ଭୁବନେଶ୍ୱର:ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ ‘ସନାତନୀ- କର୍ମ ହିଁ ଧମ’। ଧର୍ମାନ୍ତୀକରଣକୁ ନେଇ ଏହି ଫିଲ୍ମ ନିର୍ମିତ ହୋଇଥିବା ବେଳେ ନିଆରା କାହଣୀ ଦେଖିବେ ଦର୍ଶକ । ଫିଲ୍ମ ପୂର୍ବରୁ ଜାନୁଆରୀରେ ରିଲିଜ ହେବାର କୁହାଯାଉଥିବା ବେଳେ ବର୍ତ୍ତମାନ ରିଲିଜ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ ଭାଲେଣ୍ଟାଇନ ସପ୍ତାହରେ ଫେବୃଆରୀ 7 ତାରିଖରେ ପରଦାକୁ ଆସୁଛି ।
odia film sanatani release on 7th february valentine week (ETV Bharat Odisha) ‘ସନାତନୀ' ଷ୍ଟାରକାଷ୍ଟ
ପ୍ରଯୋଜନା ସଂସ୍ଥା ବିଦିଶା କ୍ରାଫ୍ଟ ବ୍ୟାନର୍ରେ ବରିଷ୍ଠ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ପ୍ରଯୋଜନାରେ ଏହି ସିନେମା ନିର୍ମାଣ ହୋଇଥିବା ବେଳେ ଓଡ଼ିଶାରେ ଏକ ସାମାଜିକ ବ୍ୟାଧି ପରି ମାଡିଚାଲିଥିବା ଧର୍ମାନ୍ତୀକରଣକୁ ଏଥିରେ ଦେଖାଯାଇଛି । ଯେଉଁଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭିନେତା ସମ୍ବିତ ଆଚାର୍ଯ୍ୟ । ଆଉ ତାଙ୍କ ବିପକ୍ଷରେ ଗାଉଁଲି ଝିଅ ଚରିତ୍ରରେ ନଜର ଆସିବେ ଆର୍ଲିନ୍ ଅଙ୍କିତା । ସମ୍ବିତ-ଆର୍ଲିନ ଅଙ୍କିତା ବ୍ୟତୀତ ଅନ୍ୟାନ୍ୟ ମୁଖ୍ୟ ଚରିତ୍ରରେ ପପି ସନ୍ତୁକା, ଗୁଡ଼ୁ, ଜଗନ୍ନାଥ ସେଠ୍, ଗୋପାଳ ପ୍ରକାଶ ମହାନ୍ତି ଓ ବବ୍ଲୁ ଅଭିନୟ କରୁଛନ୍ତି ।
‘ସନାତନୀ' କାହାଣୀ
ଧର୍ମ ଶିକ୍ଷା ଓ ସଚେତନତା ସହ ସତ୍ୟ ଘଟଣାକୁ ନେଇ କାହାଣୀ ଗତିଶୀଳ ହୋଇଛି । ଶିକ୍ଷା ସଚେତନତାର ଅଭାବକୁ ନେଇ ଆଜିବି ଗାଁରେ କିଭଳି ଅନ୍ଧବିଶ୍ୱାସ ଅନ୍ଧଗଳିର ଲୋଭର ବଶବର୍ତ୍ତୀ ହୋଇ ଲୋକମାନେ କିଭଳି ଧରମ ପରିବର୍ତ୍ତନ କରୁଛନ୍ତି ତାହାହିଁ ସିନେମା ମାଧ୍ୟମରେ ଦେଖିବାକୁ ମିଳିବ । ସନାତନ ଧର୍ମର ରକ୍ଷକ ଭାବେ ସମ୍ବିତ ମୁଖ୍ୟ ଚରିତ୍ର ଲିଭାଇଥିବା ବେଳେ ଏହାର ଟ୍ରେଲର ରିଲିଜ କୁ ଦର୍ଶକ ବେଶ ଭଲପାଇବା ଦେଇଛନ୍ତି ଫିଲ୍ମକୁ ବି ଲୋକମାନେ ଭଲପାଇବା ଦେବେ ବୋଲି କହିଛନ୍ତି ଅଭିନେତା ସମ୍ବିତ।
ଏହା ମଧ୍ୟ ପଢନ୍ତୁ:ଭାଇ-ଭଉଣୀ ସମ୍ପର୍କୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଭାଇ', ଏହି ଦିନ ହେବ ରିଲିଜ
ତେବେ ଫିଲ୍ମରେ ସକରାତ୍ମକ ଭାବେ ସବୁ ଧର୍ମକୁ ଏଥିରେ ଉପସ୍ଥାପିତ କରାଯାଇଥିବା ବେଳେ ଧର୍ମାନ୍ତୀକରଣର ଅନେକ ଅକୁହା କାହାଣୀକୁ ପ୍ରତିପାଦିତ କରାଯାଇଛି । ଏପରିକି କୌଣସି ଧର୍ମକୁ ବି ଆକ୍ଷେପ କରାଯାଇନାହିଁ ଧର୍ମ ପରିବର୍ତ୍ତନର ସଚେତନତା ଉପରେ କାହାଣୀ ଗତିଶୀଳ ହୋଇଛି । ଏଥିରେ ଓଲିଉଡର ଆଗଧାଡ଼ିର ନାୟକ ସମ୍ବିତ୍ଙ୍କୁ ଏକ ଭିନ୍ନ ଚରିତ୍ର ଓ ଗେଟ୍ଅପରେ ଦର୍ଶକ ଦେଖିବାକୁ ପାଇବେ । ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ବାସୁଦେବ ବରାଡ଼। ଫିଲ୍ମର ସଂଳାପ ମାନସ ରଞ୍ଜନ ସାମଲ ଏବଂ ଦୀପ୍ତି ପଟ୍ଟନାୟକ ଲେଖିଛନ୍ତି । କ୍ୟାମେରା ଭାର ସମ୍ଭାଳିଛନ୍ତି ଧ୍ରୁବାନନ୍ଦ ପଣ୍ଡା । ଗୀତ ରଚନା ଡା. ନିର୍ମଳ ନାୟକ କରିଥିବା ବେଳେ ସଙ୍ଗୀତ ଦେଇଛନ୍ତି ଅଭିଜିତ୍ ମଜୁମ୍ଦାର୍ ।
ଭୁବନେଶ୍ୱର, ଇଟିଭି ଭାରତ