ମୁମ୍ବାଇ:ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ରାଜନେତା ସ୍ବାମୀ ରାଘବ ଚଢାଙ୍କୁ ବିବାହର କିଛି ଦିନ ପରେ ସେ ଗର୍ଭବତୀ ଥିବା ନେଇ ଚାଲିଥିଲା ଚର୍ଚ୍ଚା । ଏପରିକି ଆଜି (ଗୁରୁବାର) ସେ 'ଅମର ସିଂ ଚମକିଲା' ଟ୍ରେଲର ଲଞ୍ଚରେ ଢିଲା ପୋଷାକ ପିନ୍ଧିଥିବା ନଜର ଆସିବା ପରେ ଏହି ପ୍ରେଗ୍ନେସି ଚର୍ଚ୍ଚା ଜୋର ଧରିଥିଲା । ଏହାପରେ 35 ବର୍ଷୀୟ ଅଭିନେତ୍ରୀ ଏକ ସୋସିଆଲ ମିଡିଆ ମିଡିଆ ପୋଷ୍ଟ କରି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ।
ପରିଣୀତି ଗୁରୁବାର ଅମର ସିଂ ଚମକିଲା ଫିଲ୍ମ ଟ୍ରେଲର ଲଞ୍ଚରେ ଢିଲା ପୋଷାକ ପିନ୍ଧି ପହଞ୍ଚିବା ପରେ ଫ୍ୟାନ୍ସ ରୁମରକୁ ସତ ଭାବିନେଇଥିଲେ । ପରିଣୀତି ଗର୍ଭବତୀ ଥିବାରୁ ହୁଏତ ଏହାକୁ ଲୁଚାଇବା ଲାଗି ଢିଲା ପୋଷାକ ପିନ୍ଧିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ହେଲେ ଅଭିନେତ୍ରୀ ତୁରନ୍ତ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଏହି ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଏ ନେଇ ସେ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ, " କଫତାନ ଡ୍ରେସ= ପ୍ରେଗ୍ନେସି, ଓଭରସାଇଜ ସାର୍ଟ=ପ୍ରେଗ୍ନେସି, କମ୍ଫି ଇଣ୍ଡିଆନ କୁର୍ତ୍ତା= ପ୍ରେଗ୍ନେସି ?" ଏହି ପୋଷ୍ଟରେ ସେ ଏକ ହସିବା ଇମୋଜି ମଧ୍ୟ ଲଗାଇଥିଲେ । ଏଭଳି ପୋଷ୍ଟ କରି ପରିଣୀତି ଗର୍ଭବତୀ ନଥିବା ସ୍ପଷ୍ଟ କରିଛନ୍ତି ।
ଏହା ବି ପଢନ୍ତୁ- ଓଟିଟିରେ ରିଲିଜ ହେବ ପରିଣୀତି-ଦିଲଜିତଙ୍କ 'ଚମକିଲା', ଏହି ଦିନ ହେବ ଷ୍ଟ୍ରିମିଂ