ETV Bharat / entertainment

89 ବର୍ଷ ବୟସରେ ଆଖି ବୁଜିଲେ 'ହ୍ୟାରୀ ପୋଟର' ଅଭିନେତ୍ରୀ ମ୍ୟାଗି ସ୍ମିଥ - Maggie Smith Passes Away

author img

By ETV Bharat Entertainment Team

Published : 2 hours ago

Maggie Smith Death: ହଲିଉଡ ଫିଲ୍ମ 'ହ୍ୟାରୀ ପୋଟର' ଫେମ୍ ଅଭିନେତ୍ରୀ ମ୍ୟାଗି ସ୍ମିଥଙ୍କ ଦେହାନ୍ତ ହୋଇଛି । ସେ 89 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତରେ ପରିବାର ଏବଂ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

89 ବର୍ଷ ବୟସରେ ଆଖି ବୁଜିଲେ 'ହ୍ୟାରୀ ପୋଟର' ଅଭିନେତ୍ରୀ ମ୍ୟାଗି ସ୍ମିଥ
89 ବର୍ଷ ବୟସରେ ଆଖି ବୁଜିଲେ 'ହ୍ୟାରୀ ପୋଟର' ଅଭିନେତ୍ରୀ ମ୍ୟାଗି ସ୍ମିଥ (AP Photo, ETV Bharat Odisha)

ହାଇଦ୍ରାବାଦ: ଦୁନିଆକୁ ଅଲବିଦା କହିଛନ୍ତି ହଲିଉଡ ଲୋକପ୍ରିୟ ଅଭିନେତ୍ରୀ ମ୍ୟାଗି ସ୍ମିଥ । ସେ 89 ବର୍ଷ ବୟସରେ ଦେହାନ୍ତ ହୋଇଛି । ଅଭିନେତ୍ରୀଙ୍କ ପରିବାର ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ, ବୟସ ବୃଦ୍ଧି ହେତୁ ସେ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଥିଲେ ଏବଂ ଶୁକ୍ରବାର ଦିନ ସେ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି । ସେ ତାଙ୍କର ଦୁଇ ପୁଅ ଏବଂ 5 ନାତିଙ୍କ ସହ ରହୁଥିଲେ ।

ଆରପାରିରେ 'ହ୍ୟାରୀ ପୋଟର' ଅଭିନେତ୍ରୀ ମ୍ୟାଗି ସ୍ମିଥ

ମ୍ୟାଗି ସ୍ମିଥଙ୍କ ମୃତ୍ୟୁ ନେଇ ପୁଅ କ୍ରିସ୍ ଲାର୍କିନ୍ ଏବଂ ଟୋବି ଷ୍ଟିଫେନ୍ସ ଏକ ବିବୃତ୍ତି ଜାରି କରିଛନ୍ତି । ସେ କହିଛନ୍ତି, ''ମ୍ୟାଗି ସ୍ମିଥ୍ ଶୁକ୍ରବାର ସକାଳେ ଲଣ୍ଡନର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୁଇ ପୁଅ ଏବଂ ପାଞ୍ଚ ପ୍ରିୟ ନାତିଙ୍କୁ ଛାଡି ଚାଲିଯାଇଛନ୍ତି, ଯେଉଁମାନେ ସେମାନଙ୍କର ଅସାଧାରଣ ମାଆ ଏବଂ ଜେଜେମା’ଙ୍କ ହରାଇଛନ୍ତି । ଏହା ଆମ ପାଇଁ ବହୁତ ଦୁଃଖଦ ସମୟ । ଏଣୁ ଏହି ସମୟରେ ଆମର ଗୋପନୀୟତାକୁ ସମ୍ମାନ କରିବାକୁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ।''

ମ୍ୟାଗି ସ୍ମିଥଙ୍କ କ୍ୟାରିଅର

ମ୍ୟାଗି ଡାଉନଟନ୍ ଆବେରେ ଗ୍ରାଣ୍ଟାମର ଡୋଏଜର୍ କାଉଣ୍ଟେସ୍ ଖେଳିବା ପାଇଁ ବେଶ୍ ଜଣାଶୁଣା । ଏହା ବ୍ୟତୀତ ସେ 'ହ୍ୟାରୀ ପୋଟର'ରେ ପ୍ରଫେସର ମ୍ୟାକଗୋନାଗାଲଙ୍କ ଭୂମିକାରେ ଅଭିନୟ କରି ଭାରତୀୟ ଦର୍ଶକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ପ୍ରାୟ 70 ବର୍ଷ ଧରି ଇଣ୍ଡଷ୍ଟ୍ରିରେ ରାଜ୍ କରିଥିଲେ ଏବଂ ଲୋକପ୍ରିୟତା ହାସଲ କରିଥିଲେ । କେବଳ ଏତିକି ନୁହେଁ ସେ ଦୁଇ ଦୁଇ ଥର ଓସ୍କାର ବିଜେତା ମଧ୍ୟ ରହିସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସାଉଥ୍ ଇଣ୍ଡଷ୍ଟ୍ରିକୁ ଝଟକା; ଆରପାରିରେ ଅଭିନେତ୍ରୀ କାବିୟୁର ପୋନ୍ନମା

ମ୍ୟାଗି ସ୍ମିଥଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା

ମ୍ୟାଗି ସ୍ମିଥଙ୍କୁ ଦୁଇଟି ଓସ୍କାର ଏବଂ 4ଟି ଏମି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ସେ ଟ୍ରିପଲ୍ ଟନି ପୁରସ୍କାର ପାଇବାକୁ ଅଳ୍ପ କିଛି ଅଭିନେତାଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କର ପ୍ରଥମ ଏକାଡେମୀ ପୁରସ୍କାର 1965 ରେ ଲରେନ୍ସ ଅଲିଭିଆରଙ୍କ ଓଥେଲୋରେ ଡେସଡେମୋନା ଭୂମିକା ପାଇଁ ମନୋନୀତ ହୋଇଥିଲେ । ହେଲେ ସଫଳ ହୋଇପାରିନଥିଲେ । ପରେ 1969 ର 'ଦ ପ୍ରାଇମ୍ ଅଫ୍ ମିସ୍ ଜାନ୍ ବ୍ରୋଡି' ପାଇଁ ସେ ତାଙ୍କର ପ୍ରଥମ ଓସ୍କାର ପୁରସ୍କାର ଜିତିଥିଲେ । ଏହି ଚଳଚ୍ଚିତ୍ରରେ ସେ ଏଡିନବର୍ଗ ସ୍କୁଲର ଛାତ୍ର ଭୂମିକାରେ ଅଭିନୟ କରିଥିଲେ । 1978 କମେଡି 'କାଲିଫର୍ନିଆ ସୁଟ୍'ରେ ଅଭିନୟ ପାଇଁ ଅଭିନେତ୍ରୀ ତାଙ୍କର ଦ୍ୱିତୀୟ ଓସ୍କାର ଜିତିଥିଲେ । ଏଥିରେ ସେ ସହ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଥିଲେ । ଏହା ବ୍ୟତୀତ ଏଡୱାର୍ଡ ଆଲବିଙ୍କ ନାଟକ 'ଥ୍ରୀ ଟଲ୍ ୱୁମେନ୍' ଏବଂ 2001 ର ବ୍ଲାକ କମେଡି ଚଳଚ୍ଚିତ୍ର 'ଗୋସଫୋର୍ଡ ପାର୍କ'ରେ ତାଙ୍କର ଅଭିନୟକୁ ମଧ୍ୟ ବହୁତ ପ୍ରଶଂସା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ହୃଦଘାତରେ ଆଖି ବୁଜିଲେ ଟିଭି ଅଭିନେତା ବିକାଶ ସେଠୀ, ଇମୋସନାଲ ପୋଷ୍ଟ ଲେଖିଲେ ପତ୍ନୀ ଜାହ୍ନବୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.