thumbnail

By ETV Bharat Odisha Team

Published : 2 hours ago

ETV Bharat / Videos

ସ୍ମୃତିରେ ଶହୀଦ, ରକ୍ତତୀର୍ଥ ତୁଡ଼ିଗଡ଼ିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଉପମୁଖ୍ୟମନ୍ତ୍ରୀ - Rakta Tirtha TUDIGADIA

Tribute to the martyr: ବାଲେଶ୍ୱର: ତୁଡିଗଡ଼ିଆରେ ପାଳନ ହୋଇଛି 82 ତମ ଶହୀଦ ଶ୍ରାଦ୍ଧୋତ୍ସବ ଏବଂ ସ୍ମୃତି ସଭା । ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଉପମୁଖ୍ୟମନ୍ତ୍ରୀ । ଏଥିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଭାରତ ଛାଡ଼ ଆନ୍ଦୋଳନରେ ଏହି ଅଞ୍ଚଳର 3 ଜଣ ସ୍ୱାଧୀନତା ସଂଗ୍ରାମୀ ରଘୁ ବେହେରା, ମକର ଲେଙ୍କା, କେଳୁ ସାହୁ ଇଂରେଜଙ୍କ ଗୁଳିରେ ଶହୀଦ ହୋଇଥିଲେ । 

ସେଦିନ ଥିଲା ୧୯୪୩ ମସିହା ସେପ୍ଟେମ୍ବର ୨୮ ତାରିଖ । ଏହି ଅଞ୍ଚଳରୁ ଇଂରେଜମାନଙ୍କୁ ହଟାଇବା ପାଇଁ ବୈଦ୍ୟନାଥ ରାଉତଙ୍କ ଘରେ ସ୍ୱାଧୀନତା ସଂଗ୍ରାମୀ ମାନେ ଆଲୋଚନା କରୁଥିଲେ । ତାଙ୍କୁ ଗିରଫ କରିବା ପାଇଁ ଇଂରେଜ ସୈନ୍ୟ ଖଇରାଡ଼ିହି ଗ୍ରାମରେ ପହଞ୍ଚିଥିଲେ । ଏହାକୁ ଆଖପାଖ ଅଞ୍ଚଳର ଯୁବବାହିନୀ ବିରୋଧ କରିବାରୁ ସେମାନଙ୍କୁ ଗୁଳି କରିବା ପାଇଁ ସୈନ୍ୟକୁ ଆଦେଶ ଦିଆଗଲା । ଇଂରେଜଙ୍କ ଗୁଳିରେ ସେଠାରେ ରଘୁ ବେହେରା, ମକର ଲେଙ୍କାଙ୍କ ମୃତ୍ୟୁ ହୋଇଥିଲା । ଦୁଇ ଶହୀଦଙ୍କ ଦେହକୁ ଇଂରେଜ ମାନେ ତୁଡ଼ିଗଡ଼ିଆ ପୋଲିସ୍ କ୍ୟାମ୍ପକୁ ନେଇ ଯାଇଥିଲେ । ପୋଲିସ୍ ହାତରୁ ଶହୀଦଙ୍କ ମୃତଦେହକୁ ଉଦ୍ଧାର କରିବା ପାଇଁ ସେହିଦିନ ଅପରାହ୍ନରେ ହଜାର ହଜାର ସଂଗ୍ରାମୀ ପୋଲିସ କ୍ୟାମ୍ପକୁ ଯାଇଥିଲେ । ସ୍ୱାଧୀନତା ସଂଗ୍ରାମୀଙ୍କୁ ଘଉଡ଼ାଇବା ପାଇଁ ପୁଣି ଗୁଳି କରିବାକୁ ନିର୍ଦ୍ଦେଶ ଦିଆଗଲା । ଏଥିରେ ରଘୁ ବେହେରା ଶହୀଦ ହୋଇଥିଲେ । ସେବେଠାରୁ ରକ୍ତତୀର୍ଥ ତୁଡିଗଡ଼ିଆ ବୋଲି ଏହାକୁ ଆଖ୍ୟା ଦିଆଯାଇଛି । ସେହି ଦିନକୁ ମନେ ରଖିବା ପାଇଁ ତୁଡିଗଡ଼ିଆ ବଜାରରେ ଶହୀଦ ସ୍ମୃତିସ୍ତମ୍ବ ପ୍ରତିଷ୍ଠା କରାଯାଇଥିଲା । 

ଏହା ମଧ୍ୟ ପଢନ୍ତୁ ...ପଶ୍ଚିମ ଓଡ଼ିଶାରେ ହେବ ଚିଡ଼ିଆଖାନା, ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା - world tourism day celebration

ଇଟିଭି ଭାରତ,ବାଲେଶ୍ୱର  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.