ଓଡିଶା

odisha

ETV Bharat / entertainment

ଅଭିଷେକଙ୍କ ସହ ଛାଡପତ୍ର ଚର୍ଚ୍ଚାରେ ଐଶ୍ୱର୍ଯ୍ୟା ଲଗାଇଲେ ବ୍ରେକ୍, ପ୍ୟାରିସ୍ ଫ୍ୟାଶନ ୱିକରେ ୱେଡିଂ ରିଙ୍ଗ୍ କଲେ ପ୍ଲଣ୍ଟ୍ - Aishwarya Rai In Paris Fashion Week

Aishwarya Rai Paris Fashion Week: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ବିଚ୍ଛେଦ ନେଇ ଅନେକ ଦିନରୁ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ଏହି ଚର୍ଚ୍ଚାରେ ବ୍ରେକ ଲଗାଇଛନ୍ତି ଐଶ୍ୱର୍ଯ୍ୟା । ଅଭିନେତ୍ରୀ ପ୍ୟାରିସ୍ ଫ୍ୟାଶନ ୱିକରେ ୱେଡିଂ ରିଙ୍ଗ ପ୍ଲଣ୍ଟ କରୁଥିବା ନଜର ଆସିଛନ୍ତି । ଯାହାର ଭିିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅଭିଷେକଙ୍କ ସହ ଛାଡପତ୍ର ଚର୍ଚ୍ଚାରେ ଐଶ୍ୱର୍ଯ୍ୟା ଲଗାଇଲେ ବ୍ରେକ୍, ପ୍ୟାରିସ୍ ଫ୍ୟାଶନ ୱିକରେ ୱେଡିଂ ରିଙ୍ଗ୍ କଲେ ପ୍ଲଣ୍ଟ୍
ଅଭିଷେକଙ୍କ ସହ ଛାଡପତ୍ର ଚର୍ଚ୍ଚାରେ ଐଶ୍ୱର୍ଯ୍ୟା ଲଗାଇଲେ ବ୍ରେକ୍, ପ୍ୟାରିସ୍ ଫ୍ୟାଶନ ୱିକରେ ୱେଡିଂ ରିଙ୍ଗ୍ କଲେ ପ୍ଲଣ୍ଟ୍ (Getty-ANI)

By ETV Bharat Entertainment Team

Published : Sep 24, 2024, 11:55 AM IST

ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଯିଏକି 'ରାମ୍ପ ରାଣୀ' ଭାବରେ ଜଣାଶୁଣା, 23 ସେପ୍ଟେମ୍ବରରେ ପ୍ୟାରିସ ଫ୍ୟାଶନ ୱିକରେ ଗ୍ଲାମର ଲୁକ ସହ ନିଆଁ ଲଗାଇଛନ୍ତି । ଐଶ୍ୱର୍ଯ୍ୟା ଏକ ଲାଲ ରଙ୍ଗର ଆଉଟଫିଟରେ ଗର୍ଜିୟସ ଲୁକରେ ନଜର ଆସିଥିବା ବେଳେ ତାଙ୍କ ହାତରେ ୱେଡିଂ ରିଙ୍ଗ ନେଇ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୂଚନା ଅନୁସାରେ, ଅନେକ ଦିନରୁ ଅଭିଷେକ ବଚ୍ଚନଙ୍କ ସହ ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦ ଚର୍ଚ୍ଚା ଜୋର ଧରିଥିଲା । ବର୍ତ୍ତମାନ ପ୍ୟାରିସ୍ ଫ୍ୟାଶନ ୱିକରେ ୱେଡିଂ ରିଙ୍ଗ ପ୍ଲଣ୍ଟ କରି ବିବାହ ବିଚ୍ଛେଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଐଶ୍ୱର୍ଯ୍ୟା ।ତେବେ ଏହି ଫ୍ୟାଶନ ଇଭେଣ୍ଟର ଅନେକ ଭିିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ୟାରିସ୍ ଫ୍ୟାଶନ ୱିକରେ ଐଶ୍ୱର୍ଯ୍ୟା ରାୟ (ANI)

