ହାଇଦ୍ରାବାଦ:ଗିରଫ ହୋଇଛନ୍ତି ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ଭାଇ ଅମନ ପ୍ରୀତ ସିଂ । ରକୁଲଙ୍କ ଭାଇ ଅମନଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିଛି । ଡ୍ରଗ୍ସ ମାମଲାରେ ଅମନ ପ୍ରୀତ ସିଂଙ୍କୁ ଗିରଫ କରାଯାଇଛି । ଏନେଇ ସୋମବାର ହାଇଦ୍ରାବାଦ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ।
ଅମନ ପ୍ରୀତ ସିଂଙ୍କ ଗିରଫ
ପୋଲିସ କହିଛି ଯେ, ଡ୍ରଗ୍ସ ଚୋରାଚାଲାଣ ମାମଲାରେ ଅମନ ପ୍ରୀତ ସିଂଙ୍କୁ ଗିରଫ କରାଯାଇଛି । ହାଇଦ୍ରାବାଦର ରାଜେନ୍ଦ୍ର ନାଗର SOT ପୋଲିସ ଏବଂ ନାର୍କୋଟିକ୍ସ ବ୍ୟୁରୋ ଦ୍ୱାରା ମିଳିତ ଅପରେସନରେ ଅମନଙ୍କୁ ଗିରଫ କରାଯାଇଛି । ତେଲେଙ୍ଗାନା ଆଣ୍ଟି-ନାର୍କୋଟିକ୍ସ ବ୍ୟୁରୋ (TGANB) ଏବଂ ସାଇବରବାଦର ନରସିଙ୍ଗୀ ପୋଲିସ ମିଳିତ ରେଡ୍ କରିବା ପରେ ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଅମନ ପ୍ରୀତ ସିଂ ଅଛନ୍ତି ।
ଅଭିଯୁକ୍ତଙ୍କ ଠାରୁ ଏସବୁ ହେଲା ଜବତ
ପୋଲିସ କହିଛି ଯେ, ଅମନ ଡ୍ରଗ୍ସ ନେଇଥିବା ଜଣାପଡିଛି । ପରୀକ୍ଷାରେ ଅମନଙ୍କ ପଜିଟିଭ ଆସିଛି । ତାଙ୍କ ବ୍ୟତୀତ ଡ୍ରଗ୍ସ ମାମଲାରେ ଅନ୍ୟ ୫ ଜଣଙ୍କ ମଧ୍ୟ ଟେଷ୍ଟ ପଜିଟିଭ ଆସିଛି । ସେମାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ୧୯୯ ଗ୍ରାମ କୋକେନ, ଯାହାର ମୂଲ୍ୟ ୩୫ ଲକ୍ଷ ଟଙ୍କା, ଦୁଇଟି ପାସପୋର୍ଟ, ଦୁଇଟି ଚାରି ଚକିଆ ଯାନ, ୧୦ଟି ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ ହୋଇଛି ।