ଓଡିଶା

odisha

ETV Bharat / entertainment

'ଦଙ୍ଗଲ'କୁ ଧୂଳିଚଟାଇବ କି 'ପୁଷ୍ପା ୨', 30 ଦିନରେ ଏତିକି କୋଟି ଆୟ - PUSHPA 2 COLLECTION

'ପୁଷ୍ପା ୨' ବକ୍ସ ଅଫିସରେ ଏକ ମାସ ପୂରଣ କରିଛି । ତଥାପି ଫିଲ୍ମ କୋଟି କୋଟି ଟଙ୍କା ଆୟ କରିସାରିଛି ।

pushpa 2 box office collection
pushpa 2 box office collection (film poster)

By ETV Bharat Entertainment Team

Published : Jan 4, 2025, 11:29 AM IST

ହାଇଦ୍ରାବାଦ:ଅଲ୍ଲୁ ଅର୍ଜୁନ ଷ୍ଟାରର ଆକ୍ସନ୍ ଡ୍ରାମା ଚଳଚ୍ଚିତ୍ର 'ପୁଷ୍ପା 2' ଏହାର 30 ଦିନ ଅର୍ଥାତ୍ ବକ୍ସ ଅଫିସରେ ଏକ ମାସ ପୂରଣ କରିଛି । ପୁଷ୍ପା ୨ ବକ୍ସ ଅଫିସରେ 5 ଡିସେମ୍ବରରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମ ପ୍ରଥମ ଦିନରୁ ବକ୍ସ ଅଫିସରେ ବିପୁଳ ଟଙ୍କା ରୋଜଗାର କରିଆସୁଛି। ଏଥିସହ ଅନେକ ରେକର୍ଡ ବି ସୃଷ୍ଟି କରିଛି । ପୁଷ୍ପା 2 ହିନ୍ଦୀ ବେଲ୍ଟରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି । ଘରୋଇ ବକ୍ସ ଅଫିସରେ ପୁଷ୍ପା 2 ସବୁଠାରୁ ଲାଭଜନକ ଚଳଚ୍ଚିତ୍ର ବୋଲି ପ୍ରମାଣିତ ହୋଇଛି । କେବଳ ଏତିକି ନୁହେଁ ଏହି ଫିଲ୍ମ ବିଶ୍ୱରେ ସର୍ବାଧିକ ରୋଜଗାରକାରୀ ତାଲିକାରେ ମଧ୍ୟ ଯୋଗ ଦେଇଛି । 'ପୁଷ୍ପା ୨', 'ଦଙ୍ଗଲ' ଓ 'ବାହୁବଲୀ 2' ଘରୋଇ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିଛି।

'ପୁଷ୍ପା 2' 30 ଦିନିଆ କଲେକ୍ସନ

ସାକନିକଙ୍କ ଅନୁଯାୟୀ 'ପୁଷ୍ପା ୨' କୋଟି ଟଙ୍କା ରୋଜଗାର କରୁଛି। 30 ଦିନରେ ଅର୍ଥାତ୍ 5ମ ଶୁକ୍ରବାର ଦିନ 3.85 କୋଟି ଟଙ୍କା ଆୟ କରିଛି । ଏଥିରେ ହିନ୍ଦୀରେ 2.75 କୋଟି, ତେଲୁଗୁ ଭାଷାରେ 1 କୋଟି, ତାମିଲରେ 0.8 କୋଟି, କର୍ଣ୍ଣାଟକରେ 0.1 କୋଟି ଏବଂ ମାଲାୟାଲମରେ 0.1 କୋଟି ଟଙ୍କା ବ୍ୟବସାୟ କରିଛି। 30 ତମ ଦିନରେ ଫିଲ୍ମର ରୋଜଗାରରେ 23 ପ୍ରତିଶତ ହ୍ରାସ ଘଟିଛି। 29 ତମ ଦିନରେ ଫିଲ୍ମ 5 କୋଟି ଟଙ୍କା ରୋଜଗାର କରିଥିଲା । 29 ଦିନ (5 କୋଟି) ଏବଂ 30 ତମ ଦିନ (3.85 କୋଟି) ରେ 'ପୁଷ୍ପା 2' ର ଆୟ ଯୋଡିଥାଉ, ତେବେ ଘରୋଇ କଲେକ୍ସନରେ ଫିଲ୍ମ ପାଖାପାଖି 1193.6 କୋଟିରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ:ଅଲ୍ଲୁଙ୍କୁ ଆଶ୍ବସ୍ତି, ମିଳିଲା ନିୟମିତ ଜାମିନ

'ପୁଷ୍ପା ୨' ଦେଶର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ

'ପୁଷ୍ପା 2' ଏପର୍ଯ୍ୟନ୍ତ ତେଲୁଗୁ ଭାଷାରେ ମୋଟ 332.76 କୋଟି, ହିନ୍ଦୀରେ 781.15 କୋଟି, ତାମିଲରେ 57.83 କୋଟି, କନ୍ନଡରେ 7.7 କୋଟି ଏବଂ ମାଲାୟାଲମରେ 14.16 କୋଟି ଟଙ୍କା ଆୟ କରିଛି। କହିରଖୁଛୁ କି, ପୁଷ୍ପା 2 ଆନୁଷ୍ଠାନିକ ଭାବରେ 28 ଦିନରେ 1799 କୋଟି ଟଙ୍କା ବ୍ୟବସାୟ କରିଛି। ବର୍ତ୍ତମାନ ପୁଷ୍ପା ୨ 29 ଓ 30ଦିନର ରୋଜଗାର ସହିତ ବାହୁବଲୀ 2 ର ରେକର୍ଡ ଭାଙ୍ଗିଛି । 'ବାହୁବଲୀ 2' ବିଶ୍ୱବ୍ୟାପୀ 1788.06 କୋଟି ଟଙ୍କା ଆୟ କରିଥିଲା । ଯଦି ଏପରି ପରିସ୍ଥିତିରେ ଦେଖାଯାଏ ତେବେ ପୁଷ୍ପା 2 ଦେଶର ଦ୍ୱିତୀୟ ଲାଭଜନକ ଚଳଚ୍ଚିତ୍ର ହୋଇପାରିଛି। ବର୍ତ୍ତମାନ ପୁଷ୍ପା ୨ ଆମୀର ଖାନଙ୍କ 'ଦଙ୍ଗଲ' ରେକର୍ଡ ଭାଙ୍ଗିବାକୁ ଯାଉଛି। ଦଙ୍ଗଲ 2024 କୋଟି ଟଙ୍କାର ବିଶ୍ୱବ୍ୟାପୀ ବ୍ୟବସାୟ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details