ବିଜେଡି ଉପରେ ବର୍ଷିଲେ ବିଜୟ, କହିଲେ... - Odisha BJP Incharge Targets BJD

🎬 Watch Now: Feature Video

thumbnail

କଟକ: ବିରୋଧୀ ଦଳକୁ ଟାର୍ଗେଟ କଲେ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର । ବିଜେଡିର କାର୍ଯ୍ୟପନ୍ଥାକୁ ନେଇ ବର୍ଷିଲେ ବିଜୟ । ସେ କହିଛନ୍ତି, "ବିଗତ 24 ବର୍ଷରେ ବିଜେଡି ସରକାର ଯାହା କରି ନ ଥିଲା, ବିଜେପି ୧୦୦ ଦିନରେ କରି ଦେଖାଇଛି । ଓଡିଶାରେ ୫ ବର୍ଷ ନୁହେଁ ବରଂ ଅନେକ ବର୍ଷ ଧରି ବିଜେପି ସରକାର କାର୍ଯ୍ୟ କରିବ । ବିରୋଧୀ ଉଠାଉଥିବା ଅଭିଯୋଗ ମୂଲ୍ୟହୀନ । କେବଳ ନିଜ ଦଳକୁ ବଞ୍ଚେଇବା ପାଇଁ ବିଜେଡି ଏଭଳି କଥା କହୁଛି । ୨୦୧୪ରୁ କେନ୍ଦ୍ରରେ ଲାଗୁ ହେଉଥିବା ଅନେକ ଜନକଲ୍ୟାଣ କାରି ଯୋଜନା କାହିଁକି ବିଜେଡି ନିଜ ଶାସନ କାଳରେ ଲାଗୁ କରିନଥିଲା । ରତ୍ନଭଣ୍ଡାର ଚାବି ହଜେଇଥିଲେ ପୂର୍ବତନ ସରକାର ।" ସେହିପରି ଭରତପୁର ଘଟଣାକୁ ନେଇ ବିଜୟ କହିଛନ୍ତି,"ବିଜେଡି ସରକାରରେ ମହିଳା ଅତ୍ୟାଚାର ଶୀର୍ଷରେ ଥିଲା । ମନ୍ତ୍ରୀମାନେ ମଧ୍ୟ ଏହି ସଙ୍ଗୀନ ଅପରାଧରେ ସାମିଲ ଥିଲେ । କିନ୍ତୁ ଏବେ ତାହା ଆଉ ନାହିଁ । ଯିଏ ଅପରାଧରେ ସମ୍ପୃକ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ଦମ ଦେଖାଇବ ।"

ଭାରତୀୟ ଜନତା ପାର୍ଟି କଟକ ନଗର ପକ୍ଷରୁ ଆଜି ବାରବାଟି ନିର୍ବାଚନ ମଣ୍ଡଳୀର ସଦସ୍ୟତା ଅଭିଯାନ ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟ କ୍ରମରେ କଂଗ୍ରେସ, ବିଜେଡି, ଡାକ୍ତର ଏବଂ ବିଚାର ବିଭାଗର ଅଧିକାରୀ ଦଳରେ ଯୋଗ ଦେଇଛନ୍ତି । ଏଥି ପାଇଁ ଦଳ ପକ୍ଷରୁ ତାଙ୍କୁ ସ୍ଵାଗତ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ସଭା ସଦସ୍ୟ ତଥା ବିଜେପିର ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର ସଭ୍ୟ ସଂଗ୍ରହ ଅଭିଯାନକୁ ଉଦ୍‌ଘାଟନ କରିଥିଲେ ।
 

ଏହା ମଧ୍ୟ ପଢ଼ନ୍ତୁ...ବିଜେପି ବିଧାୟକ-ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ନଡ୍ଡା, କହିଲେ 15 ଦିନିଆ ୱାର୍କଚାର୍ଟ ବନାଅ - NADDA ODISHA VISIT

ଏହା ମଧ୍ୟ ପଢ଼ନ୍ତୁ...ବିଜେପିର ମିଥ୍ୟା ପ୍ରତିଶ୍ରୁତି ଉପରେ ଲୋକଙ୍କୁ ସଚେତନ କର: ନବୀନ - NAVEEN ADVICE TO BJD

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.