ଓଡିଶା

odisha

କିଙ୍ଗ ଖାନଙ୍କୁ ଆଖି ସମସ୍ୟା; ମୁମ୍ୱାଇରେ ହୋଇପାରିଲାନି ଚିକିତ୍ସା, ଯିବେ ଆମେରିକା ! - Shah Rukh Khan Eye Surgery

By ETV Bharat Odisha Team

Published : Jul 30, 2024, 3:14 PM IST

ShahRukh Khan Eye Treatment: ଆଇପିଏଲ ସମୟରେ ଅଂଶୁଘାତରେ ପୀଡ଼ିତ ହୋଇ ସୁସ୍ଥ ପରେ ଶାହରୁଖ ଖାନ ପୁଣିଥରେ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଶିରୋନାମାରେ ରହିଛନ୍ତି । ରିପୋର୍ଟ ଅନୁସାରେ, ଆଖି ସମସ୍ୟାରେ ପୀଡିତ ଅଛନ୍ତି କିଙ୍ଗ ଖାନ । ଯାହାର ଚିକିତ୍ସା ପାଇଁ ସେ ଆମେରିକା ଯିବେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ,

କିଙ୍ଗ ଖାନଙ୍କୁ ଆଖି ସମସ୍ୟା
କିଙ୍ଗ ଖାନଙ୍କୁ ଆଖି ସମସ୍ୟା (ETV Bharat Odisha)

ହାଇଦ୍ରାବାଦ:ଆଖି ସମସ୍ୟାରେ ପୀଡିତ ଅଛନ୍ତି ବଲିଉଡ ବାଦଶାହା ଶାହାରୁଖ ଖାନ । ନିକଟରେ ଆଇପିଏଲ ସମୟରେ ହିଟ୍ ଷ୍ଟ୍ରୋକ କାରଣରୁ ଅଂଶୁଘାତର ଶିକାର ହୋଇଥିଲେ ଶାହାରୁଖ । ଯାହା ପରେ ଅଭିନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେ ସୁସ୍ଥ ହୋଇ ଫେରିଥିବା ବେଳେ ଏବେ ପୁଣି ସେ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ରିପୋର୍ଟ ଅନୁସାରେ, ଆଖି ସମସ୍ୟାରେ ପୀଡିତ ଶାହାରୁଖ । ଯେଉଁଥିପାଇଁ ତାଙ୍କୁ ଚିକିତ୍ସା ପାଇଁ ଆମେରିକା ଯିବାକୁ ପଡ଼ିବ । ମୁମ୍ବାଇରେ ଆଖି ଚିକିତ୍ସାରେ ଅସୁବିଧା ହେତୁ ତାଙ୍କୁ ତୁରନ୍ତ ଆମେରିକା ନିଆଯିବ ବୋଲି ଜଣାପଡିଛି ।

ଆଖି ଚିକିତ୍ସା ପାଇଁ ଆମେରିକା ଯିବେ ଶାହାରୁଖ ଖାନ

ମିଡିଆ ରିପୋର୍ଟ ଅନୁଯାୟୀ ଶାହାରୁଖ ଖାନ ଏଥର ଚକ୍ଷୁ ସମସ୍ୟା ପୀଡ଼ିତ । ଶାହାରୁଖ ଖାନ ଚିକିତ୍ସା ପାଇଁ ମୁମ୍ବାଇ ଡାକ୍ତରଖାନା ଯାଇଥିଲେ ମଧ୍ୟ ଯୋଜନା ଅନୁଯାୟୀ ଚିକିତ୍ସା ହୋଇନଥିଲା । ଶାହାରୁଖ ଜୁନ ୨୯ରେ ଡାକ୍ତରଖାନା ଯାଇଥିଲେ ଯେଉଁଠାରେ ଚିକିତ୍ସାରେ ସମସ୍ୟା ଥିବା ଜଣାପଡିଛି । ଯାହା ପରେ ତାଙ୍କୁ ବର୍ତ୍ତମାନ ଆମେରିକା ନିଆଯିବ । ସୂଚନା ଅନୁସାରେ, ଶାହାରୁଖ ଖାନ ଆଜି ବେଦଶ ଯାତ୍ରା କରିବେ ଏବଂ ଆମେରିକାରେ ସେ ଆଖି ସର୍ଜରୀ କରିବେ ବୋଲି ଜଣାପଡିଛି । ହେଲେ ଏହି ଖବର ନେଇ ଏପର୍ଯ୍ୟନ୍ତ ଅଭିନେତା କିମ୍ବା ତାଙ୍କ ଟିମର ପ୍ରତିକ୍ରିୟା ଆସିପାରିନାହିଁ । ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଶାହାରୁଖଙ୍କ ଫ୍ୟାନ୍ସ ଚିନ୍ତିତ ହେବା ସହ ତାଙ୍କ ସୁସ୍ଥତା କାମନା କରିଛନ୍ତି ।

ପୂର୍ବରୁ ମଧ୍ୟ ଆଖି ସର୍ଜରୀ କରିଛନ୍ତି ଶାହାରୁଖ

ସୂଚନା ଥାଉ କି, ଶାହାରୁଖ ଖାନ ୨୦୧୪ ମସିହାରେ ଏକ ଛୋଟ ଚକ୍ଷୁ ଅସ୍ତ୍ରୋପଚାର କରିଥିଲେ । ଅପରେସନ୍ ପରେ ସେ ଇନଷ୍ଟାଗ୍ରାମରେ ଏକ ଟ୍ୱିଟ୍ ସେୟାର କରି ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଶାହରୁଖ ଲେଖିଥିଲେ, "ମୋର ଅସ୍ତ୍ରୋପଚାର କରିଥିବାରୁ ଡକ୍ଟର ବୁର୍ଜୋର ବାନାଜୀ ଏବଂ ତାଙ୍କ ସୁନ୍ଦର ପତ୍ନୀଙ୍କୁ ଅଶେଷ ଧନ୍ୟବାଦ । ଏହା ଏତେ ଭଲ ସର୍ଜରୀ ହୋଇଛି ଯେ ବର୍ତ୍ତମାନ ମୁଁ ସବୁକିଛି ପଢିପାରୁଛି ।"

ଏହା ମଧ୍ୟ ପଢନ୍ତୁ:ଅନନ୍ତ ଅମ୍ୱାନୀ-ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ, ଶାହାରୁଖ ଖାନଙ୍କୁ ଜନି ଡେପ୍ କହିଲେ ଫ୍ୟାନ୍ସ

ଖୁବଶୀଘ୍ର ଏହି ଫିଲ୍ମରେ ନଜର ଆସିବେ କିଙ୍ଗ ଖାନ

ଏକ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବା ବେଳେ ଶାହାରୁଖ ଖାନ କହିଥିଲେ ଯେ ସେ ୨୦୨୪ ମସିହାରେ ଫିଲ୍ମ ସେଟକୁ ଯିବାକୁ ପ୍ରସ୍ତୁତ ଅଛନ୍ତି । ସେ ଖୁବଶୀଘ୍ର ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ସୂଚନା ଥାଉ କି, ଶାହାରୁଖ ଖୁବଶୀଘ୍ର ଝିଅ ସୁହାନାଙ୍କ ସହ ଫିଲ୍ମ 'କିଙ୍ଗ'ରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅଭିଷେକ ବଚ୍ଚନ ଭିଲେନ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ସୁହାନା ମଧ୍ୟ ଶାହାରୁଖଙ୍କ ସହ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ । ଶାହାରୁଖଙ୍କୁ ଶେଷ ଥର ପାଇଁ 'ଡଙ୍କି' ଫିଲ୍ମରେ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details