ETV Bharat / entertainment

ପରଦାକୁ ଆସିଲା ଓଡ଼ିଆ ଫିଲ୍ମ 'ଅତିଥି', ଅପ୍ରତ୍ୟାଶିତ ଅତିଥିଙ୍କ ରୋମାଞ୍ଚକର କାହାଣୀ ଦେଖିବେ ଦର୍ଶକ - Odia Film Atithi Release

author img

By ETV Bharat Entertainment Team

Published : 2 hours ago

Odia Film Atithi Release: ଅପେକ୍ଷାର ହେଲା ଅନ୍ତ । ପରଦାକୁ ଆସିଲା ଓଡ଼ିଆ ଫିଲ୍ମ 'ଅତିଥି' । ଫିଲ୍ମ ଫ୍ରାଇଡେରେ ଫିଲ୍ମଟି ରିଲିଜ ହୋଇଥିବା ବେଳେ ପ୍ରଥମ ଦିନରେ ପ୍ରଥମ ଶୋ' ଦେଖିବାକୁ ଥିଏଟରରେ ଜମିଥିଲା ଭିଡ଼ । ଏହି ଥ୍ରୀଲର ଫିଲ୍ମ ସମସ୍ତଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ଖୁସି ବ୍ୟକ୍ତ କରିଛନ୍ତି ନିର୍ମାତା । ଅଧିକ ପଢନ୍ତୁ,

ଓଡ଼ିଆ ଫିଲ୍ମ 'ଅତିଥି' ରିଲିଜ
ଓଡ଼ିଆ ଫିଲ୍ମ 'ଅତିଥି' ରିଲିଜ (ETV Bharat Odisha)

ଭୁବନେଶ୍ୱର: ସେପ୍ଟେମ୍ୱର 27, ଫିଲ୍ମ ଫ୍ରାଇଡେରେ ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ 'ଅତିଥି: ଦ ଅନୱାଣ୍ଟେଡ୍ ଗେଷ୍ଟ'। ଭୁବନେଶ୍ୱର ବିଏମ୍ସି ଆଇନକ୍ସରେ ଫିଲ୍ମର ପ୍ରିମିୟର ହୋଇଯାଇଛି । ଥ୍ରୀଲର ସସପେନ୍ସ ଭରା ଏହି ଫିଲ୍ମକୁ କରୋନା କାଳରେ ପ୍ରସ୍ତୁତ ହୋଇଥିବା ବେଳେ ବର୍ତ୍ତମାନ 3 ବର୍ଷ ପରେ ଫିଲ୍ମ ରିଲିଜ ହୋଇଛି । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ନିର୍ମାତା । ସେପଟେ ପ୍ରଥମ ଦିନରେ ଫିଲ୍ମ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା ।

'ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ ଏହି ଫିଲ୍ମ'

ରିଲ୍ସ ଆଣ୍ଡ୍ ରିଲ୍ସ ବ୍ୟାନରରେ ତିଆରି ହୋଇଛି ଚଳଚ୍ଚିତ୍ର 'ଅତିଥି: ଦ ଅନୱାଣ୍ଟେଡ୍ ଗେଷ୍ଟ' । ଅତିଥି "ଏକ ଚିତ୍ତାକର୍ଷକ ଥ୍ରୀଲର ସିନେମା ଯାହା ଏକ ଅପ୍ରତ୍ୟାଶିତ ଅତିଥିଙ୍କ ଅନ୍ଧକାର ଏବଂ ରହସ୍ୟମୟ ଦୁନିଆରେ ପ୍ରବେଶ କରାଇବ । ଏହି ସିନେମାରେ ସାଧାରଣ ଦେଖାଯାଉଥିବା ଚେହେରା ପଛର ଗଭୀରତାକୁ ମାପିବାରେ ନିର୍ଦ୍ଦେଶକ ଅଜୟ ପାଢ଼ୀଙ୍କ ନିର୍ଦ୍ଦେଶନାର ଜଟିଳତା ଦେଖିବାକୁ ମିଳିଛି । ସ୍ଥିତ ପଟ୍ଟନାୟକ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରର ସ୍କ୍ରିନ ସ୍କ୍ରିପ୍ଟ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ବାନ୍ଧି ରଖିବ ବୋଲି କହିଛନ୍ତି ଷ୍ଟାରକାଷ୍ଟ ।

