ହାଇଦ୍ରାବାଦ:ଓସ୍କାର ସମାରୋହ ହେଉଛି ଚଳଚ୍ଚିତ୍ର ଜଗତର ଅନ୍ୟତମ ସମ୍ମାନଜନକ ସମାରୋହ । ଯାହାକୁ ସାରା ବିଶ୍ୱରେ ନିର୍ଦ୍ଦେଶକ ଏବଂ କଳାକାରଙ୍କ ଜିତିବାର ସ୍ୱପ୍ନ ଦେଖିଥାନ୍ତି । ନିକଟରେ ୯୬ତମ ଓସ୍କାର ଶୋ' ଶେଷ ହୋଇଥିବା ବେଳେ ସମସ୍ତେ ୯୭ତମ ଓସ୍କାର ପାଇଁ ଅପେକ୍ଷା କରିରହିଥିଲେ । ବର୍ତ୍ତମାନ ସେମାନଙ୍କ ଅପେକ୍ଷାର ଅନ୍ତ ହୋଇଛି । ଏକାଡେମୀ ୯୭ ତମ ଓସ୍କାର ଘୋଷଣା କରିଛି । ଏଥିସହ ନାମାଙ୍କନ ସମୟ ସୀମା ମଧ୍ୟ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏହି ସୂଚନା ଦେଇଛି ଏକାଡେମୀ ।
୯୭ତମ ଓସ୍କାର କେବେ ଆୟୋଜନ ହେବ?
ଦ ଏକାଡେମୀ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ୯୭ ତମ ଓସ୍କାର ଘୋଷଣା କରିଛି । ମାର୍ଚ୍ଚ ୧୦, ୨୦୨୪ରେ ୯୬ତମ ଓସ୍କାର ହୋଇଥିଲା । ଯେଉଁଥିରେ ଅନେକ କଳାକାର ପୁରସ୍କୃତ ହୋଇଥିଲେ । ତେବେ ବର୍ତ୍ତମାନ ମାର୍ଚ୍ଚ ୨, ୨୦୨୫ (ରବିବାର)ରେ ୯୭ତମ ଓସ୍କାର ଅନୁଷ୍ଠିତ ହେବ, ଯାହା ମାର୍ଚ୍ଚ ୩ ସକାଳ ସମୟରେ ଭାରତରେ ପ୍ରସାରଣ କରାଯିବ । ଟାଇମିଂ ବିଷୟରେ କହିବାକୁ ଗଲେ, ଓସ୍କାର ୨୦୨୫ ଚଳିତ ବର୍ଷର ଶୋ' ଭଳି ସନ୍ଧ୍ୟା ୭ଟାରେ ABC ପୁଣି ଏହି ପୁରସ୍କାର ଶୋ’ରେ ସିଧାପ୍ରସାରଣ ହେବ । ଏହି କାର୍ଯ୍ୟକ୍ରମ ପୁଣି ଥରେ ହଲିଉଡର ଡଲବି ଥିଏଟରରେ ଅନୁଷ୍ଠିତ ହେବ । ତେବେ ବିଶ୍ୱ ସ୍ତରରେ 200ରୁ ଅଧିକ ଦେଶର କଳାକାର ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ।