ETV Bharat / entertainment

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଚମକିବ 'କଲ୍କି', BIFF 2024ରେ ହେବ ସ୍କ୍ରିନିଂ - KALKI SCREENING IN BIFF 2024

author img

By ETV Bharat Entertainment Team

Published : 2 hours ago

Busan International Film Festival 2024: ପରଦାରେ ଦମଦାର ପ୍ରଦର୍ଶନ ପରେ ଏବେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଧମାକା କରିବ ପ୍ରଭାସଙ୍କ ଫିଲ୍ମ 'କଲ୍କି 2898 AD' । BIFF 2024 ରେ ଫିଲ୍ମ ସ୍କ୍ରିନି ହେବାକୁ ଯାଉଥିବା ବେଳେ ନିର୍ମାତା ଏନେଇ ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଚମକିବ 'କଲ୍କି', BIFF 2024ରେ ହେବ ସ୍କ୍ରିନିଂ
ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଚମକିବ 'କଲ୍କି', BIFF 2024ରେ ହେବ ସ୍କ୍ରିନିଂ (Instagram)

ହାଇଦ୍ରାବାଦ: ସାଉଥ ତାରକା ପ୍ରଭାସ, ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ 'କଲ୍କି 2898 AD' ଚଳିତ ବର୍ଷ ମେ 9 ରେ ସାରା ବିଶ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ବିଶ୍ୱବ୍ୟାପୀ ବକ୍ସ ଅଫିସରେ 1200 କୋଟି ଟଙ୍କା ଆୟ କରିଥିବା ବେଳେ ହିଟ୍ ପ୍ରମାଣିତ ହୋଇଥିଲା । ପ୍ରେକ୍ଷାଳୟ ପରେ, ଚଳଚ୍ଚିତ୍ରଟି OTT ରେ ପ୍ରସାରିତ ହୋଇଥିଲା ଏବଂ ସେଠାରେ ମଦ୍ୟ ଦମଦାର ପ୍ରଦର୍ଶନ କରିଥିଲା । ସମସ୍ତ ସଫଳତା ପରେ ନାଗା ଅଶ୍ୱିନଙ୍କ ଫିଲ୍ମ ଏବେ ବୁସନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ସ୍କ୍ରିନିଂ ହେବାକୁ ଯାଉଛି ।

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ 'କଲ୍କି' ସ୍କ୍ରିନିଂ

'କଲ୍କି' ର ପ୍ରଡକ୍ସନ୍ ହାଉସ୍ ବୈଜୟନ୍ତୀ ଚଳଚ୍ଚିତ୍ର ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଦେଇଛନ୍ତି । ଫିଲ୍ମର ପୋଷ୍ଟର ସେୟାର କରି ନିର୍ମାତାମାନେ କ୍ୟାପସନରେ ଲେଖିଛନ୍ତି, 'ଆମେ ସୂଚନା ଦେଇ ଖୁସି ଯେ 'କଲ୍କି 2898 AD' ସମ୍ମାନଜନକ ବୁସନ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ସ୍କ୍ରିନିଂ ପାଇଁ ପ୍ରସ୍ତୁତ । 8 ଓ 9 ଅକ୍ଟୋବରରେ ଏପିକ୍ ବ୍ଲକ୍ବଷ୍ଟର୍ ଦେଖନ୍ତୁ । କହିରଖୁଛୁ କି, ବୁସନ୍ ଫିଲ୍ମ ଫେଷ୍ଟିଭାଲ୍ 2024 ଅକ୍ଟୋବର 2 ରୁ ଆରମ୍ଭ ହୋଇ 11 ଅକ୍ଟୋବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରଭାସଙ୍କ ବ୍ଲକବଷ୍ଟର ଫିଲ୍ମ ଅକ୍ଟୋବର 8 ଏବଂ ଅକ୍ଟୋବର 9 ରେ ପ୍ରଦର୍ଶିତ ହେବ ।

ଏହା ମଧ୍ୟ ପଢନ୍ତୁ: ବଡ଼ ପରଦା ପରେ ଏବେ ଓଟିଟିରେ ଧମାକା କରିବ 'କଲ୍କି; ଏହି ପ୍ଲାଟଫର୍ମରେ ହେଲା ଷ୍ଟ୍ରିମିଂ

'କଲ୍କି 2898 AD' ଫିଲ୍ମର କାହାଣୀ ଏବଂ ଷ୍ଟାରକାଷ୍ଟ

'କଲ୍କି 2898 AD' ହେଉଛି ଏକ ସାଇ-ଫାଇ ଚଳଚ୍ଚିତ୍ର, ଯାହା ଭାରତୀୟ ଦର୍ଶକଙ୍କୁ ଏକ ନୂତନ ଅନୁଭୂତି ଦେଉଛି । 'କଲ୍କି 2898 AD'ରେ ମହାଭାରତର ଆଧୁନିକ ଯୁଗର କାହାଣୀ ଦେଖିବାକୁ ମିଳୁଛି । ଏହି ଚଳଚ୍ଚିତ୍ରଟି 6,000 ବର୍ଷର କାହାଣୀ ଉପରେ ଆଧାରିତ । ଯାହା ମହାଭାରତରୁ ଆରମ୍ଭ ହୋଇ 2898 ମସିହାରେ ଶେଷ ହୁଏ । ତେଣୁ ଟାଇଟଲ୍, 'କଲ୍କି 2898 AD' ରଖିଛନ୍ତି ନିର୍ମାତା । ଏଥିରେ ପୁରାଣର ମିଶ୍ରଣ ସହ ବିଜ୍ଞାନ ସମ୍ୱନ୍ଧୀୟ ପ୍ରସଙ୍ଗ ମଧ୍ୟ ଦର୍ଶାଯାଇଛି । କଲ୍କି 2898ADର ନିର୍ଦ୍ଦେଶନା ଲୋକପ୍ରିୟ ନିର୍ଦ୍ଦେଶକ ନାଗା ଅଶ୍ୱିନ ଦେଇଥିବା ବେଳେ ବୈଜନ୍ତୀ ମୁଭିଜ ଦ୍ବାରା ଏହା ନିର୍ମାଣ ହୋଇଛି । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସମେତ ଅଭିନେତା କମଲ ହାସନ, ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀଙ୍କୁ ଦେଖିବାକୁ ମିଳିଛି । ଏଥିସହ ଫିଲ୍ମରେ ସଲମାନ ଦୁଲେକରଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.