'ଭଲ ସିନେମା ପାଇଁ ହଲ ନ ମିଳିବା ଦୁର୍ଭାଗ୍ୟର କଥା'

ସେପଟେ ଏହି ଫିଲ୍ମ ସହ ପ୍ରଥମ କରି ନିର୍ମାତା ଭାବେ ଓଲିଉଡରେ ପାଦ ଦେଇଥିବା ପ୍ରଯୋଜକ ସ୍ଥିତ ପଟ୍ଟନାୟକ 3 ବର୍ଷ ପରେ ଫିଲ୍ମ ପରଦାକୁ ଆସିଥିବା ନେଇ ଖୁସିବ୍ୟକ୍ତ କରିଛନ୍ତି । ଏଥିସହ ସେ ଓଡ଼ିଶାରେ ଥିଏଟର ଅଭାବକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ''ଭଲ ସିନେମା ପାଇଁ ହଲ ନ ମିଳିବା ଏକ ଦୁର୍ଭାଗ୍ୟର କଥା ବୋଲି ନାୟକ ଅଭିଷେକ ଗିରି କହିଥିବା ବେଳେ ଏଦିଗରେ ସରକାର ଧ୍ୟାନ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହାଦ୍ୱାରା ଓଡ଼ିଆ ସିନେମାର ପ୍ରଚାରପ୍ରସାର ସହ ଅଧିକରୁ ଅଧିକ ମନ ପସନ୍ଦର ସିନେମା ଓଡ଼ିଆ ଦର୍ଶକ ବା ଓଡ଼ିଆ ସିନେପ୍ରେମୀ ଦେଖିପାରିବେ ବୋଲି କହିଛନ୍ତି ।''

'ଅତିଥି' କାହାଣୀ

୩ ଜଣ ଉଚ୍ଚଶିକ୍ଷିତ ଯୁବକ କିପରି ପ୍ରତିଶୋଧ ପରାୟଣ ହୋଇ ରାଜ୍ୟର ଜଣେ ପ୍ରମୁଖ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ସେମାନେ ନିଜକୁ ବଞ୍ଚାଇବାକୁ ଯାଇ ଏକ ପରିବାରକୁ
ବନ୍ଧକ ରଖି ସେଠାରେ କିଭଳି ବିନା ନିମନ୍ତ୍ରିତ ଅତିଥି ହୋଇ ରହିଛନ୍ତି । ଆଉ ସେହି ଘଟଣାକୁ ଜଣେ ଦକ୍ଷ ପୋଲିସ୍ ଅଧିକାରୀ ନିଜ ଦଳ ସହ ପରିଚାଳନା କରୁଛନ୍ତି । ଶେଷରେ ସମ୍ପୃକ୍ତ ଯୁବକମାନଙ୍କ ସତ୍ୟତା ଜଣାପଡୁଛି। ତା ପରେ କାହାଣୀ କେଉଁ ମୋଡ଼ ନେଉଛି ତାହା ଏ ସିନେମାରେ ଦେଖିବାକୁ ପାଇବେ ଦର୍ଶକ । ଏହା ଏକ କ୍ରାଇମ ଥ୍ରୀଲର ସିନେମା ହୋଇଥିବା ବେଳେ ଏଥିରେ ଭରପୁର ସସପିଏନ୍ସ, କମେଡି, ରୋମାନ୍ସ ରହିଛି ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ଫିଲ୍ମ 'ଅତିଥି' ଅଡିଓ ଓ ଟ୍ରେଲର ରିଲିଜ; ଏହି ଦିନ ପରଦାକୁ ଆସିବ ଫିଲ୍ମ

