ETV Bharat / politics

କ୍ୟାବିନେଟ ବୈଠକ, କାମଧେନୁ ଯୋଜନା ସମେତ ୭ ପ୍ରସ୍ତାବ ଉପରେ ବାଜିଲା ମୋହର - Cabinet Meeting

author img

By ETV Bharat Odisha Team

Published : 2 hours ago

Cabinet Meeting: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୭ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଅଧିକ ପଢ଼ନ୍ତୁ

Cabinet Meeting
Cabinet Meeting (ETV Bharat Odisha)

ଭୁବନେଶ୍ବର: ସରିଲା କ୍ୟାବିନେଟ ବୈଠକ । କ୍ୟାବିନେଟରେ ୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର । କ୍ୟାବିନେଟ ବୈଠକରେ ରାଜ୍ୟର ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ସମେତ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ।

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା:

Cabinet Meeting (ETV Bharat Odisha)

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା (MKY)ରେ ୮ଟି ବିଭିନ୍ନ ଦିଗକୁ କ୍ୟାବିନେଟରେ ଅନୁମୋଦନ କରିଛନ୍ତି । ଏହି ଯୋଜନା ୧୪୨୩.୪୭ କୋଟି ଟଙ୍କାର ବ୍ୟୟ ଅଟକଳ ସହିତ ରାଜ୍ୟରେ ୫ ବର୍ଷ ପାଇଁ କାର୍ଯ୍ୟକାରୀ କରାଯିବ । ଏହି ଯୋଜନାରେ ରାଜ୍ୟର ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ସହ ୧୫,୪୭,୮୩୭ ଜଣ ଗୋପାଳକଙ୍କ ଆୟକୁ ବୃଦ୍ଧି କରିବା ପାଇଁ ଧାର୍ଯ୍ୟ କରାଯାଇଛି । ଗୋପାଳନ, ଗୋ ସୁରକ୍ଷା, ଦୁଗ୍ଧ ଉପାଦାନକୁ ଜାତୀୟ ସ୍ତରରେ ପହଁଚାଇବା, ମଇଁଷି ପାଳନ, ଗୋସମ୍ପଦ ବୀମା (85% ଦେବେ ସରକାର, 15%ଚାଷୀ), ବାଛୁରୀମାନଙ୍କୁ ଖାଦ୍ୟ ଯୋଗାଣ, ସମବାୟ ଚାଷୀଙ୍କୁ ଲୀନ ସମୟରେ ସହାୟତା, ଦୁଗ୍ଧ ଉତ୍ପାଦନ ସଂଗଠନକୁ ସହାୟତା, ଓମଫେଡକୁ ସଶକ୍ତ ପାଇଁ ସହାୟତା ଦିଆଯିବ ।

ଏସବୁ ପ୍ରସ୍ତାବକୁ ବି ଅନୁମୋଦନ:

Cabinet Meeting
Cabinet Meeting (@MohanMOdisha)

