thumbnail

By ETV Bharat Odisha Team

Published : 3 hours ago

ETV Bharat / Videos

କାଳିଆ ଦୁଆରେ ଆମେରିକା ରାଷ୍ଟ୍ରଦୂତ, ବୁଲିଲେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ - US Ambassador visited puri

US AMBASSADOR VISITED PURI: ପୁରୀ: ଶ୍ରୀମନ୍ଦିରକୁ ଦେଖି ଅଭିଭୂତ ହେଲେ ଆମେରିକା ରାଷ୍ଟ୍ରଦୂତ । ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରକୁ ଦେଖିଛନ୍ତି । ସିଂହଦ୍ୱାର ସମ୍ମୁଖରେ ପ୍ରଭୁ ପତିତପାବନଙ୍କୁ ସେ ଦର୍ଶନ କରିଛନ୍ତି । ସେ ନିଜ ପରିବାର ସହ ଆସି ଶ୍ରୀମନ୍ଦିର ଦେଖିଛନ୍ତି । କେବଳ ସେତିକି ନୁହେଁ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବୁଲି ଖୁବ ପ୍ରଶଂସା କରିଛନ୍ତି । ଏହି ଅବସରରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟି କହିଛନ୍ତି," ଶ୍ରୀମନ୍ଦିରର କାରୁକାର୍ଯ୍ୟ ବହୁତ ସୁନ୍ଦର । ଏହିଭଳି ଐତିହ୍ୟ କୀର୍ତ୍ତିରାଜି ମୋତେ ଅଭିଭୂତ କରିଛି । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବେଶ୍ ସୁନ୍ଦର୍ ହୋଇଛି । ପରିକ୍ରମା ମାର୍ଗରେ ବୁଲିବା ସମୟରେ ଆଧ୍ୟାତ୍ମିକତା ଅନୁଭବ କରିଛି । ଯାହା ଅବର୍ଣ୍ଣନୀୟ । ଏହାକୁ କେବଳ ଅନୁଭବ କରିହୁଏ । ପୁରୀ ଆସି ଶ୍ରୀମନ୍ଦିର ଦର୍ଶନ କରିବା ବେଶ ଆନନ୍ଦର କଥା । ଶ୍ରୀମନ୍ଦିର ଭଳି ଐତିହ କୀର୍ତ୍ତିରାଜି ଓଡିଶାବାସୀଙ୍କ ପୂର୍ବ ପୁରୁଷ କରିଛନ୍ତି । ଏଥିପାଇଁ ପୁରୀ ଓ ଓଡିଶାବାସୀ ଅଭିନନ୍ଦନ ଦେଉଛି ।" ତେବେ ଶେଷରେ ସେ ଜୟ ଜଗନ୍ନାଥ ଉଚ୍ଚାରଣ କରିଥିଲେ । ଆମେରିକା ରାଷ୍ଟ୍ରଦୂତ ପୁରୀରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଶ୍ରୀମନ୍ଦିର ଇତିହାସ, ପରମ୍ପରା, ହିନ୍ଦୁ ଧର୍ମର ଇତିହାସ ସମ୍ପର୍କରେ ତାଙ୍କୁ ଅବଗତ କରଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ....ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ,'ମହାପ୍ରଭୁଙ୍କ ମହାପ୍ରସାଦ ମାନ ହେବ ପରୀକ୍ଷଣ, ବ୍ୟବହାର ହେଉନି ନକଲି ଘିଅ' - Mahaprasad and ghee quality check 

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.