'ଅତିଥି' ଷ୍ଟାରକାଷ୍ଟ

'ଅତିଥି' ଫିଲ୍ମରେ ମୁଖ୍ୟ ଭୂମିକାରେ ସୁକାନ୍ତ ରଥ, ଚିନ୍ମୟ ମିଶ୍ର, ମନୋଜ ମିଶ୍ର, ଅନୁ ଚୌଧୁରୀ, ଦିବ୍ୟାଦିଶା, ଅଭିଷେକ ଗିରି, ଦୀପାନ୍ୱିତ ହାସ ମହାପାତ୍ର, ସାୟଲ, ଶ୍ରୁତି ଶୁଭଶ୍ରୀ, ଜୀବନ ପଣ୍ଡା ଭଳି ଲୋକପ୍ରିୟ ଓଡ଼ିଆ କଳାକାର ପ୍ରମୁଖ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ସୁକାନ୍ତ ରଥ ଏବଂ ଅନୁ ଚୌଧୁରୀ ସ୍ୱାମୀ, ସ୍ତ୍ରୀ ଭୂମିକାରେ ନଜର ଆସିଥିବା ବେଳେ ଉଭୟଙ୍କ ଲଭ-କେମେଷ୍ଟ୍ରି ଏଥିରେ ଦେଖିବାକୁ ମିଳିବ । ଏଥିସହ ଅଭିଷେକ ଗିରି, ଦୀପାନ୍ୱିତ ହାସ ମହାପାତ୍ର ଓ ଚିନ୍ମୟ ମିଶ୍ର ଗ୍ୟାଙ୍ଗଷ୍ଟାର ଭୂମିକାରେ ନଜର ଆସିବେ । ସେହିପରି ମନୋଜ ମିଶ୍ର ଏହି ଫିଲ୍ମରେ ପୋଲିସ ଭୂମିକାରେ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: ସ୍ମୃତିରେ ଅକ୍ଷୟ ମହାନ୍ତି, ଆସୁଛି ଓଡ଼ିଆ ଫିଲ୍ମ 'ଖୋକଭାଇ ତମ ପାଇଁ'

ସେପଟେ ଏଥିରେ ୩ଟି ଗୀତ ରହିଛି । ‘ତୁ ମୋ ପଲକର ଛାଇକୁ ଲେଖିଛନ୍ତି ରାକେଶ, ଗାଇଛନ୍ତି କୁଲଦୀପ ଓ ସଞ୍ଚିତା। ଦ୍ବିତୀୟ ଗୀତ ‘ଅଜଣା ଅତିଥି’କୁ ଲେଖିଛନ୍ତି ସ୍ଥିତ ପଟ୍ଟନାୟକ ଓ ଗାଇଛନ୍ତି ହ୍ୟୁମାନ୍ ସାଗର ଓ ଅର୍ପିତା । ସଙ୍ଗୀତରେ ସଜାଇଛନ୍ତି ସୋମେଶ ଶତପଥୀ । ତୃତୀୟ ଗୀତ ‘ରାତି ସରେ’କୁ ଲେଖିଛନ୍ତି ସୁମିତ, ଗାଇଛନ୍ତି ବିରାଜ । ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଅଜୟ ପାଢି ଓ ରବିନାରାୟଣ ଦାସ । କାହାଣୀ ରଚନା କରିଛନ୍ତି ମାନସ ପଢ଼ିଆରୀ । ନିର୍ଦ୍ଦେଶନା ଭାର ନେଇଛନ୍ତି ଅଜୟ ପାଢ଼ୀ । ପ୍ରଥମ ଥର ଓଡ଼ିଆ ସିନେମା ପ୍ରଯୋଜନାରେ ସ୍ଥିତ ପଟ୍ଟନାୟକ ପ୍ରବେଶ କରିଥିଲାବେଳେ ସହ-ପ୍ରଯୋଜନା କରିଛନ୍ତି ପ୍ରତିମା ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.