ ସାମିଲ କରାଯିବ । ବିଜେପି ଯୁବମୋର୍ଚ୍ଚା ଦଳକୁ ତୃଣମୂଳ ସ୍ଥରରେ ମଜବୁତ କରିବା ଆଗକୁ ବଢିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.