ୱେଡିଂ ରିଙ୍ଗ ପ୍ଲଣ୍ଟ କଲେ ଐଶ୍ୱର୍ଯ୍ୟା

ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଯିଏ 'ରାମ୍ପ ରାଣୀ' ଭାବରେ ଜଣାଶୁଣା, ସେପ୍ଟେମ୍ବର 23 ରେ ପ୍ୟାରିସ ଫ୍ୟାଶନ ୱିକରେ ସାମିଲ ହୋଇଥିଲେ । ଏହି ସମୟରେ ସେ ଏକ ବେଲୁନ୍-ହେମ୍ ଲାଲ୍ ରଙ୍ଗର ଆଉଟଫିଟରେ ରାମ୍ପ ୱାକ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଥିସହ ସେ ନମସ୍ତେ କରି ସମସ୍ତଙ୍କୁ ଅଭିଭାଦନ ଜଣାଇଥିଲେ । ଏହି ସମୟରେ ତାଙ୍କ ହାତରେ ବିବାହ ରିଙ୍ଗ ଥିବା ଦେଖିବାକୁ ମିଳିଥିଲା ।

ଐଶ୍ୱର୍ଯ୍ୟା ରାୟ- ଅଭିଷେକ ବଚ୍ଚନ (ANI)

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବିବାହ ବିଚ୍ଛେଦ ଚର୍ଚ୍ଚା

ମିଡିଆ ରିପୋର୍ଟ ଅନୁଯାୟୀ, ସାଇମା 2024 ପୂର୍ବରୁ ଅଭିନେତ୍ରୀଙ୍କ ହାତରେ ରିଙ୍ଗ ନଥିଲା । କେବଳ ଏତିକି ନୁହେଁ ନିକଟରେ ବଚ୍ଚନ ପରିବାର ଏବଂ ଐଶ୍ୱର୍ଯ୍ୟା ରାୟ ଏକତ୍ର ହାଇ-ପ୍ରୋଫାଇଲ୍ ଇଭେଣ୍ଟରେ ଯୋଗ ନଦେବା ଖବର ଅନେକ ହେଡଲାଇନ ସୃଷ୍ଟି କରିଥିଲା । ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ମଧ୍ୟ ଐଶ୍ୱର୍ଯ୍ୟା ରାୟ ଏବଂ ତାଙ୍କ ଝିଅ ଆରାଧ୍ୟା ପରିବାରର ଅନ୍ୟମାନଙ୍କଠାରୁ ପୃଥକ ଭାବରେ ପହଞ୍ଚି ସେମାନଙ୍କ ଫଟୋ ପୃଥକ ଭାବରେ କ୍ଲିକ୍ କରିଥିଲେ। ଅନନ୍ତ-ରାଧିକାଙ୍କ ରିସେପ୍ସନରେ ମଧ୍ୟ ସମାନ ଘଟଣା ଘଟିଥିଲା । ଏପରିକି ଏବେ ଐଶ୍ୱର୍ଯ୍ୟା ଆରଧ୍ୟାଙ୍କ ସହ ବଚ୍ଚନ ଘର ଛାଡ଼ି ନିଜ ମାଆଙ୍କ ସହ ରହୁଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଯାହା ପରେ ଉଭୟଙ୍କ ବିଚ୍ଛେଦ ଚର୍ଚ୍ଚା ନେଇ ଆଲୋଚନା ହେଉଥିଲା । ତେବେ ବର୍ତ୍ତମାନ ଫ୍ୟାଶନ ୱିକରେ ଏହି ରିଙ୍ଗ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ମଧ୍ୟରେ ଛାଡପତ୍ର ରୁମର ଖବର ଉପରେ ବ୍ରେକ ଲଗାଇଛି ।

ଐଶ୍ୱର୍ଯ୍ୟା ରାୟ- ଅଭିଷେକ ବଚ୍ଚନ (ANI)

ଏହା ମଧ୍ୟ ପଢନ୍ତୁ:ଫଟୋ ପାଇଁ ଟ୍ରୋଲ ହେଲେ ଐଶ୍ୱର୍ଯ୍ୟା, ୟୁଜର୍ସ କହିଲେ ଯେମିତି ଅଛ ସେମିତି ନିଜକୁ ସ୍ବୀକାର କର

ସୂଚନା ଥାଉ କି, ଅଭିଷେକ ଏବଂ ଐଶ୍ବର୍ଯ୍ୟା ୨୦ ଏପ୍ରିଲ ୨୦୦୭ରେ ବିବାହ କରିଥିଲେ । ଦୁହେଁ ଗୁରୁ, ଧୁମ୍ ୨ ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି । ନଭେମ୍ବର ୧୬, ୨୦୧୧ରେ ସେମାନେ ଝିଅ ଆରାଧ୍ୟାଙ୍କ ପିତାମାତା ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:ବଚ୍ଚନ ପରିବାରରେ କିଏ ଅଧିକ ଧନୀ, କାହା ପାଖରେ ଅଛି କେତେ ସମ୍ପତ୍ତି ଜାଣନ୍ତୁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details