ସେହିପରି ଓଡ଼ିଶା ଉଚ୍ଚ ନାୟାଳୟର କର୍ମଚାରୀଙ୍କ ପାଇଁ ୫୫୦ଟି ଷ୍ଟାଫ କ୍ବାଟର ନିର୍ମାଣ ହେବ । ୩୦ ମାସ ମଧ୍ୟରେ ଏହାର କାର୍ଯ୍ୟ ସରିବ । ଓଡିଶା ଉଚ୍ଚ ନ୍ୟାୟାଳୟ ଷ୍ଟାଫମାନଙ୍କ ପାଇଁ ବାସଗୃହ ସେକ୍ଟର ୧୩ କଟକର ସିଡିଏ ଠାରେ ନିର୍ମାଣ ହେବ । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବେସରକାରୀ ରାସନ ଡିଲରଙ୍କ ପରିବର୍ତ୍ତନ, ଉଚ୍ଛେଦ କରାଯିବାର ଯେଉଁ ପ୍ରକ୍ରିୟା ଥିଲା ଏହାକୁ ଅନୁଧ୍ୟାନ କରାଯାଉଥିବା ବେଳେ ଦେଢ଼ ବର୍ଷ ଅର୍ଥାତ ୨୦୨୬ ମସିହା ପର୍ଯ୍ୟନ୍ତ ଏକ୍ସଟେନସନ୍‌ କରାଯାଇଛି । ଯେହେତୁ ବେସରକାରୀ ଡିଲରଙ୍କ ବଦଳରେ ଆନୁଷ୍ଠାନିକ ଡିଲରଙ୍କୁ ଅଗ୍ରାଧିକାର ଭିତ୍ତିରେ ନିୟୋଜିତ କରିବାର ସମୟ ସୀମା ଆସନ୍ତା ୩୦ ସେପ୍ଟେମ୍ବର ୨୦୨୪ରେ ଶେଷ ହେବାକୁ ଯାଉଛି । ସେହିପରି ସିନିୟର ଜର୍ଜ ଓ ଓଜେଏସରେ ଥିବା ଅଫିସରଙ୍କର ନିୟମରେ ସଂଶୋଧନ ରାଯାଇଛି । ଯେଉଁଥିରେ ସେମାନଙ୍କୁ ପରବର୍ତ୍ତୀ ପଦକ୍ଷେପକୁ ଯିବା ପାଇଁ ଏକ ପରୀକ୍ଷା ଉର୍ତ୍ତୀର୍ଣ୍ଣ ହେବାକୁ ପଡ଼ିବ । ଏହାସହ ବିଧାନସଭା ଆଡ୍‌ଜଏଣ୍ଟ ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି । ପରିସଂଖ୍ୟାନ ତଥ୍ୟ ବିତରଣ ଉପରେ ଏକ ଆମେଣ୍ଡମେଣ୍ଟ ହୋଇଛି ।

Cabinet Meeting (ETV Bharat Odisha)
  • ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ, ଦୁଗ୍ଧ ଉତ୍ପାଦନକୁ ଗୁରୁତ୍ବ
  • ଗୋସମ୍ପଦ ବୀମା ୮୫% ସରକାର ଦେବେ, ୧୫% ଚାଷୀ ଦେବେ
  • ଓମ୍‌ଫେଡ୍‌କୁ ସଶକ୍ତ ପାଇଁ ସହାୟତା, ଫଡର ଚାଷ ପାଇଁ ଇନ୍‌ସେନଟିଭ
  • ଆଗାମୀ ୫ ବର୍ଷରେ ୧୪୨୩ କୋଟି ଟଙ୍କାର ସହାୟତା ରାଶିକୁ ମଞ୍ଜୁରୀ
  • ହାଇକୋର୍ଟ କର୍ମଚାରୀଙ୍କ ପାଇଁ ୫୫୦ ଷ୍ଟାଫ୍ କ୍ବାର୍ଟର୍ସ ନିର୍ମାଣ ହେବ
  • ୩୦ ମାସ ମଧ୍ୟରେ କ୍ବାର୍ଟର୍ସ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ
  • ବେସରକାରୀ ଡିଲରଙ୍କୁ ମିଳିଲା ଆଉ ଦେଢ଼ ବର୍ଷର ଏକ୍ସଟେନସନ୍‌

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ:

Cabinet Meeting
Cabinet Meeting (@MohanMOdisha)

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବୈଠକ ବସିଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ସମେତ ୭ ପ୍ରସ୍ତାବକୁ ଅନୁମୋଦ କରିଛନ୍ତି । ଏନେଇ ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କ୍ୟାବିନେଟ୍ ବୈଠକରେ ୬ଟି ବିଭାଗର ମୋଟ ୭ଟି ଏଜେଣ୍ଡା ଉପରେ ଆଲୋଚନା କରାଯାଇ ସେଗୁଡିକୁ ଅନୁମୋଦନ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.