ହାଇଦ୍ରାବାଦ:ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ଆଜି ସେମାନଙ୍କର 6ଷ୍ଠ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଦୀପଭୀର 14 ନଭେମ୍ବର 2018 ରେ ବିବାହ କରିଥିଲେ ଏବଂ 2024 ରେ ଅର୍ଥାତ୍ ଆଜି ସେମାନଙ୍କର ବିବାହର 6 ବର୍ଷ ପୂରଣ କରିଛନ୍ତି । ଏଥିସହ ଚଳିତ ବର୍ଷ ଉଭୟ ପ୍ରଥମ ସନ୍ତାନର ପିତାମାତା ହୋଇଥିବା ବେଳେ ଏହି ବିବାହ ବାର୍ଷିକୀ ଉଭୟହ୍କ ପାଇଁ ବେଶ ସ୍ୱତନ୍ତ୍ର ରହିଛି। ତେବେ ଏହି ଅବସରରେ ରଣଭୀର ସିଂ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି ଏବଂ ଦୀପିକାଙ୍କୁ ତାଙ୍କ ବିବାହ ବାର୍ଷିକୀରେ ଶୁଭେଚ୍ଛା ଜଣାଇଛନ୍ତି ।
ଦୀପିକାଙ୍କୁ ବିବାହ ବାର୍ଷିକୀ ଶୁଭେଚ୍ଛା ଜଣାଇଲେ ରଣଭୀର
ରଣଭୀର ସିଂ ଦୀପିକାଙ୍କୁ ତାଙ୍କ ବିବାହ ବାର୍ଷିକୀରେ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତା ନିଜ ଇନଷ୍ଟାଗ୍ରାମରେ ଦୀପିକାଙ୍କ ଅନେକ ଫଟୋ ସେୟାର କରିଛନ୍ତି । ଏଥିରେ ତାଙ୍କ ଗର୍ଭଧାରଣ ଫଟୋସୁଟର ଫଟୋ ମଧ୍ୟ ଅନ୍ତର୍ଭୁକ୍ତ । ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ପ୍ରତ୍ୟେକ ଦିନ ପତ୍ନୀଙ୍କୁ ପ୍ରଶଂସା କରିବାର ଦିନ କିନ୍ତୁ ଆଜି ଅଧିକ ସ୍ୱତନ୍ତ୍ର । ଶୁଭ ବିବାହ ବାର୍ଷିକୀ ଦୀପିକା ପାଦୁକୋନ, ମୁଁ ତୁମକୁ ଭଲ ପାଏ । ରଣଭୀରଙ୍କ ଏହି ପୋଷ୍ଟରେ ଫ୍ୟାନ୍ସ ପସନ୍ଦ କରିବା ସହ ଦୀପଭୀରଙ୍କୁ ତାଙ୍କ ବିବାହ ବାର୍ଷିକୀ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଜଣେ ଲେଖିଛନ୍ତି, 'ମୋର ପ୍ରିୟ ଦମ୍ପତି, ବିବାହ ବାର୍ଷିକୀ ବହୁତ ଖୁସି ।' ଆଉ ଜଣେ ଲେଖିଛନ୍ତି, 'ଶୁଭ ବାର୍ଷିକୀ ଦୀପିକା ରଣଭୀର, ସର୍ବଦା ଖୁସି ରୁହ ।'
ଏହା ମଧ୍ୟ ପଢନ୍ତୁ:ଝିଅର ଏହି ନାଁ ରଖିଲେ ଦୀପଭୀର, କ୍ୟୁଟ୍ ଫଟୋ ସେୟାର କରି ଦେଖାଇଲେ ବେବିର ଝଲକ